UPରେ BJP ସାଂସଦଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଘଟଣାରେ ୯ ଗିରଫ; VIDEO ଭାଇରାଲ ହୋଇଥିଲା

Nine people arested for attack on UP Pratapgarh MP video was viral | ବିଜେପି ସାଂସଦ ସଭାଗାରରେ ପହଞ୍ଚିବା ଆଗରୁ ପୂର୍ବ କଂଗ୍ରେସ ସାଂସଦ ଓ ତାଙ୍କ ବିଧାୟିକା ଝିଅ ସେଠାରେ ପହଞ୍ଚିଥିଲେ । କିଛି ସମୟ ପରେ ବିଜେପି ସାଂସଦଙ୍କୁ ଚିରା କୁର୍ତ୍ତା ପିନ୍ଧି ଛୋଟେଇ ଛୋଟେଇ ବାହାରକୁ ଆସୁଥିବା ଦେଖାଯାଇଥିଲା ।

ଚିରା କୁର୍ତ୍ତାରେ ବିଜେପି ସାଂସଦ; (ଡାହାଣ) ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ

ଚିରା କୁର୍ତ୍ତାରେ ବିଜେପି ସାଂସଦ; (ଡାହାଣ) ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରତାପଗଡ଼ର ସାଂସଦ ସଙ୍ଗମ ଲାଲ ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ (Pratapgarh BJP MP Sangam Lal Gupta attacked) ପୋଲିସ କଂଗ୍ରେସ ଦଳର ନଅ ଜଣ ଦଳର କର୍ମୀଙ୍କୁ ଗିରଫ କରିଛି। ପ୍ରତାପଗଡ଼ ଜିଲ୍ଲାରେ ଚାଲିଥିବା ଗରିବ କଲ୍ୟାଣ ମେଳା ସମୟରେ ବିଜେପି ସାଂସଦଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଲୋକ ପିଟିଥିଲେ । ସେହି ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିଲା (viral video)।

ସେହି ଆକ୍ରମଣରେ ସମ୍ପୃକ୍ତି ସନ୍ଦେହରେ ରାଜ୍ୟ ପୋଲିସ କଂଗ୍ରେସର ଅନେକ ସ୍ଥାନୀୟ ନେତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଘରେ ଚଢ଼ାଉ କରିଥିଲା । ସେପ୍ଟେମ୍ବର ୨୭ ତାରିଖରେ ନଅ ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ତରଫରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ଉତ୍ତର ପ୍ରଦେଶର ପ୍ରତାପଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପି ସାଂସଦ ସଙ୍ଗମ ଲାଲ ଗୁପ୍ତା (Sangam Lal Gupta) ପ୍ରତାପଗଡ଼ ଜିଲ୍ଲାର ସଙ୍ଗିପୁର ବ୍ଲକର ଗରିବ କଲ୍ୟାଣ ମେଳାରେ ସେପ୍ଟେମ୍ବର ୨୫ ତାରିଖ ଅପରାହ୍ଣରେ ମୁଖ୍ୟ ଅତିଥି ରୂପେ ଭାଗ ନେବା ପାଇଁ ପହଞ୍ଚିବା ବେଳେ ତାଙ୍କୁ କଂଗ୍ରେସ ସମର୍ଥକମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ଇଣ୍ଟରନେଟରେ ଘୂରି ବୁଲୁଛି । ଭାଇରାଲ ଭିଡିଓରେ (UP MP viral video) କଂଗ୍ରେସ ସମର୍ଥକମାନେ ବିଜେପି ସାଂସଦଙ୍କ ଉପରକୁ ପଥର ଫିଙ୍ଗୁଥିବା ଓ ତାଙ୍କୁ ଗୋଡ଼ାଉଥିବାର ଦେଖାଯାଉଛି ।

ଏଇଠି ଦେଖନ୍ତୁ ସେହି ଘଟଣାର ଏକ ଭିଡିଓ:



ସଙ୍ଗମ ଲାଲ ଗୁପ୍ତା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ କଂଗ୍ରେସ ନେତା ତଥା ପୂର୍ବ ସାଂସଦ ପ୍ରମୋଦ ତିୱାରୀ ଓ ତାଙ୍କ ଝିଅ ତଥା ବିଧାୟିକା ଆରାଧନା ମିଶ୍ର (ମୋନା) ସେଠାରେ ପହଞ୍ଚିଥିଲେ । ସଙ୍ଗମ ଲାଲ ଗୁପ୍ତା ପହଞ୍ଚିବା ପରେ ଉଭୟ ବିରୋଧୀ ନେତାଙ୍କ ସମର୍ଥକମାନେ ପରସ୍ପର ସପକ୍ଷରେ ସ୍ଲୋଗାନ୍‌ ଦେବା ଆରମ୍ଭ କରିଥିଲେ । ସଙ୍ଗେ ସଙ୍ଗେ ସମର୍ଥକମାନେ ପରସ୍ପର ସହ ମାରପିଟ୍‌ କରିବା ଆରମ୍ଭ କରିଥିଲେ । ପ୍ରମୋଦ ତିୱାରୀଙ୍କ ସହ ବି ଧକ୍କାମୁଖି ହୋଇଥିଲା । କିଛି ସମୟ ପରେ ସଙ୍ଗମ ଲାଲ ଗୁପ୍ତାଙ୍କୁ ଚିରା କୁର୍ତ୍ତା ପିନ୍ଧି ଛୋଟେଇ ଛୋଟେଇ ସଭାଗାର ବାହାରକୁ ଆସୁଥିବା ଦେଖାଯାଇଥିଲା ।



ସେତିକି ବେଳେ କିଛି କଂଗ୍ରେସ ସମର୍ଥକ ତାଙ୍କ ଗାଡ଼ି ଉପରକୁ ଟେକା ପଥର ଫିଙ୍ଗୁଥିଲେ ଓ ତାଙ୍କ ସହ ତାଙ୍କ ସମର୍ଥକମାନଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୂର ପର୍ଯ୍ୟନ୍ତ ନେଇଯାଇଥିଲେ । ସଙ୍ଗମ ଲାଲ ଗୁପ୍ତା କହିଛନ୍ତି ଯେ ଲୋକେ ତାଙ୍କୁ ପିଟିବା ସହ ଜଣେ ପୋଲିସ ଇନସ୍ପେକ୍ଟରଙ୍କୁ ବି ପିଟିଥିଲେ ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

ଏହି ଘଟଣା ପରେ ବିଜେପି ସାଂସଦ ଅଭିଯୋଗ କରିଥିଲେ ଯେ ଏକ ସାମାଜିକ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ତାଙ୍କ ଅନୁଗାମୀମାନଙ୍କ ସହ ତାଙ୍କୁ ଓ ଅନ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଥିଲେ। ବିଜେପି ସାଂସଦଙ୍କ ଅଭିଯୋଗ ପାଇବା ପରେ ଉତ୍ତର ପ୍ରଦେଶ ପୋଲିସ ପ୍ରମୋଦ ତିୱାରୀ ଓ ତାଙ୍କ ଝିଅଙ୍କ ବିରୋଧରେ ଏକ ଅଭିଯୋଗ ପଞ୍ଜିକରଣ କରିଥିଲା।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ଗୁପ୍ତା ନିଜ ଅଭିଯୋଗରେ ଲେଖିଥିଲେ ଯେ ସଙ୍ଗୀପୁର ଥାନାଧିକାରୀ ତୁଷାର ଦତ୍ତ ତ୍ୟାଗୀ ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ, କିନ୍ତୁ ପ୍ରମୋଦ ତିୱାରୀ ଓ କଂଗ୍ରେସ ବିଧାୟିକା ଆରାଧନା ମିଶ୍ର ଓ କଂଗ୍ରେସ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ।
Published by:Anand S.T. Das
First published: