୧୪ ଦିନର ଶିଶୁ ହେଲା ଗର୍ଭବତୀ ! ପେଟରୁ ମିଳିଲା ତିନୋଟି ଭୃଣ, ଡାକ୍ତର ଆଶ୍ଚର୍ଯ୍ୟ

ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମାତ୍ର ୧୪ଦିନର ଶିଶୁ କିପରି ଗର୍ଭବତୀ ହେଲା ? ପଢ଼ନ୍ତୁ ପୂରା ଖବର ।

୧୪ ଦିନର ଶିଶୁ ହେଲା ଗର୍ଭବତୀ ! ପେଟରୁ ମିଳିଲା ତିନୋଟି ଭୃଣ, ଡାକ୍ତର ଆଶ୍ଚର୍ଯ୍ୟ

୧୪ ଦିନର ଶିଶୁ ହେଲା ଗର୍ଭବତୀ ! ପେଟରୁ ମିଳିଲା ତିନୋଟି ଭୃଣ, ଡାକ୍ତର ଆଶ୍ଚର୍ଯ୍ୟ

  • News18 Odia
  • Last Updated :
  • Uttar Pradesh, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରାଣାସୀ (varnashi)ରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ବିଏଚୟୁ ଡାକ୍ତରମାନେ ୧୪ ଦିନର ଶିଶୁର ପେଟରୁ ୩ ଟି ଭ୍ରୁଣ ବାହାର କରିଛନ୍ତି। ଡାକ୍ତରଙ୍କ କହିବାନୁସାରେ, ୫ ଲକ୍ଷ ମଧ୍ୟରୁ ଜଣେ ପିଲାଙ୍କଠାରେ ଏଭଳି ସମସ୍ୟା ଦେଖାଯାଏ ।

୭ଜଣିଆ ଡାକ୍ତରୀ ଦଳ ତିନି ଘଣ୍ଟାର ପରିଶ୍ରମ ତଥା ଅସ୍ତ୍ରୋପଚାର (operation) ପରେ ଏହି ସଫଳତା ପାଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ଜନ୍ମ ସମୟରେ ଶିଶୁର ଓଜନ ୩.୩ କିଲୋଗ୍ରାମ (kg) ଥିଲା, କିନ୍ତୁ ଅପରେସନ୍ ପରେ ଏବେ ତାଙ୍କର ଓଜନ ୨.୮ କିଲୋଗ୍ରାମକୁ ବୃଦ୍ଧି (growth) ପାଇଛି ।

ନ୍ୟୁଜ୍ 18କୁ ପ୍ରତିକ୍ରିୟା ଦେଇ BHUର ଡକ୍ଟର ଶେଟ୍ କଚ୍ଚାପ କହିଛନ୍ତି ଯେ, ସ୍ଥାନୀୟ ଜିଲ୍ଲାର ଦମ୍ପତି (couple) ସେମାନଙ୍କର ୧୦ ଦିନର ପିଲା ସହିତ ହସ୍ପିଟାଲ ଆସିଥିଲେ । ଶିଶୁଟିର ପେଟ ଫୁଲିବା ସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ପରେ ଯେତେବେଳେ ଶିଶୁଟିର ଅଲଟ୍ରାସାଉଣ୍ଡ (ultrasound) କରାଗଲା, ତା’ର ପେଟରେ ଏକ ଭ୍ରୁଣ ଚିହ୍ନଟ ହେଲା । ଏହା ପରେ ଏହାକୁ ସିଟି ସ୍କାନ୍ ମାଧ୍ୟମରେ ଷ୍ଟାମ୍ପ୍ କରାଯାଇଥିଲା ।

ତିନି ଦିନର ଚିକିତ୍ସା କରାଯିବା ପରେ ସୋମବାର ଦିନ ସାର୍ ସୁନ୍ଦରଲାଲ୍ ହସ୍ପିଟାଲର ଡାକ୍ତରୀ ଟିମ୍ ଶିଶୁଟିର ଅସ୍ତ୍ରୋପଚାର କରିଥିଲେ । ଅପରେସନ ସମୟରେ ପେଟରୁ ଗୋଟିଏ ପରେ ଗୋଟିଏ କରି ୩ଟି ଭୃଣ ବାହାରିଥିଲା । ଡାକ୍ତର (doctor) ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ରୋଗ ଅତ୍ୟନ୍ତ ଅସ୍ୱାଭାବିକ । ଏଥିସହ ଡାକ୍ତର ଏହାମଧ୍ୟ କହିଛନ୍ତି ଏହି ସମସ୍ୟା ୫ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ଜଣଙ୍କଠାରେ ଦେଖାଯାଏ । ଏପରି ଭୃଣ ଗର୍ଭସ୍ଥ ଶିଶୁର ପେଟରେ ମାଆର ଗର୍ଭଧାରଣ ସମୟରେ ସୃଷ୍ଟି ହୋଇଯାଏ କିନ୍ତୁ ତାହା ବିକଶିତ ହୁଏ ନାହିଁ ।

ଡକ୍ଟର ରୁଚିରାଙ୍କ ନେତୃତ୍ୱରେ ଏହି ଅପରେସନରେ ଡକ୍ଟର ଶେଟ୍ କଚ୍ଚାପ, ଡକ୍ଟର ଚେତନ କୁମାର, ଡକ୍ଟର ଗ୍ରୀଷ୍ମା ଏବଂ ଆନାସ୍ଥେସିଆ ଡକ୍ଟର ଅମୃତା, ଡକ୍ଟର ଅଭା ଏବଂ ହ୍ରିତିକ ସହଯୋଗ (help) କରିଥିଲେ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, BHUର ସାର୍ ସୁନ୍ଦରଲାଲ୍ ହସ୍ପିଟାଲରେ ଏହି ଶିଶୁର ଅପରେସନ୍ ମାଗଣା (free)ରେ କରାଯାଇଛି ।



ଅନ୍ୟପଟେ ଏହି ଖବର ବର୍ତ୍ତମାନ ଉତ୍ତରପ୍ରେଦେଶ ସମେତ ସମଗ୍ର ଦେଶରେ ଚର୍ଚ୍ଚା ପରିସରକୁ ଆସିଛି । ସାଧାରଣ ଲୋକେ ଏହାକୁ ବିଶ୍ୱାସ କରିବା ସହଜ ଭାବୁନାହାନ୍ତି । କେହି କେହି କହୁଛନ୍ତି ଯେ, ଏପରି କେମିତି ସମ୍ଭବ ? ଭଗବାନଙ୍କ ସୃଷ୍ଟି ସତରେ ଚମତ୍କାର ।

ଏହି ଖବର ପଢ଼ନ୍ତୁ - ରେଳଯାତ୍ରୀଙ୍କ ଯାତ୍ରା ହେବ ଆହୁରୀ ସହଜ: ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ !
Published by:Soubhagya Mishra
First published: