ନୂଆ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବ ଦରମା
News18 Odia Digital
ନୂଆ ଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଆଉ ଏକ ଖୁସି ଖବର ଦେଇବାକୁ ଯାଉଛନ୍ତି । ମୋଦି ସରକାର ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଆଉ ଏକ ଭତ୍ତା ହାଉସ ଭଡା (HRA) ବୃଦ୍ଧି କରିବେ ବୋଲି ଚର୍ଚ୍ଚା ଜୋରେ ଧରିଛି।
HRA ବୃଦ୍ଧି ପାଇଁ ସରକାର ଶୀଘ୍ର ଘୋଷଣା କରିବେ । ଯଦି ମିଡ଼ିଆ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଏହି ବୃଦ୍ଧି ଆସନ୍ତା ବର୍ଷ ଜାନୁୟାରୀ ୨୦୨୨ରୁ କାର୍ଯ୍ୟକାରୀ ହୋଇପାରିବ । ଦିୱାଲୀ ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ (DA) ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।
କର୍ମଚାରୀମାନେ ମୋଦି ସରକାରଙ୍କୁ ପ୍ରସ୍ତାବ ପଠାଇଥିଲେ
HRA ବୃଦ୍ଧି ପାଇଁ ସରକାର ଆଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୧୧.୫୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ହାଉସ୍ ଭଡା ଭତ୍ତା (HRA) କାର୍ଯ୍ୟକାରୀ ହେବାର ଦାବି ଉପରେ ଅର୍ଥ ମନ୍ତ୍ରଣାଳୟ ବିଚାର କରିବା ଆରମ୍ଭ କରିଛି।
ଏହି ପ୍ରସ୍ତାବ ଅନୁମୋଦନ ପାଇଁ ରେଳ ବୋର୍ଡକୁ ପଠାଯାଇଛି। ପ୍ରସ୍ତାବ ଅନୁମୋଦନ ହେବା ପରେ କର୍ମଚାରୀମାନେ ଜାନୁଆରୀ ୨୦୨୧ ରୁ HRA ପାଇବେ । HRA ପାଇବା ମାତ୍ରେ ଏହି କର୍ମଚାରୀଙ୍କ ବେତନରେ ବହୁତ ବୃଦ୍ଧି ଘଟିବ । ଭାରତୀୟ ରେଳ ବୈଷୟିକ ପର୍ଯ୍ୟବେକ୍ଷକ ସଂଘ (IRTSA) ଓ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଲୱେମ୍ୟାନ୍ (NFIR) ଜାନୁଆରୀ ୧, ୨୦୨୧ରୁ HRA କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ।
ସହର ଅନୁଯାୟୀ ମିଳେ HRA
ହାଉସ୍ ଭଡା ଭତ୍ତା (HRA)ର ବର୍ଗ X, Y ଓ Z ଶ୍ରେଣୀ ସହର ଅନୁଯାୟୀ । ତାହା ହେଉଛି, X ବର୍ଗରେ ପଡୁଥିବା କର୍ମଚାରୀମାନେ ବର୍ତ୍ତମାନ ମାସକୁ ୫,୪୦୦ରୁ ଅଧିକ HRA ପାଇବେ । ଏହା ପରେ, Y ଶ୍ରେଣୀର ବ୍ୟକ୍ତି ପ୍ରତି ମାସରେ ୩,୬୦୦ ଟଙ୍କା ପାଇବେ ଓ ତା’ପରେ Z ଶ୍ରେଣୀର ବ୍ୟକ୍ତି ପ୍ରତି ମାସରେ ୧,୮୦୦ ଟଙ୍କା HRA ପାଇବେ ।
୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକ X ବର୍ଗରେ ଆସନ୍ତି । ଏହି ସହରଗୁଡିକର କେନ୍ଦ୍ରୀୟ କର୍ମଚାରୀମାନେ ୨୭% HRA ପାଇବେ । Y ବର୍ଗର ସହରରେ ଏହା ୧୮ ପ୍ରତିଶତ ଓ Z ବର୍ଗରେ ୯ ପ୍ରତିଶତ ହେବ ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।