୯୭୧ କୋଟି ଟଙ୍କାରେ ହେବ ନୂଆ ସଂସଦ; ପ୍ରତ୍ୟେକ ସଦସ୍ୟକୁ ମିଳିବ ଅଫିସ୍, ଏଠାରେ ଜାଣନ୍ତୁ ୧୧ଟି ମହତ୍ୱପୂର୍ଣ୍ଣ କଥା

ଲୋକସଭା ସଚିବାଳୟ ଅନୁଯାୟୀ ନୂତନ ସଂସଦ ଗୃହ ଭାରତର ଗଣତନ୍ତ୍ର ଓ ଭାରତୀୟ ଲୋକଙ୍କ ଗର୍ବର ପ୍ରତୀକ ହେବ । ଯାହା କେବଳ ଦେଶର ଗୌରବମୟ ଇତିହାସ ନୁହେଁ ବରଂ ଏହାର ଏକତା ଓ ବିବିଧତାକୁ ମଧ୍ୟ ପ୍ରକାଶ କରିବ ।

୯୭୧ କୋଟି ଟଙ୍କାରେ ହେବ ନୂଆ ସଂସଦ; ପ୍ରତ୍ୟେକ ସଦସ୍ୟକୁ ମିଳିବ ଅଫିସ୍, ଏଠାରେ ଜାଣନ୍ତୁ ୧୧ଟି ମହତ୍ୱପୂର୍ଣ୍ଣ କଥା
ପ୍ରଧାନ ମନ୍ତ୍ରୀ ମୋଦୀ ଗୁରୁବାର ଦିନ ନୂତନ ସଂସଦ ଗୃହର ମୂଳଦୁଆ ପକାଇବେ
  • News18 Odia
  • Last Updated: December 10, 2020, 12:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂତନ ସଂସଦ ଭବନ ଓ ଭୁମି ପୂଜନରେ ମୂଳଦୁଆ ପକାଇବେ । ଏହି ସମାରୋହରେ ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଓ ବହୁ ଦେଶର ରାଷ୍ଟ୍ରଦୂତ ଯୋଗଦେବେ । ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନର ଆନୁମାନିକ ମୂଲ୍ୟ ୯୭୧ କୋଟି ଟଙ୍କାରେ ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ।

ପ୍ରତ୍ୟେକ ସାଂସଦଙ୍କୁ ପୁର୍ନବାର ତିଆରି ହେଉଥିବା ଶ୍ରମ ଶକ୍ତି ଭବନରେ କାର୍ଯ୍ୟାଳୟ ପାଇଁ ପାଇଁ 40 ବର୍ଗ ମିଟର ସ୍ଥାନ ଉପଲବ୍ଧ କରାଯିବ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଯଥାକ୍ରମେ ୫ ଅଗଷ୍ଟ ୨୦୧୯ ରେ ରାଜ୍ୟସଭା ଓ ଲୋକସଭାରେ ପ୍ରସ୍ତାବ ଦେଇଥିଲେ ।

>> ନୂତନ ସଂସଦ ଭବନ ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ହେବ ଓ ଏହାର ନିର୍ମାଣ ପାଇଁ ମୋଟ ୯୭୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

>> ସଂସଦର ନୂତନ ଭବନରେ ଭୂକମ୍ପ ବିରୋଧୀ କ୍ଷମତା ରହିବ ଓ ଏହାର ନିର୍ମାଣରେ ୨୦୦୦ ଲୋକ ସିଧାସଳଖ ଜଡିତ ହେବେ ଓ ସେଠାରେ ୯୦୦୦ ଲୋକମାନେ ପରୋକ୍ଷ ଅଂଶଗ୍ରହଣ ହେବ ।

>> ନୂତନ ସଂସଦ ଗୃହରେ ୧୨୨୪ ସାଂସଦ ଏକାଠି ବସିପାରିବେ ଓ ବର୍ତ୍ତମାନର ଶ୍ରମ ଶକ୍ତି ଭବନ (ସଂସଦ ଗୃହ ନିକଟରେ) ସ୍ଥାନରେ ଉଭୟ ଗୃହର ସାଂସଦମାନଙ୍କ ପାଇଁ କାର୍ଯ୍ୟାଳୟ ପରିସର ନିର୍ମାଣ ହେବ ।

>> ସଂସଦର ବର୍ତ୍ତମାନର ଗୃହ ଦେଶର ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଭାବରେ ସଂରକ୍ଷିତ ରହିବ । ନୂତନ ବିଲ୍ଡିଂର ଭିତ୍ତିପ୍ରସ୍ତର ସହ ଜଡିତ କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି ।

>> ନିୟମ ଅନୁଯାୟୀ ଲୋକସଭା ବାଚସ୍ପତି ମଧ୍ୟ ସଂସଦ ଗୃହର ଆବାହକ ଅଟନ୍ତି । ନୂତନ କୋଠା ନିର୍ମାଣ ସମୟରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି ।

>> ନୂତନ ସଂସଦ ଗୃହରେ ସମସ୍ତ ସାଂସଦଙ୍କ ପାଇଁ ପୃଥକ କାର୍ଯ୍ୟାଳୟ ରହିବ । ଯାହା ଆଧୁନିକ ଡିଜିଟାଲ ସୁବିଧା ସହିତ ସଜ୍ଜିତ ହେବ ଓ ଏହା ଏକ 'କାଗଜହୀନ କାର୍ଯ୍ୟାଳୟ' ସୃଷ୍ଟି ଦିଗରେ ଏକ ପଦକ୍ଷେପ ହେବ । ନୂତନ ସଂସଦ ଗୃହରେ ଏକ ବିରାଟ ସମ୍ବିଧାନ କୋଠରୀ ରହିବ । ଯାହା ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶନ କରିବ । ଏହା ସହିତ ସାଂସଦମାନଙ୍କ ପାଇଁ ଏକ କୋଠରୀ ହେବ । ସେମାନଙ୍କ ପାଇଁ ଲାଇବ୍ରେରୀ, ବିଭିନ୍ନ କମିଟିର କୋଠରୀ, ଡାଇନିଂ ରୁମ୍ ଏବଂ ପାର୍କିଂ କ୍ଷେତ୍ର ରହିବ ।

>> ଏହି ବିଲ୍ଡିଂର ଲୋକସଭା ଚାମ୍ବରରେ ୮୮୮ ସଦସ୍ୟ ବସିବାର କ୍ଷମତା ଥିବାବେଳେ ରାଜ୍ୟସଭା ଚାମ୍ବରରେ ୩୮୪ ଜଣ ସଦସ୍ୟ ବସିପାରିବେ । ଭବିଷ୍ୟତରେ ଉଭୟ ଗୃହର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନାକୁ ଧ୍ୟାନରେ ରଖି ଏହା କରାଯାଉଛି ।

>> ବର୍ତ୍ତମାନ ଲୋକସଭାର ୫୪୩ ସଦସ୍ୟ ଓ ରାଜ୍ୟସଭାର ୨୪୫ ଜଣ ସଦସ୍ୟ ଅଛନ୍ତି । ସେପ୍ଟେମ୍ବର ମାସରେ ଟାଟା ପ୍ରୋଜେକ୍ଟ ଲିମିଟେଡକୁ ୮୬୧.୯୦ କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନ ନିର୍ମାଣ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଥିଲା । ଏହି ନୂତନ କୋଠା କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଅଧୀନରେ ଅଛି ଓ ବର୍ତ୍ତମାନର ସଂସଦ ଗୃହ ନିକଟରେ ନିର୍ମାଣ ହେବ ।

>> ଲୋକସଭାର ଆକାର ବର୍ତ୍ତମାନର ଲୋକସଭାଠାରୁ ତିନି ଗୁଣ ବଡ଼ ହେବ ଓ ରାଜ୍ୟ ସଭାରେ ମଧ୍ୟ ବର୍ତ୍ତମାନ ଉପର ଗୃହଠାରୁ ବଡ଼ ହେବ । ନୂତନ କୋଠାର ଭିତର ସାଜସଜ୍ଜା ଭାରତୀୟ ସଂସ୍କୃତି ସହିତ ଆଞ୍ଚଳିକ କଳା, ହସ୍ତଶିଳ୍ପ ଓ ସ୍ଥାପତ୍ୟର ଏକ ନିଆରା ଉଦାହରଣ ଉପସ୍ଥାପନ କରିବ ।

>> ବର୍ତ୍ତମାନର ସଂସଦ ଗୃହ ନିକଟରେ ନିର୍ମାଣ ହେବାକୁ ଥିବା ନୂତନ ସଂସଦ ଗୃହକୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯିବ ଓ ଶକ୍ତିର ଦକ୍ଷ ଉପଯୋଗ ତଥା ଏହାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବ । ଏକ ତ୍ରିକୋଣୀୟ ଆକୃତିର ନୂତନ ସଂସଦ ଭବନ ମଧ୍ୟ ସୁରକ୍ଷା ପ୍ରତି ଶକ୍ତିଶାଳୀ ହେବ ।

>> ସରକାର କହିଛନ୍ତି ଯେ ସଂସଦର ନୂଆ ଭବନ ୨୦୨୨ ମସିହାରେ ସ୍ୱାଧୀନତାର ୭୫ବର୍ଷ ପୂରଣ ହେବା ଅବସରରେ ନୂତନ ଭାରତର ଆବଶ୍ୟକତା ଓ ଆକାଂକ୍ଷା ଅନୁଯାୟୀ ହେବ ।
Published by: Jagdish Barik
First published: December 10, 2020, 12:20 PM IST
corona virus btn
corona virus btn
Loading