୫୨ ବର୍ଷୀୟ ଭିନ୍ନକ୍ଷମଙ୍କ ଉପରେ ଫିଦା ହେଲେ ୨୫ ବର୍ଷୀୟ ଯୁବତୀ; ଇଶାରାରେ କଲେ ପ୍ରପୋଜ, ତାପରେ...

୨୫ ବର୍ଷୀୟ ଜୁବିୟା ୫୨ ବର୍ଷୀୟ କାଦିରଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଯେତେବେଳେ କାଦିର ଜୁବିୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ସେ ମଧ୍ୟ ହଁ କହିଥିଲେ ।

୫୨ ବର୍ଷୀୟ ଭିନ୍ନକ୍ଷମଙ୍କ ଉପରେ ଫିଦା ହେଲେ ୨୫ ବର୍ଷୀୟ ଯୁବତୀ; ଇଶାରାରେ କଲେ ପ୍ରପୋଜ, ତାପରେ...

୫୨ ବର୍ଷୀୟ ଭିନ୍ନକ୍ଷମଙ୍କ ଉପରେ ଫିଦା ହେଲେ ୨୫ ବର୍ଷୀୟ ଯୁବତୀ; ଇଶାରାରେ କଲେ ପ୍ରପୋଜ, ତାପରେ...

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ; କୁହାଯାଏ ପ୍ରେମରେ କୌଣସି ଭାଷାର ଆବଶ୍ୟକତା ନାହିଁ । ପାକିସ୍ତାନୀ ଦମ୍ପତିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ବାସ୍ତବରେ ପାକିସ୍ତାନର ବାସିନ୍ଦା ୨୫ ବର୍ଷୀୟ ଜୁବିୟା ୫୨ ବର୍ଷୀୟ କାଦିରଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଯେତେବେଳେ କାଦିର ଜୁବିୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ, ସେ ମଧ୍ୟ ହଁ କହିଥିଲେ । ସବୁଠାରୁ ଅନନ୍ୟ କଥା ହେଉଛି କାଦିର ଭିନ୍ନକ୍ଷମ, ସେ କିଛି କହିପାରନ୍ତି ନାହିଁ କିମ୍ବା କିଛି ଶୁଣି ପାରିନ୍ତି ନାହିଁ । ଏହା ସତ୍ତ୍ବେ ଜୁବିୟା ତାଙ୍କ ହୃଦୟକୁ ବୁଝିଥିଲେ । ୟୁଟ୍ୟୁବର ସୟଦ ବେସିତ ଅଲି ତାଙ୍କ ଚ୍ୟାନେଲରେ ଦମ୍ପତିଙ୍କ ପ୍ରେମ କାହାଣୀ ସେୟାର କରିଛନ୍ତି ।

ୟୁଟ୍ୟୁବକୁ ଦେଇଥିବା ଏକ ସାକ୍ଷାତକାରରେ ଜୁବିୟା କହିଛନ୍ତି, ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ ସେ ତାଙ୍କ ବଡ଼ ଭାଇଙ୍କ ସହ ରହୁଥିଲେ। କାଦିର ତାଙ୍କ ଭାଇଙ୍କର ଘନିଷ୍ଠ ବନ୍ଧୁ ଥିଲେ । ଉଭୟଙ୍କର ସମ୍ପର୍କ ବହୁତ ଦୃଢ଼ ଥିଲା । ଦିନେ ତାଙ୍କ ଭାଇ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ । ଭାଇଙ୍କ ବିୟୋଗ ପରେ ସେ ସଂପୂର୍ଣ୍ଣ ଏକୁଟିଆ ହୋଇଗଲେ । ଏହି ସମୟରେ, କାଦିରଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼ିବାରେ ଲାଗିଲା ।

ଜୁବିଆଙ୍କ ଅନୁଯାୟୀ, କାଦିର ଅତ୍ୟନ୍ତ ଯତ୍ନଶୀଳ ଅଟନ୍ତି । ସେ ତାଙ୍କର ଯତ୍ନ ନିଅନ୍ତି । ସେ ତାଙ୍କ ବ୍ୟବହାର ଓ ସରଳ ସ୍ଵଭାବ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହା ପରେ ସେ ନିଜେ କାଦିରଙ୍କୁ ପ୍ରସ୍ତାବ ଦେଇଥିଲେ, ତା’ପରେ ଦୁହେଯାକ ବିବାହ କରିଥିଲେ । ଜୁବିୟା କହିଛନ୍ତି ଯେ କାଦିର ଅକ୍ଷମ, ତେଣୁ ସେ କେବଳ ଅଙ୍ଗଭଙ୍ଗୀରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । କାଦିର ମଧ୍ୟ ଟିକେ ଲାଜ କରି ଜୁବିଆଙ୍କ ପ୍ରସ୍ତାବକୁ ଗ୍ରହଣ କଲେ । କାଦିର ଅଙ୍ଗଭଙ୍ଗୀରେ କହିଥିଲେ ଯେ ସେ ଜୁବିଆଙ୍କୁ ବହୁତ ପସନ୍ଦ କରନ୍ତି ।

ସାକ୍ଷାତକାର ସମୟରେ ଜୁବିୟାଙ୍କ ଭାଇଙ୍କ କଥା ମନେ ପକେଇବା ବେଳେ କାଦିର ଭାବପ୍ରବଣ ହୋଇ ଯାଇଥିଲେ । ସେ କହିଛନ୍ତି ଯେ ସେ ନିଜ ସାଙ୍ଗକୁ ବହୁତ ମନେ ପକାନ୍ତି । ଜୁବିୟାଙ୍କ ଅନୁଯାୟୀ ସେ ଜଣେ ଶିକ୍ଷକ ଓ କାଦିର ବ୍ୟବସାୟ କରନ୍ତି । ଜୁବିୟା କାଦିରଙ୍କୁ ଜଣେ ଭଲ ସ୍ୱାମୀ ତଥା ଜଣେ ଭଲ ରୋଷେୟା ଭାବରେ ବର୍ଣ୍ଣନା କରିଛନ୍ତି ।
Published by:Soubhagya Mishra
First published: