ପାଶବିକତା! ଦିଲ୍ଲୀରେ ୯୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ ହେଲା; ଫାଶୀ ଦଣ୍ଡର ଦାବି ଉଠୁଛି

ଅଭିଯୁକ୍ତକୁ ମହିଳା ମନେ ପକାଇ ଦେଇଥିଲେ ଯେ ସେ ତାଙ୍କ ଜେଜେମାଙ୍କ ବୟସର, କିନ୍ତୁ ସେହି ଲୋକଟି କିଛି ଶୁଣି ନ ଥିଲା । ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟରେ ତାଙ୍କ ଗୁପ୍ତାଙ୍ଗରେ ବି ଆଘାତ ଲାଗିଥିବା ଉଲ୍ଲେଖ ଅଛି ।

ପାଶବିକତା! ଦିଲ୍ଲୀରେ ୯୦ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ ହେଲା; ଫାଶୀ ଦଣ୍ଡର ଦାବି ଉଠୁଛି
ମହିଳାଙ୍କ ଉଚ୍ଚ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ ।
  • News18 Odia
  • Last Updated: September 8, 2020, 10:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ନଜାଫଗଡ଼ର ଛୱଲା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୯୦ ବର୍ଷ ବୟସ୍କା ବୃଦ୍ଧ ମହିଳାଙ୍କ ସହ ବଳାତ୍କାର କରିବା ପରେ ତାଙ୍କୁ ମାଡ଼ ମରାଯାଇଛି ।

ବୃଦ୍ଧ ମହିଳାଙ୍କ କହିବା ଅନୁସାରେ ସେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନିଜ ଘର ବାହାରେ କ୍ଷୀରବାଲାକୁ ଅପେକ୍ଷା କରିଥିଲେ । ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ କହିଥିଲେ ଯେ କ୍ଷୀରବାଲା ଆଜି ଆସିନାହିଁ, ତେଣୁ ସେ ତାଙ୍କୁ କ୍ଷୀରବାଲା ପାଖକୁ ନେଇଯିବ । ପୁରୁଷ ଲୋକଟି ବୃଦ୍ଧ ମହିଳାଙ୍କୁ ରେଭଲା ଖାନପୁର ଫାର୍ମକୁ ନେଇଗଲା ଓ ସେଠାରେ ତାଙ୍କ ସହ ବଳାତ୍କାର କଲା ।

ମହିଳା ଜଣକ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ବୃଦ୍ଧା ମହିଳା ଜଣକ ବହୁତ ଯନ୍ତ୍ରଣା ପାଇଥିଲେ ଓ କାନ୍ଦିଥିଲେ । ସେ ସେହି ପୁରୁଷ ଲୋକ ଠାରୁ ଦୟା ଭିକ୍ଷା କରିଥିଲେ । ସେ ତାଙ୍କୁ ମନେ ପକାଇ ଦେଇଥିଲେ ଯେ ସେ ତାଙ୍କ ଜେଜେମାଙ୍କ ବୟସର, କିନ୍ତୁ ସେହି ଲୋକଟି କିଛି ଶୁଣି ନ ଥିଲା ।

ସେହି ମହିଳାଙ୍କ ଉଚ୍ଚ ସ୍ୱର ଶୁଣି ଗାଁର କିଛି ଲୋକ ସେଠାରେ ପହଞ୍ଚିଯାଇଥିଲେ ଓ ତାଙ୍କୁ ସାହାଯ୍ୟ କରିଥିଲେ। ଲୋକେ ଅଭିଯୁକ୍ତକୁ ଧରି ପୋଲିସକୁ ଡାକିଥିଲେ। ପୋଲିସ ପହଞ୍ଚିଥିଲା ଓ ମହିଳାଙ୍କ ପୁଅକୁ ବି ପୋଲିସ ଡକାଇଥିଲା। ସେଠାରୁ ପୀଡ଼ିତା ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା।

ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।


ବୃଦ୍ଧ ମହିଳାଙ୍କ ଡାକ୍ତରୀ ରିପୋର୍ଟରୁ ତାଙ୍କୁ ଅନେକ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି । ମହିଳାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟରେ ତାଙ୍କ ଗୁପ୍ତ ଅଙ୍ଗରେ ବି ଆଘାତ ଲାଗିଥିବା ଉଲ୍ଲେଖ ଅଛି ।

ଦିଲ୍ଲୀ ପୋଲିସ ଏହି ମାମଲାରେ ଆଇପିସି ଦଫା ୩୭୬ ଓ ୩୨୩ ଅଧୀନରେ ଏକ ଏଫଆଇଆର ପଞ୍ଜୀକୃତ କରିଛି ଓ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ସୋନୁ । ତାକୁ ୩୩ ବର୍ଷ ବୟସ । ସେ ରେଭଲା ଖାନପୁର ଗାଁର ବାସିନ୍ଦା।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଘଟଣା ଦିନ ଠାରୁ ଦିଲ୍ଲୀ ମହିଳା ଆୟୋଗର ଟିମ୍ ପୀଡିତାଙ୍କ ସହାୟତା ପାଇଁ ଚେଷ୍ଟା କରୁଛି । ମଙ୍ଗଳବାର ସନ୍ଧ୍ୟାରେ ଆୟୋଗର ସଭାପତି ସ୍ୱାତୀ ମାଲିୱାଲ ଓ ସଦସ୍ୟ ବନ୍ଦନା ସିଂ ପୀଡ଼ିତା ମହିଳାଙ୍କୁ ତାଙ୍କ ଘରକୁ ଯାଇ ଭେଟିଥିଲେ।



ମହିଳାଙ୍କୁ ଭେଟିବା ପରେ ସ୍ୱାତୀ ମାଲିୱାଲ କହିଛନ୍ତି, ‘‘ଜଣେ ଛଅ ମାସର ଝିଅ ଠାରୁ ୯୦ ବର୍ଷ ବୟସ୍କା ମହିଳାଙ୍କ ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ନୁହଁନ୍ତି । ଏହି ମହିଳାଙ୍କୁ ଏହି ବୟସରେ ଏହି ପ୍ରକାର ହଇରାଣର ସାମ୍ନା କରିବାକୁ ପଡ଼ିଛି । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଯେଉଁମାନେ ଏମିତି ଘଟଣା ଘଟାନ୍ତି ସେମାନେ ପଶୁ, ମଣିଷ ନୁହଁନ୍ତି । ମୁଁ ଏହି ପୀଡ଼ିତା ବୃଦ୍ଧ ମହିଳାଙ୍କୁ ଭେଟିଛି । ତାଙ୍କୁ ନ୍ୟାୟ ମିଳିବା ପାଇଁ ଯୁଦ୍ଧରେ ଆମେ ତାଙ୍କ ସହିତ ରହିବୁ । ଯେକୌଣସି ପରିସ୍ଥିତିରେ ଏହି ମାମଲା ଛଅ ମାସ ମଧ୍ୟରେ କୋର୍ଟରୁ ଉଚିତ ଦଣ୍ଡ ସ୍ୱରୂପ ଫାଶୀ ମିଳିବା ଉଚିତ୍ ।’’
Published by: Anand Shankar Thankur Das
First published: September 8, 2020, 10:33 PM IST
corona virus btn
corona virus btn
Loading