ନିଜ ଅସୁସ୍ଥ ପରିଜନଙ୍କୁ ୩କିମି ଠେଲାରେ ବୋହି ହସ୍ପିଟାଲ ପହଞ୍ଚାଇଲା ୬ବର୍ଷର ନିରୀହ ଶିଶୁ

ଏହି ୧୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ୬ ବର୍ଷର ଶିଶୁ ତାଙ୍କ ମାଆଙ୍କ ସହ ଏକ ଠେଲା ଗାଡିରେ ଅସୁସ୍ଥ ପ୍ରିୟଜନଙ୍କୁ ନେଇ ଯାଉଛନ୍ତି ।

ନିଜ ଅସୁସ୍ଥ ପରିଜନଙ୍କୁ ୩କିମି ଠେଲାରେ ବୋହି ହସ୍ପିଟାଲ ପହଞ୍ଚାଇଲା ୬ବର୍ଷର ନିରୀହ ଶିଶୁ

ନିଜ ଅସୁସ୍ଥ ପରିଜନଙ୍କୁ ୩କିମି ଠେଲାରେ ବୋହି ହସ୍ପିଟାଲ ପହଞ୍ଚାଇଲା ୬ବର୍ଷର ନିରୀହ ଶିଶୁ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ସିଙ୍ଗରୌଲି ଜିଲ୍ଲାରେ ମାନବିକତା ହଜି ଯିବା ଭଳି ଏକ ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ୧୧ ସେକେଣ୍ଡର ଭିଡିଓରେ ଜଣେ ୬ ବର୍ଷର ଶିଶୁ ତାଙ୍କ ମାଆଙ୍କ ସହ ଏକ ଠେଲା ଗାଡି ନେଇ ଯାଉଥିବାର ଦେଖିବାକୁ ମିଳିଛି । ଏହି ନିରୀହ ଶିଶୁ ତାଙ୍କ ଅସୁସ୍ଥ ପରିଜନଙ୍କ ଚିକିତ୍ସା ପାଇଁ ମାଆଙ୍କ ସହିତ ପାଦରେ ପାଦ ମିଳାଇ ହାତ ତିଆରି ଗାଡିକୁ ତୀବ୍ର ଗତିରେ ଠେଲି ଠେଲି ଡାକ୍ତରଖାନାକୁ ଯାଉଛନ୍ତି ।

ଏହି ଖବର ପଢ଼ନ୍ତୁ - http://ବୀର ହରେକୃଷ୍ଣପୁର ଛକରେ ଉଡିଲା ଐତିହ୍ୟ ସମ୍ପର୍ଣ୍ଣ ଜାତୀୟ ପତାକା

ବାସ୍ତବରେ, ସିଙ୍ଗରୌଲି ବାଲିଆରି ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇ ଯାଇଥିଲା। ଏହା ପରେ ବୃଦ୍ଧଙ୍କର ବୋହୂ ୧୦୮ ଆମ୍ବୁଲାନ୍ସକୁ କଲ କରିଥିଲେ । କିନ୍ତୁ, ଦୀର୍ଘ ସମୟ ଅପେକ୍ଷା କରିବା ପରେ ଯେତେବେଳେ ଆମ୍ବୁଲାନ୍ସ ପହଞ୍ଚି ନଥିଲା, ମହିଳା ଜଣକ ଶ୍ୱଶୁରଙ୍କୁ ହାତ ତିଆରି ଗାଡିରେ ଶୁଆଇ ଡାକ୍ତରଖାନା ନେଇଯାଉଥିଲେ। ଉକ୍ତ ସମୟରେ, ସେ ପ୍ରାୟ ୩ କିଲୋମିଟର ଯିବା ପରେ ରାସ୍ତାରେ ହ୍ୟାଣ୍ଡକାର୍ଟକୁ ଠେଲି ଠେଲି ଥକି ଯାଇଥିଲେ, ସେତେବେଳେ ତାଙ୍କର ୬ ବର୍ଷର ନିରୀହ ପୁଅ ହ୍ୟାଣ୍ଡକାର୍ଟକୁ ଠେଲିବା ଆରମ୍ଭ କରିଥିଲା ।

କେମିତି ଥିଲା ପୂରା ଘଟଣା

ଏହି ମାମଲା କୋଟୱାଲି ଟାଉନ ଥାନା ଅଞ୍ଚଳର। କୁହାଯାଉଛି ଯେ, ବାଲିଅରିଆ ଅଞ୍ଚଳର ଦେନ୍ଦାୟାଲ ଶାହା (65 ବର୍ଷ)ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏହା ପରେ ବୃଦ୍ଧଙ୍କର ବୋହୂ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ, କିନ୍ତୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଆଉ ତାପରେ ମହିଳା ଜଣକ ତାଙ୍କ ୬ ବର୍ଷର ପୁଅ ସହିତ ତାଙ୍କ ଶ୍ୱଶୁରଙ୍କୁ ହ୍ୟାଣ୍ଡକାର୍ଟରେ ୩ କିଲୋମିଟର ଦୂରରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେବାକୁ ନିଷ୍ପତ୍ତି ନେଇଥିଲେ । କେହି କେହି ଏହି ଘଟଣାର ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଅର୍ଥର ଅଭାବ ଓ ଯନ୍ତ୍ରଣା ବଢୁଥିବା ଦେଖି ମହିଳା ଜଣକ ନିଜ ପୁଅ ସହିତ ପରିଜନଙ୍କୁ ହ୍ୟାଣ୍ଡକାର୍ଟରେ ବୋହି ଡାକ୍ତରଖାନାରେ ପହଞ୍ଚିଥିଲେ।

ଆମ୍ବୁଲାନ୍ସକୁ ମାଗିନାହାଁନ୍ତି : କଲେକ୍ଟର
ସୋସିଆଲ ମିଡିଆରେ ଏହି ଖବରର ଅନୁସନ୍ଧାନରୁ ଜଣାପଡିଛି ଯେ ଜଣେ ନାବାଳକ ଅସୁସ୍ଥ ବ୍ୟକ୍ତିଙ୍କୁ ହ୍ୟାଣ୍ଡକାର୍ଟରେ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଉଥିଲା । ପୀଡିତାଙ୍କ ଘର ୫ଶହ ମିଟର ଦୂରରେ ଥିବା କାରଣରୁ ଆମ୍ବୁଲାନ୍ସ ମାଗିନଥିଲେ । ତୁରନ୍ତ ଚିକିତ୍ସା ପାଇଁ ସମ୍ପର୍କୀୟମାନେ ହ୍ୟାଣ୍ଡକାର୍ଟରେ ବୋହି ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ୧୦୮ ଆମ୍ବୁଲାନ୍ସକୁ ସମ୍ପର୍କୀୟ କଲ କରିନଥିଲେ । ୧୦୮ ଆମ୍ବୁଲାନ୍ସର କଲ୍ ବିବରଣୀରୁ ସୂଚନା ନିଆଯାଇଥିଲା । ଯେଉଁଥିରେ ମ୍ୟାନେଜର କହିଥିଲେ ଯେ ସେହି ରୋଗୀଙ୍କ ଦ୍ୱାରା ୧୦୮ ଆମ୍ୱୁଲାନ୍ସ ମଗାଯାଇନାହିଁ।

ଅନୁସନ୍ଧାନ ପାଇଁ ଆଦେଶ: ADM
ଜାଣିବାକୁ ମିଳିଛି ଯେ, ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ଏକ ଛୋଟ ପିଲା ଓ ତାଙ୍କ ମାଆ ଅସୁସ୍ଥ ପରିଜନଙ୍କୁ ଠେଲାଗାଡିରେ ନେଇ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । କାହିଁକି ଆମ୍ବୁଲାନ୍ସ ମିଳିଲା ନାହିଁ ? ଏଥିପାଇଁ ସିଏମଏଚଓ ଏବଂ ସିଭିଲ ସର୍ଜନଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା? ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Published by:Soubhagya Mishra
First published: