News18 Odia Digital
ସୁରତ: ବାପାଙ୍କର ଅମାପ ସମ୍ପତ୍ତି, ଝିଅ ବନିଗଲା ସନ୍ୟାସିନୀ। ସେ ବି ପୁଣି ମାତ୍ର ୮ ବର୍ଷ ବୟସରେ। ଗୁଜରାଟ(Gujarat)ରେ ଜଣେ ହୀରା ବ୍ୟବସାୟୀ (Dimond Business man)ଙ୍କ ଝିଅ ଜୈନ ଧର୍ମ ଗ୍ରହଣ କରିବାକୁ ନେଇ ଜୋର ଧରିଛି ଚର୍ଚ୍ଚା।
ଖେଳିବା ବୁଲିବା ବୟସରେ ଝିଅଟି ଜୈନ ସନ୍ୟାସିନୀ ବନିଯାଇଛି । ଝିଅଟିର ନାଁ ଦେବାଂଶୀ ସଂଘଭି (Debanshi Sanghvi)। ମଙ୍ଗଳବାର ଦିନ ଦେବାଂଶୀ ଜୈନ ଦୀକ୍ଷା (Jain) ଗ୍ରହଣ କରିଛି । ଦେବାଂଶୀଙ୍କ ଜେଜବାପା ମୋହନ ସଂଘଭିଙ୍କୁ ଗୁଜରାଟ ହୀରା ବ୍ୟବସାୟର ପିତାମହ କୁହାଯାଏ । ମୋହନଙ୍କ ଏକମାତ୍ର ପୁଅ ଧନେଶ ସଙ୍ଘଭି ବିଶ୍ବର ଜଣେ ଜଣାଶୁଣା ହୀରା ବ୍ୟବସାୟୀ । ତାଙ୍କ ହୀରା କମ୍ପାନୀ ସଂଘଭି ଆଣ୍ଡ ସନସର ସାରା ବିଶ୍ବରେ କାରବାର ରହିଛି । ସଂଘଭି ଆଣ୍ଡ ସନସର ବାର୍ଷିକ କାରବାର ୧୦୦ କୋଟିରୁ ଅଧିକ ।
ଡୋପ ଟେଷ୍ଟରେ ବିଫଳ ଅଭିଯୋଗରେ ମୁହଁ ଖୋଲିଲେ ଦୂତୀ ଚାନ୍ଦ! କହିଲେ ମୁଁ...
ଦେବାଂଶୀ ସନ୍ୟାସିନୀ ନହୋଇଥିଲେ ଆଗକୁ ଯାଇ ସେ ସଂଘଭି ଆଣ୍ଡ ସନସର ମାଲିକାଣୀ ହୋଇଥାନ୍ତେ। ଧନେଶଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଦେବାଂଶୀ ବଡ଼। ଦେବାଂଶୀ ହିନ୍ଦୀ, ଇଂରାଜୀ ସମେତ ଅନେକ ଭାଷା ଜାଣିଛନ୍ତି। ସଂଗୀତରେ ମଧ୍ୟ ସେ ପାରଙ୍ଗମ । ମିଳିଥିବା ସୂଚନା ଅନୁଯାୟୀ ଦେବାଂଶୀ, ପିଲା ଦିନରୁ ଜୈନ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ସେ କେବେ ସିନେମା ଦେଖି ନାହାଁନ୍ତି କି ରେଷ୍ଟୁରାଣ୍ଟ ଯାଇନି । ଧନେଶ୍ବଙ୍କ ପରିବାର କୋଟିପତି ହୋଇଥିଲେ ମଧ୍ୟ ତାଙ୍କ ଜୀବନଶୈଳୀ ଅତି ସାଧାରଣ ଭଳି । ଦେବାଂଶୀ ଆଚାର୍ଯ୍ୟ ବିଜୟ କୀର୍ତ୍ତି ୟାସୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି । ଏକ ଶୋଭାଯାତ୍ରାରେ ତାଙ୍କୁ ଦୀକ୍ଷାଗ୍ରହଣ ସ୍ଥଳକୁ ନିଆଯାଇଥିଲା ।
ରେଲୱେ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା; ଜଣେ ଅଭିଯୁକ୍ତ ଗିରଫ
ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ଦେବାଂଶୀ ୩୬୮ ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ଏବଂ ଏହା ପରେ ସେ ସନ୍ନ୍ୟାସ ନେବାକୁ ପ୍ରେରଣା ପାଇଥିଲେ।
ଧନେଶଙ୍କ ମାଲିକାନାରେ ଥିବା ହୀରା କମ୍ପାନୀର ସମଗ୍ର ବିଶ୍ୱରେ ଶାଖା ଅଛି ଓ ବାର୍ଷିକ କାରବାର ପ୍ରାୟ ୧୦୦ କୋଟି ଅଟେ। ଦେବାଂଶୀ ସାନ ଭଉଣୀର ନାମ କାବ୍ୟଆ ଏବଂ ତାଙ୍କୁ ପାଞ୍ଚ ବର୍ଷ ବୟସ। ଏହି ପରିବାର ଆରମ୍ଭରୁ ଧାର୍ମିକ ହୋଇଆସୁଥିଲା। ପିଲାଦିନରୁ ଦିନକୁ ତିନିଥର ପ୍ରାର୍ଥନା କରିବାର ନିୟମ ପାଳନ କରିଆସୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।