ରେଳବାଇର ବଡ଼ ଘୋଷଣା: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ୍ ଚାଲିବ; ୧୦ ତାରିଖରୁ ଆପଣ କରିପାରିବେ ବୁକିଂ

ଭାରତୀୟ ରେଳ ବୋର୍ଡ଼ର ଚେୟାରମ୍ୟାନ୍ ଭି.କେ ଯାଦବ କହିଛନ୍ତି ଯେ ୧୨ ସେପ୍ଟେମ୍ବରରୁ ୮୦ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହେବ। ଏଗୁଡିକ ପାଇଁ ବୁକିଂ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ ।

ରେଳବାଇର ବଡ଼ ଘୋଷଣା: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ୍ ଚାଲିବ; ୧୦ ତାରିଖରୁ ଆପଣ କରିପାରିବେ ବୁକିଂ
୮୦ଟି ନୂତନ ଯାତ୍ରୀବାହୀ ଟ୍ରେନ୍ ପାଇଁ ୧୦ ସେପ୍ଟେମ୍ବରରୁ ବୁକିଂ ଆରମ୍ଭ ହେବ
  • News18 Odia
  • Last Updated: September 5, 2020, 5:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ଯାତ୍ରୀବାହୀ ଟ୍ରେନ୍ ଚାଲିବ । ଏହି ଟ୍ରେନ ପାଇଁ ସେପ୍ଟେମ୍ବର ୧୦ ତାରିଖରୁ ବୁକିଂ ପକ୍ରିୟା ଆରମ୍ଭ ହେବାକୁ ଯାଉଛି । ରେଳ ବୋର୍ଡ଼ର ଚେୟାରମ୍ୟାନ୍ ଭି.କେ ଯାଦବ (VK Yadav) କହିଛନ୍ତି ଯେ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ ବ୍ୟତୀତ ଏହି ଟ୍ରେନ୍ ଗୁଡିକ ଚଳାଚଳ କରିବ । ରେଳ ମନ୍ତ୍ରଣାଳୟ ଅନେକ ଶ୍ରମିକ ସ୍ପେଶାଲ ଟ୍ରେନ୍ ସେବା ସହିତ IRCTC ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିଥିଲା । କୋଭିଡ -୧୯ ମହାମାରୀ ହେତୁ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବର୍ତ୍ତମାନ ସ୍ଥଗିତ ରହିଛି । ବର୍ତ୍ତମାନ ଦେଶରେ ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି ।

'କ୍ଲୋନ୍' ଟ୍ରେନ୍ ଚଳାଚଳ କରିବ - ରେଳବାଇ ବୋର୍ଡର ଚେୟାରମ୍ୟାନ୍ କହିଛନ୍ତି ଯେ ଟ୍ରେନର ଚାହିଦା ଥିବା କିମ୍ବା ଦୀର୍ଘ ସମୟ ଅପେକ୍ଷା ତାଲିକା ଥିବା ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟ ଉପରେ ନଜର ରଖାଯିବ ଓ 'କ୍ଲୋନ୍ 'ଟ୍ରେନ୍ ଚଳାଚଳ କରିବ। ପରୀକ୍ଷା ପାଇଁ କିମ୍ବା ଏହିପରି କୌଣସି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି ଟ୍ରେନ୍ ଚଳାଚଳ କରିବ।

ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିୟମ ମାନିବା ଆବଶ୍ୟକ - ରେଳବାଇ ଷ୍ଟେସନ ପରିସରରେ ଓ ଯାତ୍ରା ସମୟରେ ମଧ୍ୟ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ।ସମସ୍ତ ଯାତ୍ରୀ ଷ୍ଟେସନରେ ଥର୍ମାଲ୍ ସ୍କ୍ରିନିଂ କରିବାପାଇଁ ଅତିକମରେ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ଆବଶ୍ୟକ ।

ଯେଉଁ ଲୋକମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାନ ଯିବ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଏହା ବ୍ୟତୀତ ସମସ୍ତ ସାମାଜିକ ଦୂରତାକୁ ଧ୍ୟାନ ଦେବାକୁ ପଡ଼ିବ ।

ଯାତ୍ରୀମାନଙ୍କୁ ମଧ୍ୟ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ସଂସ୍ଥାପନ କରିବାକୁ ପଡିବ । କରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଭାରତୀୟ ରେଳ ଯାତ୍ରୀମାନଙ୍କୁ ତକିଆ, କମ୍ବଳ, ବେଡ଼ସିଟ ଭଳି ଜିନିଷ ଯୋଗାଉ ନାହିଁ ।

ସ୍ଥିତି ସାଧାରଣ ଅବସ୍ଥାକୁ ଫେରିବା ପରେ ମଧ୍ୟ AC କୋଚରେ ଏହି ସେବା ଉପଲବ୍ଧ ହେବ ନାହିଁ: କୋଭିଡ -୧୯ ମହାମାରୀ ପରେ ମଧ୍ୟ ଯେତେବେଳେ ସାଧାରଣ ଟ୍ରେନ ସେବା ଆରମ୍ଭ ହେବ, ଭାରତୀୟ ରେଳ AC କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଉ ତକିଆ, କମ୍ବଳ, ବେଡ଼ସିଟ୍, ଟାୱେଲ ଓ ଅନ୍ୟାନ୍ୟ ଜିନିଷ ଦେବ ନାହିଁ ।

ଏହା ବି ପଢ଼ନ୍ତୁ ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

ସାଧାରଣ ଯାତ୍ରୀବାହୀ ଟ୍ରେନ୍ ସେବା ପୁନଃଆରମ୍ଭ ହେବା ପରେ ଭାରତୀୟ ରେଳ ଏହି ସାମଗ୍ରୀ ଯୋଗାଇବା ବନ୍ଦ କରିବାକୁ ଯୋଜନା କରୁଛି । ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ନାହିଁ ।



ଏହି ଜିନିଷ ବ୍ୟତୀତ ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣ କରାଯାଉ ନାହିଁ । ଏହି ସମୟରେ କେବଳ ପ୍ୟାକେଟ ଖାଦ୍ୟ ଦିଆଯାଉଛି । କୁହାଯାଉଛି ଯେ ଟ୍ରେନ୍ ସେବା ଆରମ୍ଭ ହେବା ପରେ ଏହି ଅଭ୍ୟାସ ମଧ୍ୟ ପାଳନ କରାଯିବ।
Published by: Jagdish Barik
First published: September 5, 2020, 5:49 PM IST
corona virus btn
corona virus btn
Loading