News18 Odia Digital
କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଓ ମୁଦ୍ରାସ୍ଫୀତି ହାର ଅନୁଯାୟୀ କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ମହାଙ୍ଗା ଭତ୍ତା ବୃଦ୍ଧି କରିବେ । କର୍ମଚାରୀମାନଙ୍କୁ ଜୁଲାଇ ମାସରୁ ଏହି ଲାଭ ମିଳିବା ଆରମ୍ଭ ହେବ । ତେବେ ଏହା ଏବେ ପର୍ଯ୍ଯନ୍ତ ଘୋଷଣା କରାଯାଇନାହଁ । ସରକାରୀ କର୍ମଚାରୀମାନେ ଡିଏ ଓ ପେନସନ ଭୋଗୀମାନେ ଡିଆର ପାଆନ୍ତି ।
ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ ସାଧାରଣତଃ ଅଗଷ୍ଟ କିମ୍ୱା ସେପ୍ଟେମ୍ୱର ମାସରେ ମହଙ୍ଗା ଭତ୍ତା ଓ ରିଲିଫ ଘୋଷଣା କରାଯାଏ । କିନ୍ତୁ ଏହାର ଲାଭ ଜୁଲାଇରୁ ଆରମ୍ଭ ହୋଇଥାଏ ।
ବାସ୍ତବରେ ଏପ୍ରିଲ ମାସରେ AICPI ସୂଚକାଙ୍କ ୧୨୭ ପଏଣ୍ଟରେ ପହଞ୍ଚିଛି । ମୁଦ୍ରାସ୍ଫୀତ ମଧ୍ଯ ଛଅ ପ୍ରତିଶତରୁ ଅଧିକ । ଏଭଳି ପରିସ୍ଥିତିରେ ସରକାରୀ କର୍ମଚାରୀ ଡିଏ 5 ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କଳ୍ପନା କରାଯାଉଛି । ଯଦି ଏହା ଘଟେ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇପାରେ । କର୍ମଚାରୀଙ୍କ ଦରମା ୩୪,୦୦୦ ହଜାରରୁ ଅଧିକ ହୋଇପାରେ । ଏହା ପୂର୍ବରୁ ଜାନୁଆରୀରେ ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏକୁ ୩୧ ରୁ ୩୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । AICPI ସୂଚକାଙ୍କ ବୃଦ୍ଧି ପରେ ଏହା ଘଟିଛି । ବର୍ତ୍ତମାନ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ପୀତି ୭.୭୯ ପ୍ରତିଶତରେ ପହଞ୍ଚିଛି ।
କେନ୍ଦ୍ରୀୟ କର୍ମଚାରୀମାନେ ୩୪ ପ୍ରତିଶତ ପାଇଛନ୍ତି । ଯଦି ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଏ, ତେବେ କର୍ମଚାରୀଙ୍କ ଦରମା ଟଙ୍କା ୨୮,୦୦୦ ପର୍ଯ୍ଯନ୍ତ ବୃଦ୍ଧି ପାଇପାରେ । ଏହା ବାର୍ଷିକ ୩୪,୧୪୦ ପ୍ରାୟ ଟଙ୍କା ବୃଦ୍ଧି ପାଇବ । ଯଦି ସରକାର ଡିଏ ବୃଦ୍ଧି କରନ୍ତି, ତେବେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୬୫ ଲକ୍ଷରୁ ପେନସନ ଭୋଗୀ ଉପକୃତ ହେବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।