News18 Odia Digital
ବିଦର୍ଭ: ଥମୁନି ଚାଷୀ ଆତ୍ମହତ୍ୟା ମାମଲା। ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ତିନି ଦିନ ମଧ୍ୟରେ ୯ ଜଣ କୃଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆର୍ଥିକ ସମସ୍ୟା ହେତୁ ଆତ୍ମହତ୍ୟା କରିଥିବା କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ବିଦର୍ଭ ଜନ ଆନ୍ଦୋଳନ ସମିତି ଏହି ଅଭିଯୋଗ ଆଣିଛି।
ସମିତି କହିଛି ଯେ ଏହି ଅଞ୍ଚଳରେ ଲଗାତାର ବର୍ଷା ଓ ପରେ ବନ୍ୟା ଫସଲକୁ ବହୁ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ ଫସଲ ବୁଣିବା ପାଇଁ ଚାଷୀଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ପରିସ୍ଥିତି ହେଉଛି ଯେ କୃଷକ ପରିବାର ପାଇଁ ଜୀବିକା ନିର୍ବାହ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ଫଳସ୍ୱରୂପ, କୃଷକମାନେ ଏପରି ପଦକ୍ଷେପ ନେଉଛନ୍ତି।
ଆହୁରି ମଧ୍ୟ ଅଭିଯୋଗ ଉଲ୍ଲେଖ ରହିଛି ଯେ ଏହି ଚାଷୀଙ୍କ ମଧ୍ୟରୁ ପାଞ୍ଚ ଜଣ କୃଷକ ୟବତମାଳା ଜିଲ୍ଲାରୁ ଆସିଛନ୍ତି ଯେଉଁଠାରେ ପ୍ରବଳ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଅଧିକ ପ୍ରଭାବିତ ହୋଇଛି।
ସୂତ୍ରରୁ ପ୍ରକାଶ ଯେ ଚାରିଜଣ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଅବଶିଷ୍ଟ ପାଞ୍ଚଜଣ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି କୃଷକମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଜମି ମାଲିକ ଅଟନ୍ତି।
ବିଦର୍ଭର ଆକୋଲା, ଅମ୍ରାବତୀ, ଯବତମାଲା, ବୁଲଦାନା, ୱାଶିମ୍ ଓ ୱାର୍ଡା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଯୋଗୁଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟାଙ୍କ ଓ ଅନ୍ୟ ଋଣଦାତାମାନଙ୍କଠାରୁ ମଧ୍ୟ ସେମାନଙ୍କୁ କୌଣସି ଛାଡ଼ ମିଳିନାହିଁ।
ସଂଗଠନ କହିଛି ଯେ ରବି ଫସଲ ବୁଣିବା ପାଇଁ ସରକାର ତୁରନ୍ତ ଚାଷୀଙ୍କୁ ଋଣ ପ୍ରଦାନ କରିବା ଉଚିତ। ଏହା ବ୍ୟତୀତ କୃଷକମାନଙ୍କ ପାଇଁ ଆର୍ଥିକ ସହାୟତା ଓ ଋଣ ଛାଡ ଘୋଷଣା କରାଯିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।