ଦୋକାନୀ ୮୫ ଟଙ୍କା ଅଧିକ ନେବାରୁ ଏହି ପିଲାଟି ସିଧା ପହଞ୍ଚିଲା ଥାନାରେ ; ତାପରେ କଣ ହେଲା ଜାଣନ୍ତୁ

ଝିଅଟି ପୋଲିସ ଷ୍ଟେସନରେ ପହଞ୍ଚି କହିଲା, ମୋତେ ମୋର ଅଧିକାର ଦିଅ । ଦୋକାନୀ ବହି ଉପରେ ଅଧିକ ଚାର୍ଜ କରିଛନ୍ତି । ତେଣୁ ପୋଲିସ ଏହାର ହସ୍ତକ୍ଷପ କରି ମତେ ମୋ ଅଧିକାର ଦିଅନ୍ତୁ ।

ଝିଅଟି ପୋଲିସ ଷ୍ଟେସନରେ ପହଞ୍ଚି କହିଲା, ମୋତେ ମୋର ଅଧିକାର ଦିଅ । ଦୋକାନୀ ବହି ଉପରେ ଅଧିକ ଚାର୍ଜ କରିଛନ୍ତି । ତେଣୁ ପୋଲିସ ଏହାର ହସ୍ତକ୍ଷପ କରି ମତେ ମୋ ଅଧିକାର ଦିଅନ୍ତୁ ।

ଝିଅଟି ପୋଲିସ ଷ୍ଟେସନରେ ପହଞ୍ଚି କହିଲା, ମୋତେ ମୋର ଅଧିକାର ଦିଅ । ଦୋକାନୀ ବହି ଉପରେ ଅଧିକ ଚାର୍ଜ କରିଛନ୍ତି । ତେଣୁ ପୋଲିସ ଏହାର ହସ୍ତକ୍ଷପ କରି ମତେ ମୋ ଅଧିକାର ଦିଅନ୍ତୁ ।

  • Share this:
News 18 Odia Digital

ନୂଆଦିଲ୍ଲୀ; ଉତ୍ତରପ୍ରଦେଶର ହାର୍ଡ଼ୋଇର ଏକ ପୋଲିସ ଷ୍ଟେସନ ଭିତରେ ଜଣେ ନିରୀହ ଝିଅ କାନ୍ଦୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଝିଅଟି ଦୋକାନୀ ଜଣକ ଅଧିକ ଟଙ୍କା ନେଇ ଯାଇଥିବା କହି କାନ୍ଦୁଥିବା ନଜର ଆସୁଛି ଏବଂ ସେହି ସମୟରେ ପୋଲିସ୍ ଆଗରେ କହିଛି ଯେ ସେ ବହିରେ ପଢ଼ିଛି ଗ୍ରାହକଙ୍କର ଅଧିକାର ଅଛି । ତେଣୁ ତାଙ୍କୁ ତା'ର ଅଧିକାର ମିଳିବା ଉଚିତ ।

ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ପୋଲିସ ଉକ୍ତ ମହିଳା କନଷ୍ଟେବଳଙ୍କୁ ଝିଅର ଟଙ୍କା ଫେରାଇ ଆଣିବା ପାଇଁ ପଠାଇଥିଲା । ଯେହେତୁ ଝିଅଟି ଏକ ଗରିବ ପରିବାରର ଥିଲା, ସେଥିପାଇଁ ଏସଏଚଓ ତାର ଭଙ୍ଗା ଚପଲ ବଦଳାଇ ନୂଆ ଚପଲ ଏବଂ ପୋଷାକ ମଧ୍ୟ ଦେଇଥିଲେ ।

