ଜଣେ କିରାନୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି EOW

ମଧ୍ୟପ୍ରଦେଶ ଭୋପାଳର ଏକ କିରାନୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି ଇଓ । ଇଓ ଟିମ୍ ତାଙ୍କ ଘରେ ପହଞ୍ଚିବା ପରେ ସେ ବାଥରୁମ କ୍ଲିନର୍ ଖାଇ ଦେଇଥିଲେ

କିରାନୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା ଜବତ

କିରାନୀଙ୍କ ଘରୁ ନଗଦ ୮୫ ଲକ୍ଷ ଟଙ୍କା ଜବତ

  • Share this:
News 18 Odia Digital

ମଧ୍ୟପ୍ରଦେଶ; ମଧ୍ୟପ୍ରଦେଶ ପୋଲିସର ଅର୍ଥନୈତିକ ଅଫେନ୍ସ ଶାଖା (EOW) ଏକ ବେଆଇନି ସମ୍ପତ୍ତି ଅଭିଯୋଗର ଯାଞ୍ଚ କରି ବୁଧବାର ଦିନ ଭୋପାଳର ଏକ କିରାନୀଙ୍କ ଘରୁ ଖୋଜାଖୋଜି ସମୟରେ ବିଷାକ୍ତ ଲିକ୍ୟୁଡି ସହ ତାଙ୍କ ଘରୁ ନଗଦ ୮୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । କିରାଣୀ କେସୱାନୀଙ୍କ ବାସଭବନରେ ଖୋଜାଖୋଜି ବେଳେ ଜଣାପଡିଥିଲା ଯେ ସେ ମାସକୁ ପ୍ରାୟ ୫୦,୦୦୦ ଟଙ୍କା ଦରମା ପାଉଥିବା ବେଳେ ଏତେ ଅର୍ଥ କେମିତି ଆସିଲା ଓ କେଉଁଠୁ ଆସିଲା ତାହା ଖୋଜା ଖୋଜି ଚଲେଇଛି ଇଓ । ଅନେକ ସମ୍ପତ୍ତିର କାଗଜ ମଧ୍ୟ ଉଦ୍ଧାର କରିଛି ।

ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଥିଲା ​​ଓ ବାଇରଗଡ ଅଞ୍ଚଳରେ ଅବସ୍ଥିତ ତାଙ୍କ ଘରେ ମିଳିଥିବା ନଗଦ ଗଦା ଗଦା ଟଙ୍କାର ଗଣନା କରିବା ପାଇଁ ଏକ ଟଙ୍କା ଗଣନା ମେସିନ୍ ଅଣାଯାଇଥିଲା । ଇଓ ଟିମ୍ ତାଙ୍କ ଘରେ ପହଞ୍ଚିବା ପରେ ସେ ବାଥରୁମ କ୍ଲିନର୍ ଖାଇ ଦେଇଥିଲେ । ଯାହା ଫଳରେ ତାଙ୍କୁ ତୁରନ୍ତ ହାମିଡିଆ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ରହିଛି ଓ ରକ୍ତଚାପ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଛନ୍ତି ବୋଲି ଏସପି କହିଛନ୍ତି ।

କିରାଣୀଙ୍କ ସମ୍ପତ୍ତି ୪ କୋଟିରୁ ଉର୍ଦ୍ଧ୍ବ

କେସୱାନୀଙ୍କ ଘର, ଯେଉଁଠାରେ ମହଙ୍ଗା ସାଜସଜ୍ଜା ସାମଗ୍ରୀ ରହିଛି, ଯାହର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ବୋଲି ଇଓ ଅଧିକାରୀ କହିଛନ୍ତି । ଏସପି କହିଛନ୍ତି କିରାଣୀ ମାସକୁ ପ୍ରାୟ ୪୦୦୦ ଟଙ୍କା ଚାକିରି ଆରମ୍ଭ କରିଥିଲେ ଓ ବର୍ତ୍ତମାନ ମାସକୁ ପ୍ରାୟ ୫୦,୦୦୦ ଟଙ୍କା ପାଉଛନ୍ତି । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ପରିମାଣର କେସୱାନୀଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପତ୍ନୀଙ୍କ ନାମରେ ଅଧିକାଂଶ ସମ୍ପତ୍ତି କିଣିଛନ୍ତି, ଯାହା ଫଳରେ ଆୟକର ବିଭାଗର ନଜର ପଡି ପାରିନଥିଲା ।
Published by:Sujit Swain
First published: