News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ (farm laws) ବିରୋଧ କରୁଥିବା କୃଷକମାନଙ୍କ ଏକ ଦଳ ଓ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅଙ୍କ ମଧ୍ୟରେ ଉତ୍ତର ପ୍ରଦେଶର (Uttar Pradesh) ଲଖୀମପୁର ଖୀରୀରେ (Lakhimpur Kheri) ରବିବୀର ଅପରାହ୍ଣରେ ଏକ ମାରପିଟ୍ ଘଟଣା ଘଟିଛି । ଏହି ଘଟଣାରେ ମୋ’ଟ ଆଠ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆନ୍ଦୋଳନରତ କୃଷକମାନେ କହିଛନ୍ତି ଯେ ହିଂସକ ମୁକାବିଲା ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ସେମାନଙ୍କ ଉପରେ ଜାଣି ଶୁଣି ନିଜ କାର୍ ଚଢ଼ାଇଦେଇଥିଲେ । ଏହି କାରଣରୁ ଅନେକ କୃଷକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।
ଏହି ଘଟଣାରେ କ୍ରୋଧିତ ହୋଇ କୃଷକମାନେ (farmers protest) କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ଦୁଇଟି ଗାଡି଼ରେ ନିଆଁ ଲଗାଇ ଦେଇଥିଲେ । ମନ୍ତ୍ରୀଙ୍କ ପୁଅ ଖେତରେ ଦୌଡ଼ି ନିଜ ଜୀବନ ରକ୍ଷା କରିଥିଲେ, ହେଲେ କୃଷକମାନଙ୍କ ମାଡ଼ରେ ତାଙ୍କ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ନିକଟସ୍ଥ ଜିଲ୍ଲାରୁ ହଜାର ହଜାର ଚାଷୀ ବିକ୍ଷୋଭ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି ।
ଏହା ବି ପଢ଼ନ୍ତୁ | Pipili Bypollରେ ହେଲା ଶଙ୍ଖନାଦ; ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ୨୦,୯୧୬ ଭୋଟରେ ଜିତିଲେମନ୍ତ୍ରୀଙ୍କ ପୁଅ ଗିରଫ ହେବା ପର୍ଯ୍ୟନ୍ତ ସେମାନେ ସେଇଠି ଧାରଣାରେ ବସିବେ ବୋଲି କୃଷକ ନେତାମାନେ କହିଛନ୍ତି । ଉତ୍ତର ପ୍ରଦେଶ ସରକାର ରାଜଧାନୀ ଲକ୍ଷ୍ନୌରୁ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ଜିଲ୍ଲାରେ ସନ୍ଧ୍ୟାରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଥିଲା ।
ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀ ଜିତିଲେ ଭବାନୀପୁର ଉପନିର୍ବାଚନ; କହିଲେ, ‘କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ’ହେଲେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି (Ajay Mishra Teni) କହିଛନ୍ତି ଯେ ମାରପିଟ୍ ସମୟରେ ଗାଡ଼ିର ଡ୍ରାଇଭର୍ ଉପରେ ଏକ ପଥର ବାଜିବାରୁ ଗାଡ଼ି ଅନିୟନ୍ତ୍ରିତ ହୋଇଯାଇଥିଲା ଓ ଚାଷୀଙ୍କ ଉପରକୁ ଚଢ଼ିଯାଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏହା ପରେ ହୋଇଥିବା ହିଂସାକାଣ୍ଡରେ ତିନି ଜଣ ବିଜେପି କର୍ମୀଙ୍କ ସମେତ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର (Ashish Mishra) କହିଛନ୍ତି ଯେ ସେ ନିଜେ କାରରେ ନ ଥିଲେ। ତାଙ୍କ କାର୍ଯ୍ୟକର୍ତ୍ତାମାନେ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ତିନୋଟି ଗାଡି଼ରେ ଯାଉଥିବା ବେଳେ ଏହି ଘଟଣା ଅଟିଥିଲା ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | NEET UG 2021: ଫେଜ୍-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଲା; ଜାଣନ୍ତୁ କିଛି ଜରୁରୀ ତଥ୍ୟକୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଗତ ସପ୍ତାହେ ଧରି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ବି ବିରୋଧ କରୁଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଏହି ଆନ୍ଦୋଳନକୁ ନେଇ ଭୁଲ ମନ୍ତବ୍ୟ ଦେଇଛନ୍ତି । ଏହି କାରଣରୁ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ଖିଡ଼ି ନିକଟରେ ଥିବା ତିକୁନିଆର ହେଲିପ୍ୟାଡ୍ ନିକଟରେ କୃଷକମାନେ ଏକତ୍ରିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁବିରୋଧର ଆଶଙ୍କା ଥିବାରୁ ଉପମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନ ଆସି ସଡ଼କ ମାର୍ଗରେ ଖୀରୀରେ ପହଞ୍ଚିଥିଲେ। ସେ ମଧ୍ୟାହ୍ନ ପ୍ରାୟ ୧୨ଟାରେ କେତେକ ବିକାଶ ଯୋଜନାର ଶିଳାନ୍ୟାସ କରିଥିଲେ । ତା’ ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କ ଗାଁ ବନବୀରପୁରରେ ଏକ ଦଙ୍ଗଲର ଶୁଭାରମ୍ଭ କରିବାକୁ ଯିବାର ଥିଲା । ବାଟରେ ତିକୁନିଆରେ ଲଖୀମପୁର ଓ ଆଖପାଖ ଜିଲ୍ଲାର କୃଷକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ତାଙ୍କର ବିରୋଧ କରିଥିଲେ।
ଏହା ବି ପଢ଼ନ୍ତୁ | ଉତ୍ତରାଖଣ୍ଡରେ ପର୍ବତରେ ହିମସ୍ଖଳନରେ ଫସିଗଲା ନୌସେନାର ଟିମ୍; ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟକୃଷକମାନଙ୍କ ବିରୋଧ ପ୍ରଦର୍ଶନ ଯୋଗୁଁ ଉପମୁଖ୍ୟମନ୍ତ୍ରୀଙ୍କ ବନବୀରପୁର ଗାଁକୁ ତିକୁନିଆ ରାସ୍ତା ଦେଇ ଯିବାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ହେଲେ ଉପମୁଖ୍ୟମନ୍ତ୍ରୀଙ୍କୁ ନିଜ ଗ୍ରାମକୁ ନେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ସେହି ରାସ୍ତା ଦେଇ ଯାଇଥିଲେ । ମଧ୍ୟାନ୍ନ ପ୍ରାୟ ୧୨ଟା ବେଳେ ସହରର ପାୱାର ସବ୍-ଷ୍ଟେସନ ନିକଟରେ ଏକାଠି ହୋଇଥିବା କୃଷକ ଓ ଆଶିଷ ମିଶ୍ରଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ ଏହି ସମୟରେ ଆଶିଷ ମିଶ୍ର ସେମାନଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ । ଏଥିରେ ଅନେକ କୃଷକ ଆହତ ହୋଇଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।