News18 Odia Digital
8th Pay Commission Latest Update: ଯଦି ଆପଣ ମଧ୍ୟ ଜଣେ ସରକାରୀ କର୍ମଚାରୀ, ତେବେ ଶୀଘ୍ର ଆପଣଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ। ନ୍ୟାସନାଲ ପେନ୍ସନ୍ ସିଷ୍ଟମକୁ ନେଇ ଦେଶରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି, ସେତିକିବେଳେ ସରକାର ଖୁବ ଶୀଘ୍ର ସାରା ଦେଶରେ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ କରିପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି। ମୋଦି ସରକାର ଶୀଘ୍ର ଅଷ୍ଟମ ବେତନ ଆୟୋଗକୁ ସବୁଜ ସଙ୍କେତ ଦେଇପାରନ୍ତି। ଏହି ବର୍ଷ ଅର୍ଥାତ୍ ୨୦୨୩ ଅଷ୍ଟମ ବେତନ ଆୟୋଗ ଗଠନ ହୋଇପାରେ।
୨୦୧୩ ମସିହାରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା ଓ ଏହା ୨୦୧୬ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା, ଯାହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ବହୁତ ବୃଦ୍ଧି ଘଟିଥିଲା। ଏବେ ପୁଣି ଥରେ ସରକାରୀ କର୍ମଚାରୀମାନେ ଖୁସି ଖବର ପାଇବାକୁ ଯାଉଛନ୍ତି। ନୂଆ ବେତନ ଆୟୋଗର ସୁପାରିଶଗୁଡିକ ପ୍ରତି ୧୦ ବର୍ଷ ପରେ କାର୍ଯ୍ୟକାରୀ କରାଯାଏ।
ଚୋରକୁ ଘରକୁ ପ୍ରବେଶ କରିବାରେ ରୋକିବ ରଙ୍ଗ!ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଅଷ୍ଟମ ବେତନ ଆୟୋଗ ଘୋଷଣା କରିପାରନ୍ତି। ଆସନ୍ତା ବର୍ଷ ସାରା ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ, ତେଣୁ ଏହା ପୂର୍ବରୁ ସରକାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେବାକୁ ଯୋଜନା କରୁଛନ୍ତି।
ବର୍ତ୍ତମାନ, କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ ରୁ ୫୬,୯୦୦ ଟଙ୍କା ମଧ୍ୟରେ ରହିଛି। ନୂଆ ବେତନ ଆୟୋଗ କାର୍ଯ୍ୟକାରୀ ହେବା ପରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ବୃଦ୍ଧି ପାଇବ। ଏହା ସହିତ, ପେ କମିଶନ ରିପୋର୍ଟରେ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ବୃଦ୍ଧି ହୋଇପାରେ।
କେନ୍ଦ୍ରର ନୂଆ ନିୟମ; ଡ୍ରାଇଭିଂ ଟେଷ୍ଟ ବିନା ମିଳିବ ଲାଇସେନ୍ସକେନ୍ଦ୍ରୀୟ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ଯେ ଖୁବ ଶୀଘ୍ର ଅଷ୍ଟମ ବେତନ ଆୟୋଗର ଦାବି ସମ୍ପର୍କରେ ସରକାର ସରକାରଙ୍କ ସହ ଆଲୋଚନା କରିବେ। ଏଥିସହ ଏଥିପାଇଁ ସରକାରଙ୍କୁ ଏକ ସ୍ମାରକପତ୍ର ମଧ୍ୟ ଦାଖଲ କରାଯିବ। ଯଦି ସରକାର ଏହି ଦାବିକୁ ଗ୍ରହଣ କରିବାକୁ ମନା କରନ୍ତି, ତେବେ ସଂଘ ଏକ ଆନ୍ଦୋଳନକୁ ବିଚାର କରିବ, ଯେଉଁଥିରେ କେନ୍ଦ୍ରୀୟ କର୍ମଚାରୀ ତଥା ପୂର୍ବତନ ପେନସନଭୋଗୀମାନେ ଅଂଶଗ୍ରହଣ କରିପାରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।