News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଖୁବ୍ ଶୀଘ୍ର ନୂଆ ବର୍ଷର ବମ୍ପର ଉପହାର ପାଇବାକୁ ଯାଉଛନ୍ତି। ସୂଚନାନୁସାରେ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏହି କର୍ମଚାରୀଙ୍କ ୧୮ ମାସର ବିଚାରାଧୀନ ଡିଏ ଦେବାକୁ ସ୍ଥିର କରିଛନ୍ତି। କେନ୍ଦ୍ର କ୍ୟାବିନେଟର ପରବର୍ତ୍ତୀ ବୈଠକରେ ମହଙ୍ଗା ଭତ୍ତା ବକେୟା ନିଷ୍ପତ୍ତି ନିଆଯାଇପାରେ। ଯଦି ୧୮ ମାସ ପାଇଁ ବିଚାରାଧୀନ DA ପ୍ରଦାନ କରାଯାଏ, ତେବେ ଅନେକ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ ୨ ଲକ୍ଷରୁ ଅଧିକ ଟଙ୍କା ଆସିପାରେ।
ଜେସିଏମ୍ ଖୁବ୍ ଶୀଘ୍ର ଅର୍ଥ ମନ୍ତ୍ରଣାଳୟ, ପର୍ସନାଲ ଓ ଟ୍ରେନିଂ ବିଭାଗ, ବ୍ୟୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବ। ଏଥିରେ, ଡିଏ ବକେୟା ଅର୍ଥର ଏକ ଲକ୍ଷ ଟଙ୍କା ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ସ୍ତର -୧ କର୍ମଚାରୀଙ୍କ DA ବକେୟା ୧୧,୮୮୦ ରୁ ୩୭,୦୦୦ ଟଙ୍କା ମଧ୍ୟରେ ରହିବ।
ଏଥି ସହିତ, ସ୍ତର -୧୩ କର୍ମଚାରୀମାନେ ଡିଏ ବକେୟା ହିସାବରେ ୧,୪୪,୨୦୦ ରୁ ୨,୧୮,୨୦୦ ଟଙ୍କା ପାଇବେ। ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ଡିଏ ପୁନରୁଦ୍ଧାର ହେଉଛି।
DA ସହିତ HRAରେ ବୃଦ୍ଧି ଘୋଷଣା ସମ୍ଭବଅନ୍ୟପକ୍ଷରେ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ସହିତ ସେମାନଙ୍କ ଘର ଭଡା ଭତ୍ତା (HRA) ମଧ୍ୟ ବୃଦ୍ଧି କରାଯାଇପାରିବ। ବର୍ତ୍ତମାନ କର୍ମଚାରୀମାନେ ୩୧ ପ୍ରତିଶତ ଡିଏ ପାଇଛନ୍ତି, କିନ୍ତୁ ଏହା ୩୪ ପ୍ରତିଶତକୁ ବୃଦ୍ଧି ପାଇପାରେ । ଜୁଲାଇ ୨୦୨୧ରେ DAକୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।
ସେହି ସମୟ ମଧ୍ୟରେ HRAକୁ ମଧ୍ୟ ସଂଶୋଧନ କରାଯାଇଥିଲା। ବର୍ତ୍ତମାନ ସହରାଞ୍ଚଳ ବର୍ଗ ଅନୁଯାୟୀ HRA ହାର ୨୭ ପ୍ରତିଶତ, ୧୮ ପ୍ରତିଶତ ଓ ୯ ପ୍ରତିଶତ। ଗତ ଅକ୍ଟୋବରରେ ସରକାର ଡିଏକୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୧୫ରେ ସରକାର ଏକ ସ୍ମାରକପତ୍ର ପ୍ରଦାନ କରି କହିଥିଲେ ଯେ ଡିଏ ବୃଦ୍ଧି ସହିତ ସମୟକ୍ରମେ HRA ସଂଶୋଧିତ ହେବ। କୁହାଯାଉଛି ଯେ ଘର ଭଡା ଭତ୍ତାର ପରବର୍ତ୍ତୀ ସଂଶୋଧନ ତିନି ପ୍ରତିଶତ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।