7th pay commission: DA ବଢ଼ିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଝଟକା!

7th Pay Commission: ମହଙ୍ଗା ଭତ୍ତା ବୃଦ୍ଧି ଆଶାରେ ବସିଥିବା କେନ୍ଦ୍ରୀୟ କର୍ମଚାରୀମାନେ ସରକାରଙ୍କ ନୂଆ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ସେବା ସର୍ତ୍ତ ସରକାର ପରିବର୍ତ୍ତନ କରିଛନ୍ତି।

DA ବଢ଼ିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଝଟକା!

DA ବଢ଼ିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଝଟକା!

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

7th Pay Commission: କେନ୍ଦ୍ର ସରକାରଙ୍କ ୬୫ ଲକ୍ଷରୁ ଅଧିକ କର୍ମଚାରୀ ଜୁଲାଇରୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ସେପ୍ଟେମ୍ବର ୨୮ରେ ଅର୍ଥାତ୍ ତୃତୀୟ ନବରାତ୍ରୀରେ ସରକାର ଏଥିରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରିପାରନ୍ତି। କିନ୍ତୁ ଏହାପୂର୍ବରୁ ସରକାରୀ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସପ୍ତମ ବେତନ ଆୟୋଗ ଅନୁଯାୟୀ ପଦୋନ୍ନତି ପାଇଁ ସର୍ବନିମ୍ନ ସେବା ସର୍ତ୍ତରେ ସରକାର ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସର୍ବନିମ୍ନ ସେବା ସର୍ତ୍ତ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି

୨୦ ତାରିଖରେ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ଦ୍ବାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ରରେ କୁହାଯାଇଛି ଯେ ପଦୋନ୍ନତି ପାଇଁ ସର୍ବନିମ୍ନ ସେବା ସର୍ତ୍ତ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିବର୍ତ୍ତନ ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ କରାଯିବ। DoPT ଦ୍ବାରା ଆଶା କରାଯାଉଥିଲା ଯେ ପଦୋନ୍ନତି ପାଇଁ ଆବଶ୍ୟକ ପରିବର୍ତ୍ତନଗୁଡିକ ଉପଯୁକ୍ତ ସଂଶୋଧନ କରି ନିଯୁକ୍ତି ନିୟମ ଓ ସେବା ନିୟମରେ ଅନ୍ତର୍ଭୂକ୍ତ କରାଯାଇପାରେ।

ବର୍ତ୍ତମାନ ଏତେ ବର୍ଷ କାମ କରିବା ପରେ ପଦୋନ୍ନତି ହେବ!

ଏଥିପାଇଁ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ମଧ୍ୟ ଧାର୍ଯ୍ୟ ପ୍ରକ୍ରିୟା ପରେ ନିଯୁକ୍ତି ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଥିଲା।

ସଂଶୋଧିତ ନିୟମ ଅନୁଯାୟୀ, ଲେଭଲ ୧ ଓ ଲେଭର ୨ ପାଇଁ ତିନି ବର୍ଷ ସେବା କରିବା ଆବଶ୍ୟକ। ସେହିପରି ଲେଭଲ ୬ ରୁ ଲେଭଲ ୧୧ ପାଇଁ ୧୨ ବର୍ଷ ସେବା ଆବଶ୍ୟକ। ଲେଭଲ ୭ ଓ ଲେଭଲ ୮ ପାଇଁ କେବଳ ଦୁଇ ବର୍ଷ ସେବା ଆବଶ୍ୟକ। ପରିବର୍ତ୍ତନ ପରେ ନୂଆ ସେବା ସର୍ତ୍ତାବଳୀ ବିଷୟରେ ସୂଚନା ଦେଖନ୍ତୁ...

ନୂଆ ସେବା ସର୍ତ୍ତାବଳୀ ବିଷୟରେ ସୂଚନା


ପ୍ରକାଶ ଥାଉକି ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ୨୦୨୨ ମାର୍ଚ୍ଚରେ ବୃଦ୍ଧି କରାଯାଇଥିଲା। ସେତେବେଳେ ସରକାର ଏହାକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ ଯାହାକି ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସେତେବେଳେ କର୍ମଚାରୀମାନଙ୍କୁ ସରକାର ତିନି ମାସର ବକେୟା ପ୍ରଦାନ କରିଥିଲେ। ବର୍ତ୍ତମାନ ଜୁଲାଇରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବାର ଅଛି। ସେପ୍ଟେମ୍ବର ୨୮ରେ ୪ ପ୍ରତିଶତ ବୃଦ୍ଧି ହେବାର ଘୋଷଣା କରାଯାଇଛି।
Published by:Lipina Das
First published: