News 18 Odia Digital
ନୂଆଦିଲ୍ଲୀ: ଆପଣମାନେ ଯେତେବେଳେ ବି ଖବର କାଗଜ ପଢୁଥିବେ କିମ୍ବା ଟେଲିଭିଜନ ଦେଖୁଥିବେ ଅନେକ ସମୟରେ ଦୁର୍ଘଟଣାର ଖବର ନିଶ୍ଚୟ ଦେଖୁଥିବେ। ତେବେ ଏମିତି କୌଣସି ଦିନ ନାହିଁ ଯେତେବେଳେ ବେପରୁଆ ଗାଡି ଚାଳନା ଏବଂ ବିପଜ୍ଜନକ ସଡ଼କ ଦୁର୍ଘଟଣା ବିଷୟରେ ଶୁଣାଯାଏ ନାହିଁ। ଏହିପରି ଘଟୁଥିବା ଦୁର୍ଘଟଣାର (accident) ସବୁଠାରୁ ମୁଖ୍ୟ କାରଣ ହେଉଛି ସଡକ ଶୃଙ୍ଖଳା ଏବଂ ସଡକ ସୁରକ୍ଷା ନିୟମ ପାଳନ ନକରିବା। ଏହା ମଧ୍ୟ କିଛି ବେପରୁଆ ବାଇକ ଚାଳକ ଏବଂ ଡ୍ରାଇଭରଙ୍କ ଦୋଷ, ଯେଉଁମାନେ ଜାଣିଶୁଣି ସଡକ ସୁରକ୍ଷା ନିୟମ ଭାଙ୍ଗନ୍ତି। ସେମାନେ ନିଜର କ୍ଷତି କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇଥାନ୍ତି।
ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁଭ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି ଯେ, ନିଜର ଉପସ୍ଥିତ ବୁଦ୍ଧି ପାଇଁ ଜଣେ ବ୍ୟକ୍ତି କିଭଳି ଅନ୍ୟ ଜଣେ ବ୍ୟକ୍ତିର ଜୀବନ ରକ୍ଷା କରୁଛି।ସାଙ୍ଗ ପାଇଁ ସାଙ୍ଗ ଜୀବନ ଦେବା କଥା ଆପଣମାନେ ଶୁଣିଥିବେ। କିନ୍ତୁ ନିଜର ଉପସ୍ଥିତ ବୁଦ୍ଧି ଦ୍ୱାରା ଜଣେ ବ୍ୟକ୍ତି କିଭଳି ତାଙ୍କ ସାଙ୍ଗର ଜୀବନ ରକ୍ଷା କଲେ ଯାହା ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓଟିରେ ଦେଖିପାରିବେ ଯେ, ଏକ ଗହଳିପୂର୍ଣ୍ଣ ରାସ୍ତାରେ ଦୁଇଜଣ ସାଙ୍ଗ କଥାବାର୍ତ୍ତା ହୋଇ ରାସ୍ତାର କଡରେ ସିଧା ଚାଲି ଚାଲି ଯାଉଛନ୍ତି। କିଛି ସମୟ ପରେ ହଠାତ୍ ରାସ୍ତାରେ ଯାଉଥିବା ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଉଛି ଏବଂ ଟ୍ରକର ଡାଲାଟି ଏହି ଦୁଇଜଣ ସାଙ୍ଗଙ୍କ ଉପରେ ପଡ଼ିବାକୁ ଯାଉଥିଲା। ଏହି ସମୟରେ ଜଣେ ସାଙ୍ଗ ତାର ଅନ୍ୟ ସାଙ୍ଗକୁ ଶୀଘ୍ର ଦୂରକୁ ଭିଡିନେଉଛି। ଯାହା ଫଳରେ ବ୍ୟକ୍ତି ଜଣକ ନିଜ ଜୀବନକୁ ବଞ୍ଚାଇବା ସହିତ ତାଙ୍କ ବନ୍ଧୁଙ୍କ ଜୀବନକୁ ମଧ୍ୟ ବଞ୍ଚାଇ ଦେଇଛନ୍ତି।
https://twitter.com/HasnaZarooriHai/status/1640601722199392259?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1640601722199392259%7Ctwgr%5E048555197396d007c2729909551168679dcc583d%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Foff-beat%2Fviral-video-became-a-hero-after-saving-a-friend-life-could-have-lost-his-life%2F1632607
ମାତ୍ର ଦୁଇ ସେକେଣ୍ଡର ବିଳମ୍ବ ଜଣେ ବ୍ୟକ୍ତିର ଜୀବନ ନେଇପାରେ। ଏହି ଭାଇରାଲ୍ ଭିଡିଓଟିକୁ
@Hasna Zaroori Hai ନାମକ ଜଣେ ୟୁଜର ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଜୋରରେ ଭାଇରାଲ (viral) ହେବାରେ ଲାଗିଛି। ତେବେ ଖବରଟି ଲେଖାହେବା ବେଳକୁ ଏହି ଭିଡିଓଟିକୁ ଦେଢଲକ୍ଷ ପାଖାପାଖି ଲୋକ ଦେଖିସାରିଲେଣି । ସେୟାର କରାଯାଇଥିବା ଏହି ଭିଡିଓର କମେଣ୍ଟ ବକ୍ସ (comment box)ରେ ଲୋକମାନେ ସାଙ୍ଗ ଜଣକର ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ , "ୱା! ମୋତେ ଏହା ଭଲ ଲାଗିଲା ଯେ, ସାଙ୍ଗ ଦୁଇଜଣ ଦୁର୍ଘଟଣାରୁ ବର୍ତ୍ତିବା ପରେ ମଧ୍ୟ ଦୁହେଁ ଟ୍ରକ -ଡ୍ରାଇଭର (driver)କୁ ସାହାଯ୍ୟ କରିବା ପାଇଁ ଗଲେ”। ଆଉ ଜଣେ ଲେଖିଛନ୍ତି ଯେ " ଜୀବନ ଓ ମୃତ୍ୟୁ ସବୁ ଉପର ବାଲା ହାତରେ ଥାଏ”। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଏହିପରି ବନ୍ଧୁଙ୍କୁ ସଲାମ୍”।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।