ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଭୟଙ୍କର ସଡ଼କ ଦୁର୍ଘଟଣା; ଚାଲିଗଲା ୮ ଜୀବନ

ଆଜି ସକାଳୁ  ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ସଡ଼କ ଦୁର୍ଘଟଣା, ଚାଲିଗଲା ୮ ଜୀବନ

ସଡ଼କ ଦୁର୍ଘଟଣା, ଚାଲିଗଲା ୮ ଜୀବନ

  • Share this:
News 18 Odia Digital

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡବଲ୍‌ ଡେକର୍‌ ବସ୍‌କୁ ଆଉ ଏକ ବସ୍‌ ପଛପଟୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ  ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ସେମାନଙ୍କୁ ଲକ୍ଷ୍ନୌ ସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଲୋନି କୋଟ୍ରା ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ମଦରାହ ଗାଁ ନିକଟରେ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ ୨ଟି ବସ୍‌ ବିହାରର ସୀତାମରହି ଓ ସୁପୌଲରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଗୋଟିଏ ବସ୍‌ ଏକ୍ସପ୍ରେସ୍‌ୱେରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ଏକ ବସ୍‌ ଆସି ପଛପଟୁ ଧକ୍କା ଦେଇଥିଲା। ଖବରପାଇ ପୋଲିସ୍‌ ଓ ରେସ୍କ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ଗତ ଜୁନ୍‌ ୧୫ରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ସୁଲତାନପୁରର ଦୋସ୍ତପୁର ଥାନା ଅନ୍ତର୍ଗତ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ କାର୍‌-ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ କାର୍‌ରେ ୬ ଜଣ ଲୋକ ଥିଲେ। ବାରବାଙ୍କିର ଅତିରିକ୍ତ ପୋଲିସ ଅଧୀକ୍ଷକ ମନୋଜ ପାଣ୍ଡେ କହିଛନ୍ତି ଯେ ବିହାରର ସୀତାମାରିରୁ ଆସୁଥିବା ବସ୍ ନରେନ୍ଦ୍ରପୁର ଗ୍ରାମ ନିକଟସ୍ଥ ଷ୍ଟେସନାରୀ ବସ୍ କୁ ଧକ୍କା ଦେଇଥିଲା। ମୃତକଙ୍କ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି।

ଏହି ଘଟଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟରକୁ ଯାଇ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଲେଖିଛନ୍ତି, "ଏକ୍ସପ୍ରେସୱେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦାୟକ। ସମ୍ପୃକ୍ତ ଅଧିକାରୀଙ୍କୁ ଶୀଘ୍ର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭୁ ଶ୍ରୀ ରାମ ଶାନ୍ତି ପ୍ରଦାନ କରନ୍ତୁ।
Published by:Soumyashree Mishra
First published: