ବିବାହ ଉତ୍ସବରୁ ଫେରିବା ବେଳେ ଟ୍ରକ ସହ ପିଟି ହେଲା କାର; ୮ ମୃତ

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ୩ ଗୁରୁତରଙ୍କୁ ଗୋରଖପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ରାସ୍ତା ଦୁର୍ଘଟଣାରେ ୮ ମୃତ (ପ୍ରତୀକାତ୍ମକ ଛବି)

ରାସ୍ତା ଦୁର୍ଘଟଣାରେ ୮ ମୃତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରବିବାର ଉତ୍ତରପ୍ରଦେଶର ସିଦ୍ଧାର୍ଥ ନାଗର ଜିଲ୍ଲାର ନାଉଗର-ବାନସୀ ରାସ୍ତାରେ ଏକ ଏସୟୁଭି ପାର୍କିଂ ଟ୍ରେଲରରେ ଧକ୍କା ହେବା ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ଏକ SUV କାରରେ ୧୧ ଜଣ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଏହି ସମୟରେ ସିଦ୍ଧାର୍ଥନଗରରେ ଜୋଗିଆ କୋଟୱାଲି ଅଞ୍ଚଳରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ୩ ଗୁରୁତରଙ୍କୁ ଗୋରଖପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।



ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ମଧ୍ୟ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି।
Published by:Soumya Das
First published: