News 18 Odia Digital
ନୂଆଦିଲ୍ଲୀ: ଯଦି ଆପଣଙ୍କର ଆର୍ଥିକ (financial) ଅବସ୍ଥା ଖରାପ ଏବଂ ଆପଣଙ୍କର ଚାଷରେ ଆଗ୍ରହ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । କାରଣ ଏହା ଏପରି ଏକ ଖବର ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେବ । ମାତ୍ର ୩ମାସରେ ଆପଣ ଦେଢ ଲକ୍ଷରୁ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରୋଜଗାର (income) କରିପାରିବେ ।
ବିହାର ପଶ୍ଚିମ ଚମ୍ପରନ୍ ଜିଲ୍ଲାର ଭରୱାଲିଆ ଗାଁରେ ଜଣେ କୃଷକ (farmer) ମାତ୍ର ୬ ହଜାର ଟଙ୍କା ବ୍ୟୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ଚାଷରୁ ସେ ମାତ୍ର ୩ ମାସ ମଧ୍ୟରେ ୨ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରିଛନ୍ତି । ଏଥିସହ ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
କୃଷକଙ୍କ ନାମ ରାମଚନ୍ଦ୍ର । ସେ କହିଛନ୍ତି ଯେ, ଦିନେ ସେ ବିହାର ସରକାରଙ୍କ ଉଦ୍ୟାନ କୃଷି ମିଶନର ଯୋଜନା ବିଷୟରେ ଜାଣିବାକୁ ପାଇଲେ । ଏହା ପରେ, ସେହି ଯୋଜନାର ସୁଫଳ ପାଇବା ପାଇଁ ସେ ବ୍ୟାଗ୍ ପିଛା ୬ ଟଙ୍କା ମୂଲ୍ୟରେ ପ୍ରାୟ ୨ଶହ ବ୍ୟାଗ ଛତୁ କିଣିଥିଲେ । ଏକ ଚାଳ ଘରେ ଜଳ ଓ ଉପଯୁକ୍ତ ପରିବେଶର ବନ୍ଦୋବସ୍ତ କରିବା ପରେ ପ୍ରାୟ ୮ ରୁ ୧୦ ଦିନ ମଧ୍ୟରେ ପ୍ରତ୍ୟେକ ବ୍ୟାଗରୁ ୩ରୁ ୪କିଲୋ ଛତୁ ଉତ୍ପାଦନ ହୋଇଥିଲା । ୩ମାସ ମଧ୍ୟସେ ଛତୁ କିଣିବା ପାଇଁ ରାମଚନ୍ଦ୍ର ସମୁଦାୟ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ମାତ୍ର ୬ହଜାର ଟଙ୍କା ତାଙ୍କୁ ଲକ୍ଷପତି ବନେଇଦେଲା । ବର୍ତ୍ତମାନ ପ୍ରାୟ ୪ଶହ ବ୍ୟାଗରେ ରାମଚନ୍ଦ୍ର ଛତୁ ଚାଷ କରୁଛନ୍ତି ।
କିପରି ମିଳିଥିଲା ଲାଭ ?ରାମଚନ୍ଦ୍ରଙ୍କ କହିବାନୁଯାୟୀ ସେ ୨ ବର୍ଷ ପୂର୍ବରୁ ଛତୁ ଚାଷ ଆରମ୍ଭ କରିଥିଲେ । ଉଦ୍ୟାନ କୃଷି ମିଶନ ଅଧୀନରେ ଛତୁ ଉତ୍ପାଦନରେ ସରକାରଙ୍କଠାରୁ ସେ ୯୦ ପ୍ରତିଶତ ସବସିଡି ପାଇଥିଲେ । ୬୦ଟଙ୍କାରେ ମିଳୁଥିବା ଛତୁ ବ୍ୟାଗକୁ ସେ ମାତ୍ର ୬ଟଙ୍କାରେ କିଣିଥିଲେ । ୨ଶହ ବ୍ୟାଗ ଛତୁ ବ୍ୟାଗକୁ ସେ ସମାନ ୬ଟଙ୍କା ଦରରେ ପ୍ରତି ବ୍ୟାଗ ହିସାବରେ କିଣିଥିଲେ । କହିବାକୁ ଗଲେ ୧୨ହଜାର ଟଙ୍କାର ମଞ୍ଜିକୁ ସେ ମାତ୍ର ୧୨ଶହ ଟଙ୍କାରେ କିଣିଛନ୍ତି ।
ପ୍ରତି ସପ୍ତାହରେ ଗୋଟିଏ ବ୍ୟାଗରୁ ୩ରୁ ୪କିଲୋ ଛତୁ ଉତ୍ପାଦନ ହୁଏ । ବ୍ୟବସାୟୀଙ୍କୁ କିଲୋ ପ୍ରତି ୭୦ରୁ ୮୦ଟଙ୍କା ଦରରେ ବିକ୍ରି କରିଲେ କମ ଲାଭ ମିଳେ । କିନ୍ତୁ ସିଧାସଳଖ ଖାଉଟିଙ୍କୁ ବିକିଲେ କିଲୋ ପ୍ରତି ଶହେ ଟଙ୍କାରୁ ଦେଢଶହ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ ।
ଆପଣ ମଧ୍ୟ ଏପରି ଚାଷ କରି ଲାଭ ପାଇପାରିବେ ।ଚାଷରେ ସଫଳ ହେବା ପରେ ରାମଚନ୍ଦ୍ର କହିଛନ୍ତି ଯେ, ଏହି ସୁବିଧା ଅନ୍ୟମାନେ ମଧ୍ୟ ପାଇପାରିବେ । ସରକାରୀ ୱେବସାଇଟରୁ ତଥ୍ୟ ହାସଲ ପରେ ଆପଣ ସ୍କିମ୍ ଚୟନ କରିପାରିବେ । ପରବର୍ତ୍ତୀ ସମୟରେ ଆପଣ ସବୁ ତଥ୍ୟ ପ୍ରଦାନ କରିବାକୁ ପଡିବ । ଏଥିପାଇଁ ଆଧାର କାର୍ଡ, ଫଟୋ, ଛତୁ ଚାଷ ତାଲିମ ପ୍ରମାଣପତ୍ର, ଆପଣଙ୍କ ନିକଟରେ ରହିବା ଆବଶ୍ୟକ ।
ତେବେ ଅନଲାଇନରେ ଆବେଦନ କରିବାର ୧୫ ଦିନ ମଧ୍ୟରେ ଆପଣ ପ୍ରଦାନ କରିଥିବା ତଥ୍ୟକୁ ସରକାରୀ ଅଧିକାରୀମାନେ ଯାଞ୍ଚ କରିବେ । ଆପଣ ଯୋଗ୍ୟ ବିବେଚିତ ହେଲେ ଆପଣଙ୍କୁ ୯୦ ପ୍ରତିଶତ ସବସିଡି କୃଷି ବିଭାଗରୁ ମିଳିବ । ତେବେ ଆପଣଙ୍କୁ ପୁଣିଥରେ କହିରଖୁଛୁ ଯେ, ଏପରି ଯୋଜନାର ଲାଭ ପାଇଛନ୍ତି ବିହାରର ଚାଷୀ ରାମଚନ୍ଦ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।