ଝିଅଟି ପୋଲିସ ଷ୍ଟେସନରେ ପହଞ୍ଚି କହିଲା, ମୋତେ ମୋର ଅଧିକାର ଦିଅ । ଏହି ମାମଲା ହାର୍ଡୋଇ ଜିଲ୍ଲାର ମଧୁଗଞ୍ଜ ପୋଲିସ ଷ୍ଟେସନର ଅଟେ ଯେଉଁଠାରେ ଜନ ଶୁଣାଣି ସମୟରେ ଏମଏସ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟା ମଧୁଗଞ୍ଜ ପୋଲିସ ଷ୍ଟେସନରେ ପହଞ୍ଚି ପୋଲିସଙ୍କ ଆଗରେ କାନ୍ଦିବା ଆରମ୍ଭ କରିଥିଲେ । ଯେତେବେଳେ ଏସଏଚଓ ତାଙ୍କୁ କାନ୍ଦିବାର କାରଣ ପଚାରିଥିଲେ, ସେତେବେଳେ ସେ କହିଥିଲା ଯେ ଦୋକାନୀ ବହି ଉପରେ ଅଧିକ ଚାର୍ଜ କରିଛନ୍ତି । ସେ ଜିଲ୍ଲାର ଅଙ୍କୁର ବୁକ୍ ଡିପୋରୁ ପଦାର୍ଥ ବିଜ୍ଞାନ ପୁସ୍ତକ କିଣିଥିଲେ ଯାହାକୁ ଦୋକାନୀ ୮୫୦ ଟଙ୍କାରେ ଦେଇଥିବା ବେଳେ ବାକି ଦୋକାନଗୁଡ଼ିକର ମୂଲ୍ୟ ୭୬୫ ଟଙ୍କା ଥିଲା । ଯେତେବେଳେ ସେ ଦୋକାନୀଙ୍କୁ ପଚାରିଲେ, ଟଙ୍କା ଫେରସ୍ତ କଲେ ନାହିଁ ଓ ବହି ବି ଦେଲେ ନାହିଁ । ଦୋକାନୀ କହିଲେ ତମେ ଯାହା କରିବାକୁ ଚାହୁଁଛ କର କିନ୍ତୁ ମୁଁ ବହି ଦେବି ନାହିଁ । ଏହା ପରେ ସନ୍ଧ୍ୟା ପୋଲିସ ଷ୍ଟେସନରେ ପହଞ୍ଚି କାନ୍ଦି କାନ୍ଦି ଘଟଣା ସମ୍ପର୍କରେ କହିଥିଲେ । ଗ୍ରାହକଙ୍କ ଅଧିକାର ଅଛି ବୋଲି ସେ ପୁସ୍ତକରେ ପଢ଼ିଛନ୍ତି, ତାଙ୍କୁ ସେହି ଅଧିକାର ଦିଆଯିବା ଉଚିତ୍ ।

ଏସଏଚଓ ଦେଲେ ନୂଆ ଚପଲ
ସନ୍ଧ୍ୟା କହିଛନ୍ତି ଯେ ତାଙ୍କ ପିତା କଠିନ ପରିଶ୍ରମ କରୁଛନ୍ତି ଏବଂ ତାଙ୍କୁ ଶିକ୍ଷା ଦେଉଛନ୍ତି । ତାଙ୍କର ଚପଲ ଛିଡିଯାଇଛି , ଯାହାକୁ ସେ ୫ ଟଙ୍କା ଦେଇ ଯୋଡ଼ିଥିଲେ । ପୋଷାକ ମଧ୍ୟ ଚିରି ଯାଇଛି । ଏଭଳି ପରିସ୍ଥିତିରେ ଅଧ୍ୟୟନ କରିବା କଷ୍ଟକର । ଏସଏଚଓ ଝିଅଟିର କଥା ଶୁଣିବା ପରେ ମହିଳା ପୋଲିସକୁ ଦୋକାନକୁ ପଠାଇ ଝିଅର ଟଙ୍କା ଫେରସ୍ତ ଆଣିଥିଲେ । ଏହି ପରିପ୍ରେକ୍ଷୀରେ ଏସଏଚଓ ସୁବ୍ରତ ନାରାୟଣ ତିୱାରୀ କହିଛନ୍ତି ଯେ ଝିଅର ଅଭିଯୋଗ ପରେ ମହିଳା କନଷ୍ଟେବଳ ଦିବ୍ୟା ଦ୍ୱିବେଦୀ ଏବଂ ପ୍ରଗତି ଦୁବେଙ୍କୁ ଦୋକାନୀଙ୍କ ନିକଟକୁ ପଠାଯାଇଥିଲା । ଯେତେବେଳେ ଉଭୟ ମହିଳା କନଷ୍ଟେବଳ ଦୋକାନୀଙ୍କୁ ଅଧିକ ଟଙ୍କା ନେବା କଥା ପଚାରିଥିଲେ, ଦୋକାନୀ ଭୁଲ୍ ସ୍ୱୀକାର କରି ଟଙ୍କା ଫେରସ୍ତ କରିଥିଲା । ପରେ ପୋଲିସ ଷ୍ଟେସନ ଅଧିକାରୀ ଏକ ହଜାର ଟଙ୍କା ଦେଇ ନୂଆ ଚପଲ ଏବଂ ବହି କିଣି ଝିଅଟିକୁ ଦେଇଛନ୍ତି ।
Published by:Soubhagya Mishra
First published: