Youtube ରୁ ୯ ବର୍ଷର ଶିଶୁ ତିନି ବର୍ଷରେ ୫.୫ ବିଲିୟନ ଟଙ୍କାରୁ ଅଧିକ ରୋଜଗାର କଲେ
Ryan Kaji is Highest Earning Youtuber in the World: ୯ ବର୍ଷୀୟ ରିଆନ୍ କାଜୀ ୟୁଟ୍ୟୁବ୍ ଚ୍ୟାନେଲରୁ (Youtube Channel) ସର୍ବାଧିକ ଆୟ (Highest Earning Youtuber) କରୁଥିବା କଣ୍ଟେଣ୍ଟ କ୍ରିଏଟର ହୋଇପାରିଛନ୍ତି । ରିଆନ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ୨୦୨୦ ବର୍ଷରେ ୨୯.୫ ମିଲିୟନ୍ ଡଲାର୍ ଅର୍ଥାତ୍ ୨,୧୭,୦୧,୬୭,୫୦୦ ଟଙ୍କା ରୋଜଗାର କରିଛନ୍ତି ।

ରିଆନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨୭.୭ ନିୟୁତ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି
- News18 Odia
- Last Updated: December 28, 2020, 1:28 PM IST
ନ୍ୟୁୟର୍କ: ସଫଳତା ହାସଲ କରିବା ପାଇଁ କୌଣସି ବୟସ କିମ୍ବା ସମୟ ବାଧକ ନୁହେଁ । ଏହାକୁ ଆମେରିକାର ରିଆନ୍ କାଜି ଠିକ୍ ବୋଲି ପ୍ରମଣିଟି କରି ଦେଖାଇଛନ୍ତି । ୯ ବର୍ଷୀୟ ରିଆନ୍ କାଜୀ ୟୁଟ୍ୟୁବ୍ ଚ୍ୟାନେଲରୁ (Youtube Channel) ସର୍ବାଧିକ ଆୟ (Highest Earning Youtuber) କରୁଥିବା କଣ୍ଟେଣ୍ଟ କ୍ରିଏଟର ହୋଇପାରିଛନ୍ତି । ରିଆନ୍ ଏହାର ୟୁଟ୍ୟୁବ୍ ଚ୍ୟାନେଲରୁ ୨୦୨୦ ମସିହାରେ ୨୯.୫ ମିଲିୟନ୍ ଡଲାର୍ ଅର୍ଥାତ୍ ୨,୧୭,୦୧,୬୭,୫୦୦ ଟଙ୍କା ରୋଜଗାର କରିଛନ୍ତି । ରିଆନ୍ ଗତ ପାଞ୍ଚ ବର୍ଷହେବ 'ରିଆନ୍ ୱାର୍ଲ୍ଡ' ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିଲେ । ଫୋର୍ବସ୍ ମ୍ୟାଗେଜିନ ଦ୍ୱାରା ଏହି ସୂଚନା ଦିଆଯାଇଛି । ରିଆନର ମୂଳ ନାମ ହେଉଛି ରିଆନ୍ ଗୁଆନ୍ । ୨୦୧୯ ରେ ରିଆନ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ୧,୯୧,୧୯,୧୦,୦୦୦ ଟଙ୍କା ମଧ୍ୟ ରୋଜଗାର କରିଥିଲେ । ଏଥି ସହିତ ୨୦୧୮ ମସିହାରେ ଏହି ଚ୍ୟାନେଲରୁ ତାଙ୍କର ଆୟ ୧,୬୧,୭୬,୦୫,୦୦୦ ଟଙ୍କା ଥିଲା ।
୨୦୧୫ ରେ ରିଆନଙ୍କ ପିତାମାତା ତାଙ୍କ ଚ୍ୟାନେଲ ଲଞ୍ଚ କରିଥିଲେ । ସେତେବେଳେ ରିୟାନଙ୍କୁ ୪ ବର୍ଷ ବୟସ ମଧ୍ୟ ହୋଇ ନଥିଲା । ରିଆନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨୭.୭ ନିୟୁତ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ରିଆନ୍ ବର୍ତ୍ତମାନ ଏକ ତୃତୀୟ ଶ୍ରେଣୀର ଛାତ୍ର ଓ ୯ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଛନ୍ତି । ରିୟାନର ଅନେକ ଭିଡିଓ ଏକ ବିଲିୟନରୁ ଅଧିକ ଥର ଦେଖାଯାଇଛି । ସେ ଗତ ତିନିବର୍ଷ ମଧ୍ୟରେ ସର୍ବାଧିକ ଆୟ କରିଥିବା ୟୁଟ୍ୟୁବର୍ ଅଟନ୍ତି ।
ବିଜ୍ଞାନ ସମ୍ବନ୍ଧୀୟ ପ୍ରୟୋଗ କରନ୍ତି ରିଆନ୍
ସେ ହେଉଛନ୍ତି ପ୍ରଥମ ୟୁଟ୍ୟୁବର୍ ଯିଏକି ନ୍ୟୁୟର୍କ ସହରରେ ଅନୁଷ୍ଠିତ ବାର୍ଷିକ ପ୍ୟାରେଡ୍ ବିଷୟରେ ଆଲୋଚନା କରିଥିଲେ । ତାଙ୍କୁ ପ୍ରଶଂସା କରିବା ପାଇଁ ଏକ ଭିଡିଓ ମଧ୍ୟ ପରେଡରେ ପ୍ରଦର୍ଶିତ ହୋଇଥିଲା । ରିୟାନ୍ ମଧ୍ୟ ଏହି ଭିଡିଓକୁ ନିଜ ଚ୍ୟାନେଲରେ ସେୟାର କରିଛନ୍ତି । ଡେଲି ମେଲ ଅନୁଯାୟୀ ରିୟାନଙ୍କ ପିତା ୩୨ ବର୍ଷ ବୟସ ଓ ତାଙ୍କର ସିଓନ ଗୁଆନ ଅଛି । ଏବଂ ଗତ ବର୍ଷ ଅଧ୍ୟୟନ ପାଇଁ ଟେକ୍ସାସରୁ ଜାପାନକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କ ମା' ଗୁଆନଙ୍କୁ ୩୬ ବର୍ଷ ବୟସ । ସେ ଉଚ୍ଚ ବିଦ୍ୟାଳୟରେ ରସାୟନ ବିଜ୍ଞାନ ଶିକ୍ଷା ଦେଉଥିଲେ । ତାଙ୍କ ମା ମୂଳତ ଭିଏତନାମର ଅଧିବାସୀ ଅଟନ୍ତି । ରିଆନଙ୍କର ତିନି ବର୍ଷର ଯାଆଁଳା ଭଉଣୀ ଅଛନ୍ତି ଯାହାଙ୍କ ନାମ ଏମ୍ମା ଓ କେଟ୍ ଅଟେ ।