ନକ୍ସଲଙ୍କ ସହ ମୁକାବିଲା ପାଇଁ ସେନାରେ ନିଯୁକ୍ତି ହେଲେ କିନ୍ନର

ରାଜ୍ୟରେ ପ୍ରଥମ ଥର ବସ୍ତର ରେଞ୍ଜରେ ନିୟୋଜନ ପାଇଁ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି । ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର 'ଫାଇଟ୍‌ ସ୍କିମ' ଅଧିନରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି।

ଫାଇଟ୍‌ ସ୍କିମ"

ଫାଇଟ୍‌ ସ୍କିମ"

  • Share this:
News 18 Odia Digital

ରାୟପୁର: ସମାଜରେ କିନ୍ନରଙ୍କ ପ୍ରତି ଭେଦଭାବ ଏକ ସାଧାରଣ କଥା। ସ୍ୱାଧୀନତାର ୭୫ ବର୍ଷ ପରେ, କିନ୍ନର ପ୍ରକୃତରେ ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେଉଛନ୍ତି। ରାଜ୍ୟରେ ପ୍ରଥମ ଥର ବସ୍ତର ରେଞ୍ଜରେ ନିୟୋଜନ ପାଇଁ କିନ୍ନରଙ୍କୁ ନିଯୁକ୍ତି ଦିଆଯାଇଛି । ଯାହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ରାଜ୍ୟରେ ମଧ୍ୟ ଏକ ନୂତନ ଦିଗ ସୃଷ୍ଟି କରିବ ବୋଲ ଆଶା ରଖାଯାଇଛି ।

ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର 'ଫାଇଟ୍‌ ସ୍କିମ' ଅଧିନରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି। ବସ୍ତର ରେଞ୍ଜ ଇନ୍ସପେକ୍ଟର ଜେନେରାଲ୍ ସୁନ୍ଦରରାଜ ପି.ଙ୍କ ସୂଚନା ଅନୁଯାୟୀ, ପୋଲିସରେ ନିଯୁକ୍ତି ପାଇଥିବା ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟରେ ୮ ଜଣ କାନକର ଜିଲ୍ଲାର ଓ ଜଣେ ବସ୍ତର ଜିଲ୍ଲାର। ନିଯୁକ୍ତି ପ୍ରକ୍ରିୟା ପରେ ସମସ୍ତଙ୍କୁ ରାୟପୁରର ପୋଲିସ୍ ଟ୍ରେନିଂ ସ୍କୁଲ ମାନାରେ ତାଲିମ୍ ଦିଆଯିବ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ଛତିଶଗଡ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ କିନ୍ନରମାନଙ୍କୁ ସୁଯୋଗ ଦିଆଯାଉଛି।

ନକ୍ସଲମାନଙ୍କ ସହିତ ଲଢ଼ିବା ପାଇଁ ବସ୍ତର ଫାଇଟର୍ ଫୋର୍ସ ଗଠନ କରାଯାଇଛି, ଯେଉଁଥିରେ ବସ୍ତର ଡିଭିଜନର ୯ କିନ୍ନରଙ୍କୁ କନଷ୍ଟେବଳ ଭାବରେ ନିଯୁକ୍ତି ଦିଆଯାଇଛି। ଶାରୀରିକ ପରୀକ୍ଷାରେ ୧୦୦ ରୁ ୧୦୦ ପାଇଥିବା କାନକର ଜିଲ୍ଲାର ଦିବ୍ୟା ନିଶାଦଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କର ପ୍ରକୃତି ଝିଅମାନଙ୍କ ପରି ହେବାକୁ ଲାଗିଲା, ସେତେବେଳେ ବାପା ମାଡ ମାରିବା ସହ ଘରୁ ବାହାରକୁ ଯିବାକୁ କହିଥିଲେ।ରାୟପୁରରେ ରହୁଥିବାବେଳେ ବସ୍ତର ଫାଇଟରଙ୍କୁ ଏଥିରେ ନିୟୋଜିତ କରାଯାଉଥିବାର ସୂଚନା ତାଙ୍କୁ ମିଳିଥିଲା। କଠିନ ପରିଶ୍ରମ ହେତୁ, କନଷ୍ଟେବଳରେ ମନୋନୀତ ହୋଇଥିଲେ।
Published by:Soumyashree Mishra
First published: