ମହିଳା ଉତ୍ପୀଡନରେ ଦେଶରେ ନମ୍ବର ୧ ରେ ଓଡ଼ିଶା (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Noida
News 18 Odia Digital
ନୂଆଦିଲ୍ଲୀ; ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଠାରେ ପୋଲିସ ଜଣେ ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପୀଡିତା ଜଣାଇଛନ୍ତି ଯେ ଗତ ୪ ମାସ ଧରି ଅଭିଯୁକ୍ତ ଯୁବକ ତାଙ୍କୁ ଆନାସ୍ଥେଟିକ ଦେଇ ମଦ୍ୟପାନ କରି ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ପୀଡିତାଙ୍କ ଘର ନିକଟରେ ରୁହନ୍ତି । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରି ଗିରଫ କରିଛି ।
ଗ୍ରେଟର ନୋଏଡାରେ ୧୪ ବର୍ଷର ନାବାଳିକାକୁ ବଳାତ୍କାର କରିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ଝିଅର ପଡ଼ୋଶୀ ତାଙ୍କୁ ପୂର୍ବରୁ ଘରକୁ ଡାକିଥିଲେ । ତା’ପରେ ସେ ତାଙ୍କୁ ଆନାସ୍ଥେଟିକ୍ ଦେବା ପରେ ତାଙ୍କୁ ଦୁଷ୍କର୍ମ କରୁଥିଲେ । ଅଭିଯୁକ୍ତ ତାଙ୍କୁ ଅନେକ ମାସ ଧରି ଦୁଷ୍କର୍ମ କରିଥିଲା । ଏହି ଘଟଣା ଘଟିଛି ଗୌତମ ବୁଦ୍ଧ ନଗରର ଅଞ୍ଚଳର ଅଟେ ।
ଯେତେବେଳେ ପୀଡିତା ତାଙ୍କ ପରିବାରକୁ ୪ ମାସ ପରେ ପୁରା ଘଟଣା ବିଷୟରେ କହିଥିଲେ , ସେତେବେଳେ ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ ପରିବାର ଲୋକ । ପୋଲିସ ମାମଲାର ତଦନ୍ତ କରିବା ସହ ନାବାଳିକାକୁ ନେଇ ଡାକ୍ତରୀ ମାଇନା କରିଥିଲେ, ଯେଉଁଥିରେ ସେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ଜଣାପଡିଥିଲା । ଦୁଷ୍କର୍ମ ଏବଂ ପୋକସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।