ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ୪% ମହଙ୍ଗା ଭତ୍ତା ବଢ଼ାଇବେ ଏହି ରାଜ୍ୟ ସରକାର

DA Hike: ସାମ୍ନାକୁ ଆସିଲା ଖୁସି ଖବର। ଏହି ରାଜ୍ୟରେ ସରକାରୀଙ୍କ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି ସରକାର।

 ୪% ମହଙ୍ଗା ଭତ୍ତା ବଢ଼ାଇବେ ଏହି ରାଜ୍ୟ ସରକାର

୪% ମହଙ୍ଗା ଭତ୍ତା ବଢ଼ାଇବେ ଏହି ରାଜ୍ୟ ସରକାର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

DA Hike: ନିକଟରେ ଦେଶର ସରକାରୀ କର୍ମଚାରୀଙ୍କ (Govt Employees) ମହଙ୍ଗା ଭତ୍ତାକୁ (DA Hike) ୪୨ ପ୍ରତିଶତ ବୃଦ୍ଧି କରିଥିଲେ ସରକାର । ଇତିମଧ୍ୟରେ ଆଉ ଏକ ରାଜ୍ୟ ସରକାର (Government) କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି।

ଆଜ୍ଞା ହଁ, ଝାଡଖଣ୍ଡରେ ସରକାରୀ (Jharkhand Govt) କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ (DH Hike) ୪ ପ୍ରତିଶତ ବୃଦ୍ଧି କରାଯାଇପାରେ। କେନ୍ଦ୍ର ସରକାରଙ୍କ (Central Government) ଅନୁଯାୟୀ, ରାଜ୍ୟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA Hike) ବୃଦ୍ଧି ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଆଜି ହେବାକୁ ଥିବା ଥିବା କ୍ୟାବିନେଟ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ।

ଏବେ ୩୮% ଅଛି ମହଙ୍ଗା ଭତ୍ତା

ଝାଡଖଣ୍ଡର ସରକାରୀ (Jharkhand Govt)) କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA Hike) ଏବେ ୩୮ ପ୍ରତିଶତ ଅଛି। ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକ ଯଦି ମହଙ୍ଗା ଭତ୍ତାର ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ମିଳେ, ତେବେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମାନ ହେବ।

ଯାହା ଦ୍ୱାରା ରାଜ୍ୟର ୧୯,୩୦୦୦ କର୍ମଚାରୀ ଉପକୃତ ହେବେ। ଏହାପୂର୍ବରୁ ହେମନ୍ତ ସୋରେନ ସରକାର ମହଙ୍ଗା ଭତ୍ତାକୁ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରି ଗତ ବର୍ଷ ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଏକ ଉପହାର ଦେଇଥିଲେ।

ପଢ଼ନ୍ତୁ ଏହି ଖବର: PM Kisan Yojana: ଚାଷୀଙ୍କ ପାଇଁ ଖୁସି ଖବର; ପୁଣି ଆକାଉଣ୍ଟକୁ ଆସିବ ଟଙ୍କା

ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଝାଡଖଣ୍ଡ କ୍ୟାବିନେଟ୍ ପ୍ରାୟ ପ୍ରସ୍ତୁତି ଶେଷ କରିସାରିଛି। ଆଜି ହେବାକୁ ଥିବା ବୈଠକରେ ଏଥିରେ ମୋହର ଲାଗିବ ବୋଲି ସମସ୍ତଙ୍କର ଆଶା ରହିଛି।

ପଢ଼ନ୍ତୁ ଏହି ଖବର:  ଏଣିକି ଶସ୍ତାରେ କିଣିପାରିବେ ଓଲା ସ୍କୁଟର; ମୂଲ୍ୟ ହ୍ରାସ କଲା କମ୍ପାନୀ

ସେପଟେ କର୍ମଚାରୀମାନଙ୍କୁ ପ୍ରତି ମାସରେ ଅତି କମରେ ୫୦୦ ରୁ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ। ସୂଚନାଯୋଗ୍ୟ, ମାର୍ଚ୍ଚରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରର ମୋଦି ସରକାର ସରକାରୀ କର୍ମଚାରୀଙ୍କ ଦରମାକୁ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଜାନୁୟାରୀ ୨୦୨୩ ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହାର କର୍ମଚାରୀଙ୍କ ପାଇଁ ଲାଗୁ ହେବ।
Published by:Lipina Das
First published: