IPLର ଏହି ୮ ଜଣ ଖେଳାଳିଙ୍କ କ୍ରେଜ୍‌ ବହୁତ; ସେମାନେ ଦୁଇଟି ଭିନ୍ନ ଦଳରୁ ହାସଲ କରିଛନ୍ତି ଶତକ

୧୯ ସେପ୍ଟେମ୍ବରରେ UAEରେ IPL2020 ଉଦଘାଟିତ ହେବ । ଏମିତି ଆଠ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ଦଳମାନଙ୍କରୁ ଖେଳି ଶତକ ହାସଲ କରିଛନ୍ତି । କ୍ରିଶ ଗେଲ୍‌ ସର୍ବାଧିକ ଛଅଟି ଶତକ ମାରିଛନ୍ତି । ଏ ଥର ସେହି ଖେଳାଳିମାନଙ୍କର ବହୁତ ଅଧିକ କ୍ରେଜ‌ ରହିବ ।

IPLର ଏହି ୮ ଜଣ ଖେଳାଳିଙ୍କ କ୍ରେଜ୍‌ ବହୁତ; ସେମାନେ ଦୁଇଟି ଭିନ୍ନ ଦଳରୁ ହାସଲ କରିଛନ୍ତି ଶତକ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 10, 2020, 7:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ (IPL 2020) ଉଦ୍ଘାଟିତ ହେବ। କରୋନା ମହାମାରୀ ଯୋଗୁଁ ଏଥର ଭାରତ ବାହାରେ ଦୁବାଇରେ (Dubai) ଏହି ଟୁର୍ନାମେଣ୍ଟ ଖେଳା ଯିବାକୁ ଯାଉଛି। ଏହା ହେଉଛି ତୃତୀୟ ଥର ଯେତେବେଳେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ୍ ଆଇପିଏଲ୍ (IPL) ଦେଶ ବାହାରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୦୯ ମସିହାରେ ଆଇପିଏଲ୍ (IPL) ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବାବେଳେ ୨୦୧୪ ମସିହାରେ ଆଇପିଏଲର (IPL) ଅଧା ଟୁର୍ନାମେଣ୍ଟ ୟୁଏଇରେ (UAE) ଅନୁଷ୍ଠିତ ହୋଇଥିଲା। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ନ୍ୟୁଜ୍ ୧୮ ଓଡ଼ିଆ ଆପଣଙ୍କୁ କହିବାକୁ ଯାଉଛି IPL ସହ ଜଡ଼ିତ କିଛି ରୋଚକ ତଥ୍ୟ । ଏହି ରିପୋର୍ଟରେ ଆମେ ଆପଣଙ୍କୁ ସେହି ବ୍ୟାଟ୍ସମ୍ୟାନ୍ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଦୁଇଟି ଭିନ୍ନ ଦଳରୁ ଖେଳି ଆଇପିଏଲରେ ଶତକ କରିଛନ୍ତି।

୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇଟି ଭିନ୍ନ ଦଳରୁ ଶତକ ହାସଲ କରିଛନ୍ତି

ଆଇପିଏଲ୍ର (IPL) ୧୨ ଟି ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫୭ଟି ଶତକ ଲାଗି ସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ ଟି ଦଳ ଖେଳିଛନ୍ତି । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ତରଫରୁ ସର୍ବାଧିକ ୧୨ଟି ଶତକ ଲଗା ଯାଇଛି । ଦ୍ୱିତୀୟ ନମ୍ବରରେ ଅଛି କିଙ୍ଗସ୍ ଏକାଦଶ ପଞ୍ଜାବ ଦଳ। ଏହି ଦଳ ତରଫରୁ ମୋଟ ୧୦ଟି ଶତକ ଲଗା ଯାଇଛି । କିନ୍ତୁ ଏହି ଟୁର୍ନାମେଣ୍ଟ ଇତିହାସରେ କେବଳ ୮ ଜଣ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯେଉଁମାନେ ଦୁଇଟି ଭିନ୍ନ ଦଳରୁ ଖେଳିବାବେଳେ ଆଇପିଏଲ୍ ରେ ଶତକ ହାସଲ କରିଛନ୍ତି।

