News18 Odia Digital
ମାଲଦା : ପଶ୍ଚିମବଙ୍ଗର ମାଲଦା ସମୁଦ୍ର କୂଳରୁ ଧରା ହେଲା ଏକ ବିରଳ ବିରାଟକାୟ ମାଛ । ପାଖାପାଖି ଏହି ମାଛର ଓଜନ ୯୧ କିଲୋଗ୍ରାମ । ଏହି “ବଗର ମାଛ” ମାଲଦାର ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା । ଏହି ମାଛକୁ ଦେଖିବା ପାଇଁ ମାଲଦାରେ ପୂରା ଭିଡ ଜମିଥିଲା । ଯାହା ଦିର୍ଘ ଦିନ ପରେ ମାଲଦାରେ ଏପରି ଏକ ବିରଳ ମାଛ ଦେଖିବାକୁ ମିଲିଛି । ଏହି ମାଛଟିକୁ କଣିବା ପାଇଁ ମଧ୍ୟ ଅନେକ ଲୋକ ଭିଡ଼ ଜମାଇଥିଲେ । କିନ୍ତୁ ଶେଷରେ ମାଣିକଚକର ଏକ ମାଛ ବ୍ୟବସାୟୀ ଏହାକୁ ୩୦ ହଜାର ଟଙ୍କା ଦେଇ କିଣିଛନ୍ତି ।
ସମୁଦ୍ରରୁ ଏହି ବିରଳ ମାଛକୁ ଆଣିବା ପାଇଁ ପ୍ରାୟ ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା । ଏହି ମାଛକୁ କିଣିଥିବା ମତ୍ସଜୀବୀ ଜଣକ ଗୁରୁବାର ଦିନ ମାଲଦର ମାଛ ବଜାରରେ କାଟିକି ବିକ୍ରି କରିବେ ବୋଲି ଜଣାପଡ଼ିଛି । କାରଣ ସମସ୍ତେ ଏହି ମାଛର ସ୍ବାଦର ଜାଣିପାରିବେ ବୋଲି କହିଛନ୍ତି ମତ୍ସ ବ୍ୟବସାୟୀ ଜଣକ । ଏହି ମାଛକୁ ଦେଖିବା ପାଇଁ ଓ ମୋବାଇଲ୍ରେ ଫଟୋ ଉଠାଇବା ପାଇଁ ଲୋକଙ୍କ ପାଇଁ ପ୍ରବଳ ସମାଗମ ଜମିଥିଲା ।
ପଢନ୍ତୁ ଏହି ଖବର :
http://ଆରମ୍ଭ ହେଲା ମୋ ୱାର୍ଡ ପରିକ୍ରମା; ବସ୍ତିରେ ଖାଇଲେ ମେୟରମତ୍ସ୍ୟ ବ୍ୟବସାୟୀ ନୁର ଇସଲାମ କହିଛନ୍ତି, "ପ୍ରାୟ ଏକ ବର୍ଷ ପରେ ଏତେ ବଡ " ବଗର ମାଛ " ବଜାରକୁ ଆସିଛି । ବେଙ୍ଗାଲୁରୁ-ବିହାର ସମୁଦ୍ର କୂଳରୁ ମଣିହରୀ ଅଞ୍ଚଳରେ ଏହି ମାଛ ଜାଲରେ ପଡ଼ିଥଲା । ଏହି ମାଛ କାଟି କରି ବିକ୍ରି କରାଯିବ । ଗୁରୁବାର ଖୁଚୁରା ବଜାରରେ କିଲୋଗ୍ରାମ ପ୍ରତି ଅତି କମ୍ରେ ୬୦୦ ରୁ ୭୦୦ ଟଙ୍କାରେ ବିକ୍ରି କରାଯିବ । ତେଣୁ ଶହ ଶହ ମତ୍ସ୍ୟପ୍ରେମୀ ଏହି ମାଛର ସ୍ୱାଦ ପାଇପାରିବେ। "
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।