୭୫ ବର୍ଷ ପରେ ନିଜର ପୈତୃକ ଘର ଦେଖିବାକୁ ପାକିସ୍ତାନ ଯିବେ ୯୦ ବର୍ଷୀୟ ମହିଳା

୭୫ ବର୍ଷ ପରେ ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବାସ୍ତବରେ ସେ ପାକିସ୍ତାନର ରାୱଲପିଣ୍ଡିରେ ଥିବା ତାଙ୍କ ପୈତୃକ ଘର ଦେଖିବାକୁ ଯାଉଛନ୍ତି।

ରୀନା ବର୍ମା (ପ୍ରତୀକାତ୍ମକ ଛବି)

ରୀନା ବର୍ମା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

୭୫ ବର୍ଷ ପରେ ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବାସ୍ତବରେ ସେ ପାକିସ୍ତାନର ରାୱଲପିଣ୍ଡିରେ ଥିବା ତାଙ୍କ ପୈତୃକ ଘର ଦେଖିବାକୁ ଯାଉଛନ୍ତି। ଯେତେବେଳେ ବୃଦ୍ଧ ମହିଳା ରୀନା ବର୍ମା ୱାଘା-ଅଟାରୀ ସୀମା ଦେଇ ଲାହୋରରେ ପ୍ରବେଶ କଲେ, ସେତେବେଳେ ତାଙ୍କ ଆଖିରେ ଖୁସିର ଲୁହ ଆସିଗଲା। ଏକ ଭିଡିଓରେ ରୀନା କହିଛନ୍ତି ଯେ ସେ ତାଙ୍କ ପୈତୃକ ଘର ପ୍ରେମ ନିବାସ, ତାଙ୍କ ବିଦ୍ୟାଳୟ ଓ ପିଲାଦିନର ବନ୍ଧୁମାନଙ୍କୁ ଭେଟିବେ। ବର୍ଷ ବର୍ଷ ଧରି ତାଙ୍କ ମନରେ ଏହି ଇଚ୍ଛା ଥିଲା, ଯାହା ବର୍ତ୍ତମାନ ପୂରଣ ହୋଇଛି।

ଭାରତ-ପାକିସ୍ଥାନ ବିଭାଜନ ସମୟରେ ରୀନା ବର୍ମାଙ୍କ ପରିବାର ରାୱଲପିଣ୍ଡିର ଦେବୀ କଲେଜ ରୋଡରେ ରହୁଥିଲେ। ବର୍ତ୍ତମାନ ରୀନା ପୁଣେରେ ରହୁଛନ୍ତି। ରୀନା କହିଛନ୍ତି ଯେ ମୁଁ ମର୍ଡନ ବିଦ୍ୟାଳୟରୁ ମୋର ଅଧ୍ୟୟନ କଲି। ମୋର ଚାରି ଭାଇଭଉଣୀ ମଧ୍ୟ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ।

ରୀନା ବର୍ମା କହିଛନ୍ତି ଯେ ସେ ୧୯୬୫ ରେ ପାକିସ୍ତାନୀ ଭିସା ପାଇଁ ଆବେଦନ କରିଥିଲେ ମଧ୍ୟ ଭିସା ମିଳିପାରି ନାହିଁ।  କାରଣ ସେହି ଦିନ ଯୁଦ୍ଧର ଅବସ୍ଥା ଥିଲା। ଏହା ପରେ ରୀନା ଗତ ବର୍ଷ ସୋସିଆଲ ମିଡିଆରେ ତାଙ୍କ ପୈତୃକ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତା’ପରେ ପାକିସ୍ତାନୀ ନାଗରିକ ସାଜଜାଦ ହାଇଦର ତାଙ୍କ ସହ ସୋସିଆଲ ମିଡିଆରେ ଯୋଗାଯୋଗ କରି ରାୱଲପିଣ୍ଡିରେ ତାଙ୍କ ଘରର ଫଟୋ ପଠାଇଥିଲେ।

ନିକଟରେ ସେ ପୁଣିଥରେ ପାକିସ୍ତାନୀ ଭିସା ପାଇଁ ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ଏହା ପରେ ସେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନି ଖାରଙ୍କୁ ଟ୍ୟାଗ୍ କରିଥିଲେ। ଯିଏ ତାଙ୍କ ପାଇଁ ପାକିସ୍ତାନୀ ଭିସା ବ୍ୟବସ୍ଥା କରିଥିଲେ।

ଦେଶ ବିଭାଜନ ହେବା ସମୟରେ ରୀନାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା।  ବିଗତ ବର୍ଷଗୁଡିକରେ, ତାଙ୍କ ପୈତୃକ ଘରକୁ ଅନେକ ଥର ଯିବାକୁ ଇଚ୍ଛା ଥିଲା, କିନ୍ତୁ ଏହା ବର୍ତ୍ତମାନ ପୂରଣ ହୋଇଛି। ବାସ୍ତବରେ, ଭାରତରେ ପାକିସ୍ତାନୀ ହାଇ କମିଶନ ରୀନା ବର୍ମାଙ୍କୁ ଏକ ଶୁଭେଚ୍ଛା ଭାବରେ ତିନିମାସ ଭିସା ପ୍ରଦାନ କରିଛନ୍ତି।

ରୀନା କହିଛନ୍ତି, ମୋର ବଡ଼ ଭାଇଭଉଣୀମାନଙ୍କର ଅନେକ ମୁସଲମାନ ବନ୍ଧୁ ଥିଲେ, ଯେଉଁମାନେ ପ୍ରାୟତଃ ଆମ ଘରକୁ ଯାଉଥିଲେ।  ମୋ ବାପା ଖୋଲା ମନୋଭାବ ପୋଷଣ କରୁଥିଲେ ଓ ପୁଅ ଓ ଝିଅମାନଙ୍କୁ ଭେଟିବାକୁ ବାରଣ ନଥିଲା। ଭିସା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଉଭୟ ଦେଶର ସରକାର ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।
Published by:Soumya Das
First published: