ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀରେ ବାରମ୍ବାର ଦେଖାଯାଉଛି ତାଙ୍କର ୩ ବର୍ଷ ପୁରୁଣା ଏହି VIDEO

ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଆଜି ଜୀବିତ ଥିଲେ ତାଙ୍କୁ ଆଜି ୩୫ ବର୍ଷ ହୋଇଥାନ୍ତା । ଗତ ବର୍ଷ ୧୪ ଜୁନରେ ସେ ନିଜର ମୁମ୍ବାଇର ଥିବା ଘରେ ଫାଶୀ ଲଗାଇ ଜୀବନ ହାରି ଦେଇଥିଲେ ।

ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀରେ ବାରମ୍ବାର ଦେଖାଯାଉଛି ତାଙ୍କର ୩ ବର୍ଷ ପୁରୁଣା ଏହି VIDEO
ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀରେ ବାରମ୍ବାର ଦେଖାଯାଉଛି ତାଙ୍କର ୩ ବର୍ଷ ପୁରୁଣା ଏହି VIDEO
  • News18 Odia
  • Last Updated: January 21, 2021, 12:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଜୀବିତ ଥିଲେ ୩୫ ବର୍ଷର ହୋଇଥାନ୍ତା । ଗତ ବର୍ଷ ୧୪ ଜୁନରେ ସେ ନିଜର ମୁମ୍ବାଇ ଥିବା ଘରେ ଫାଶୀ ଲଗାଇ ଜୀବନ ହାରି ଦେଇଥିଲେ । ସୁଶାନ୍ତ ନିଜ କରିୟରର ସର୍ବୋଚ୍ଚ ସ୍ତର ଦେଇ ଗତି କରୁଥିଲେ । ହଠାତ୍ ସେହି ସମୟରେ ସେ ଆତ୍ମହତ୍ୟା କରିବା ଆଶ୍ଚର୍ଯ୍ୟଜନକ ଥିଲା । ତାଙ୍କର ପ୍ରଶଂସକମାନେ ଏବେବି ବିଶ୍ୱାସ କରନ୍ତି ନାହିଁ ଯେ ସୁଶାନ୍ତ ଆଉ ତାଙ୍କ ଗହଣରେ ନାହାଁନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କର ପୁରୁଣା ଭିଡିଓ ଓ ଫଟୋ ସେୟାର କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କ ଜନ୍ମ ବାର୍ଷିକୀରେ ତାଙ୍କର ତିନି ବର୍ଷର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ୨୦୧୮ ମସିହାରେ ସୁଶାନ୍ତଙ୍କ ମୁମ୍ବାଇ ଘରେ ସୁଟ ହୋଇଥିଲା । ଯେଉଁଥିରେ ସୁଶାନ୍ତ ନିଜ ଘରେ ରହି ତାଙ୍କର ଘରର କେତେ କୋଠରୀ ଥିଲା ଓ ସେ ଘରେ କେଉଁ ଜିନିଷ ରଖିଥିଲେ ତାହାକୁ ଏହି ଭିଡିଓରେ ଦେଖାଉଥିବାର ନଜର ଆସୁଛନ୍ତି । ସୁଶାନ୍ତ ପୁରୁଣା ଜିନିଷକୁ ବହୁତ ଭଲ ପାଉଥିଲେ । ତେଣୁ ଏହି ଭିଡିଓରେ ତାଙ୍କ ଘରେ ଅନେକ ପୁରୁଣା ଜିନିଷ ଦେଖିବାକୁ ମିଳୁଛି । ଏଥିସହ ସେ ପୁସ୍ତକକୁ ଭଲ ପାଉଥିଲେ । ତାଙ୍କ ପାଖରେ ଅନେକ ଲେଖକଙ୍କ ପୁସ୍ତକ ଥିଲା । ସୁଶାନ୍ତ ଯେତେବେଳେ ସମୟ ପାଉଥିଲେ ସେତବେଳେ ସେ ସେହି ପୁସ୍ତକଗୁଡ଼ିକ ପଢୁଥିଲେ ।



ଭିଡିଓରେ ତାଙ୍କ କୋଠରୀରେ ଏକ ଟେଲିସ୍କୋପ ଥିଲା । ଯାହା ସାହାଯ୍ୟରେ ସେ ମହାକାଶକୁ ଦେଖୁଥିଲେ ଓ କହିଥିଲେ ​​ଯେ ସେ ଚନ୍ଦ୍ରକୁ ଦେଖୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକମାନେ ସୁଶାନ୍ତଙ୍କ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ଏବେବି ଟ୍ୱିଟରରେ #JusticeForSushant ପରି ହ୍ୟାସଟ୍ୟାଗ ଟ୍ରେଣ୍ଡିଂ କରୁଛି । କାହିଁକି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହା ପଛରେ ଅନେକ କାରଣ ପ୍ରକାଶ ପାଇଛି ଓ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ଯେ ସେ ଡିପ୍ରେସନ୍ ଦେଇ ଗତି କରୁଥିଲେ ଓ ବୋଧହୁଏ ଡିପ୍ରେସନ୍ ତାଙ୍କ ମୃତ୍ୟୁର କାରଣ ହୋଇଥିଲା । ମୁମ୍ବାଇ ପୋଲିସ, ବିହାର ପୋଲିସ ଓ ସିବିଆଇ ସୁଶାନ୍ତ ଆତ୍ମହତ୍ୟା ମାମଲାର ତଦନ୍ତ କରିଛନ୍ତି ଓ ଏନସିବି ଅନୁସନ୍ଧାନରେ ଡ୍ରଗ୍ସ ଆଙ୍ଗଲ୍ ଆସିଛି । ଯେଉଁଥିରେ ତଦନ୍ତ ଚାଲିଛି ଓ ଏହି ଡ୍ରଗ୍ ମାମଲାରେ ଏପର୍ଯ୍ୟନ୍ତ ଅନେକ ବଲିଉଡ ତାରକାଙ୍କ ନାମ ସାମ୍ନାକୁ ଆସିଛି ।
Published by: Jagdish Barik
First published: January 21, 2021, 12:36 PM IST