ଛବିରେ ଅଛନ୍ତି ସେହି ଆଠ ଜଣ ବିଖ୍ୟାତ ଖେଳାଳି


୧- ଆଡ଼ାମ ଗିଲକ୍ରିଷ୍ଟ (Adam Gilchrist)
ଆଡ଼ାମ ଗିଲକ୍ରିଷ୍ଟ ଦୁଇଟି ଭିନ୍ନ ଦଳରୁ ଖେଳି ଆଇପିଏଲରେ ଶତକ ହାସଲ କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ୨୦୦୮ ମସିହାରେ ଡେକାନ୍ ଚାର୍ଜର୍ସ ପାଇଁ ଖେଳି ନିଜର ପ୍ରଥମ ଶତକ ହାସଲ କରିଥିଲେ। ସେ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୪୭ ଟି ବଲରେ ଅପରାଜିତ ୧୦୯ ରନ୍ କରିଥିଲେ। ଏହା ପରେ ଗିଲକ୍ରିଷ୍ଟ ୧୭ ମଇ ୨୦୧୧ ରେ ଆଉ ଏକ ଆଇପିଏଲ୍ ଶତକ ମାରିଥିଲେ। ସେ କିଙ୍ଗସ ଏକାଦଶ ପଞ୍ଜାବରେ ଖେଳୁଥିବା ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏହି ଶତକ ମାରିଥିଲେ। ଗିଲକ୍ରିଷ୍ଟ ୫୫ ବଲରେ ୧୦୬ ରନ୍ କରିଥିଲେ ।

୨-ବୀରେନ୍ଦ୍ର ସେହୱାଗ (Virender Sehwag)
ଦୁଇଟି ଭିନ୍ନ ଦଳରୁ ଖେଳି ଆଇପିଏଲରେ ଶତକ ହାସଲ କରିବାର ରେକର୍ଡ଼ ବୀରେନ୍ଦ୍ର ସେହୱାଗଙ୍କ ନାମରେ ମଧ୍ୟ ରହିଛି। ସେହୱାଗ ୫ ମଇ ୨୦୧୧ ରେ ଦିଲ୍ଲୀ ଡ଼େୟାରଡେଭିଲ୍ସ ପାଇଁ ଖେଳି ୧୧୯ ରନ ସଂଗ୍ରହ କରିଥିଲେ। ସେହୱାଗ ଡ଼େକାନ ଚାର୍ଜର୍ସଙ୍କ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ। ୩ବର୍ଷ ପରେ ସେହୱାଗ ଆଉ ଏକ ଆଇପିଏଲ୍ ଶତକ ହାସଲ କରିଥିଲେ। ଏଥିରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୫୮ ଟି ବଲରେ ୧୨୨ ରନ୍ ସ୍କୋର କରିଥିଲେ। ଏହି ଶତକ ସେହୱାଗ କିଙ୍ଗସ୍ ଏକାଦଶ ପଞ୍ଜାବ ପାଇଁ ଖେଳି ହାସଲ କରିଥିଲେ ।

୩- କ୍ରିସ୍ ଗେଲ୍ (Chris Gayle)
କ୍ରିସ୍ ଗେଲ୍ ଆଇପିଏଲ ରେ ୬ଟି ସର୍ବାଧିକ ଶତକ ହାସଲ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳି ଗେଲ୍ ୫ ଟି ଆଇପିଏଲ୍ ଶତକ ହାସଲ କରିଥିବାବେଳେ କିଙ୍ଗସ୍ ଏକାଦଶ ପଞ୍ଜାବରେ ଖେଳୁଥିବା ବେଳେ ସେ ଗୋଟିଏ ଶତକ ହାସଲ କରିଛନ୍ତି। ଗେଲ୍ ୨୦୧୧ ମସିହାରେ RCB ପାଇଁ ଦୁଇଟି ଶତକ ହାସଲ କରିଥିଲେ। ତାଙ୍କର ପ୍ରଥମ ଆଇପିଏଲ୍ ଶତକ କୋଲକାତା ନାଇଟ୍ ରାଇଡ଼ର୍ସ ବିପକ୍ଷରେ କରିଥିଲେ । ଏହା ପରେ ସେ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ୨୦୧୨ ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଗେଲ ଏକ ଶତକ ହାସଲ କରିଥିଲେ । ୨୦୧୩ ମସିହାରେ ସେ ୬୬ ଟି ବଲରେ ପୁଣେ ୱାରିୟର୍ସ ବିପକ୍ଷରେ ଅପରାଜିତ ୧୭୫ ରନ୍ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ। ଏହା ପରେ ଗେଲ ପୁଣିଥରେ ୨୦୧୫ ରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ୨୦୧୮ ରେ ଗେଲ କିଙ୍ଗସ ଏକାଦଶ ପଞ୍ଜାବରେ ଖେଳିବାବେଳେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକ ଶତକ କରିଥିଲେ।

୪- ଡ଼େଭିଡ଼ ୱାର୍ନର (David Warner )
ଡ଼େଭିଡ଼ ୱାର୍ନର ଆଇପିଏଲରେ ମୋଟ ୪ଟି ଶତକ ହାସଲ କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଓପନର୍ ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ୨ଟି ଲେଖାଏଁ ଶତକ ହାସଲ କରିଛନ୍ତି । ୨୦୧୦ରେ ଦିଲ୍ଲୀ ଡ଼େୟାରଡେଭିଲ୍ସଙ୍କ ପାଇଁ ଖେଳି ୱାର୍ଣ୍ଣର ତାଙ୍କର ପ୍ରଥମ ଆଇପିଏଲ୍ ଶତକ କରିଥିଲେ। ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୬୯ ବଲରେ ଅପରାଜିତ ୧୦୭ ରନ୍ ସଂଗ୍ରହ କରିଥିଲେ । ୨୦୧୨ ରେ ୱାର୍ଣ୍ଣର ଦିଲ୍ଲୀ ପାଇଁ ୧୦୯ ରନର ଇନିଂସ ଖେଳିଥିଲେ। ସେ ଏହି ଶତକ ଡ଼େକାନ୍ ଚାର୍ଜର୍ସ ବିରୁଦ୍ଧରେ ଖେଳି କରିଥିଲେ। ୨୦୧୭ ମସିହାରେ ଡ଼େଭିଡ଼ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ବେଳେ ୫୯ ବଲରେ ୧୨୬ ରନର ଇନିଂସ ଖେଳିଥିଲେ। କେକେଆର୍ ବିରୋଧରେ ୱାର୍ଣ୍ଣର ଏହି ଶତକଟି ମାରି ହିଟ୍ ହୋଇଥିଲେ। ଏହା ପରେ ସେ ଗତ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୫୫ଟି ବଲରେ ୧୦୦ ରନ୍ ସଂଗ୍ରହ କରିଥିଲେ।

୫- ସେନ ୱାଟସନ (Shane Watson)
ଆଇପିଏଲରେ ସେନ ୱାଟସନ ମଧ୍ୟ ୪ଟି ଶତକ ହାସଲ କରିଛନ୍ତି। ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ୨ଟି ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳି ୨ଟି ଶତକ ହାସଲ କରିଛନ୍ତି। ୱାଟସନ ୨୦୧୩ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ। ଏହା ପରେ ସେ ୨୦୧୫ ମସିହାରେ KKR ବିପକ୍ଷରେ ଆଉ ଏକ ଶତକ ହାସଲ କରିଥିଲେ।ୱାଟସନଙ୍କ ଦଳ ବଦଳିଗଲା ପରେ ବି ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବାବେଳେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ମାରିଥିଲେ।

୬- ଏବି ଡ଼ି ଭିଲିୟର୍ସ (AB de Villiers)
ଦୁଇଟି ଦଳ ଦିଲ୍ଲୀ ଡ଼େୟାରଡେଭିଲ୍ସ ଓ ଆରସିବି ପାଇଁ ଖେଳି ଏବି ଡ଼ିଭିଲିୟର୍ସ ମଧ୍ୟ ଏକ ଶତକ ହାସଲ କରିଛନ୍ତି।ଏବି ଡ଼ି ଭିଲିୟର୍ସ ଆଇପିଏଲରେ ୩ଟି ଶତକ ହାସଲ କରିଛନ୍ତି। ସେ ୨୦୦୯ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ। ସେ ଏହି ମ୍ୟାଚରେ ୫୪ଟି ବଲରୁ ଅପରାଜିତ ୧୦୫ ରନ୍ କରିଥିଲେ। ଏହା ପରେ ୨୦୧୫ ମସିହାରେ ଡ଼ିଭିଲିୟର୍ସ ବାଙ୍ଗାଲୋର ପାଇଁ ଖେଳିବାବେଳେ ଏକ ଶତକ ହାସଲ କରିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାତ୍ର ୫୯ଟି ବଲରେ ଅପରାଜିତ ୧୩୩ ରନ ସ୍କୋର କରିଥିଲେ। ୨୦୧୬ ମସିହାରେ ଡ଼ି ଭିଲିୟର୍ସ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଅପରାଜିତ ୫୨ଟି ବଲରୁ ୧୨୯ ରନ ସ୍କୋର କରିଥିଲେ।

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ଅମିତାଭ୍‌ ବଚ୍ଚନ ଭିଡିଓ ସେୟାର କଲେ

ଏହା ବି ପଢ଼ନ୍ତୁ: ଭୁବନେଶ୍ୱର: COVID ଚିକିତ୍ସା ବିଷୟରେ ଭୁଲ୍ ତଥ୍ୟର ଅଡ଼ିଓ ଭାଇରାଲ୍ କରି ୨ ଜଣ ଗିରଫ ହେଲେ

୭- ବ୍ରେଣ୍ଡନ୍ ମ୍ୟାକକାଲମ୍ (Brandon McCallum )
ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକକାଲମ୍ ମଧ୍ୟ ଦୁଇଟି ଭିନ୍ନ ଦଳ ପାଇଁ ଆଇପିଏଲରେ ଶତକ ହାସଲ କରିଛନ୍ତି। କୋଲକାତା ନାଇଟ୍ ରାଇଡ଼ର୍ସ ପାଇଁ ଖେଳୁଥିବା ଆଇପିଏଲ୍ ଇତିହାସରେ ମ୍ୟାକ୍କାଲମ୍ ନିଜର ପ୍ରଥମ ଶତକ ହାସଲ କରିଥିଲେ। ବାଙ୍ଗାଲୋର ବିପକ୍ଷରେ ମାତ୍ର ୭୩ ବଲରେ ମ୍ୟାକକାଲମ୍ ୧୫୮ ରନ୍ ସ୍କୋର କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବା ବେଳେ ମ୍ୟାକକାଲମ୍ ତାଙ୍କର ଦ୍ୱିତୀୟ ଆଇପିଏଲ୍ ଶତକ ସ୍କୋର କରିଥିଲେ। ମ୍ୟାକ୍କାଲମ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏହି ୧୦୦ ରନ୍ ସଂଗ୍ରହ କରିଥିଲେ।



୮- ସଞ୍ଜୁ ସାମସନ (Sanju Samson)
ସଞ୍ଜୁ ସାମସନ ମଧ୍ୟ ଦୁଇଟି ଦଳ ପାଇଁ ଖେଳି ଶତକ ହାସଲ କରିଛନ୍ତି । ଦିଲ୍ଲୀ ଡ଼େୟାରଡେଭିଲ୍ସ ପାଇଁ ଖେଳୁଥିବାବେଳେ ସଞ୍ଜୁ ସାମସନ ୨୦୧୭ ମସିହାରେ ଏକ ସାତକ ହାସଲ କରିଥିଲେ। ସେ ରାଇଜିଂ ପୁଣେ ସୁପର ଜିଆଣ୍ଟ ବିପକ୍ଷରେ ୬୩ ବଲରେ ଏହି ୧୦୦ ରନର ଇନିଂସ ସ୍କୋର କରିଥିଲେ। ଏହା ପରେ ସଞ୍ଜୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଉ ଏକ ଶତକ ହାସଲ କରିଥିଲେ।
Published by: Jagdish Barik
First published: August 10, 2020, 7:20 PM IST
corona virus btn
corona virus btn
Loading