7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଝଟକା! DA ବୃଦ୍ଧିକୁ ନେଇ ଆସିଲା ଅପଡେଟ୍

7th Pay Commission DA Hike Big Update: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ପେନ୍‌ସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌ର ହାରକୁ ସଂଶୋଧନ କରିବାକୁ ମୋଦି ସରକାର ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

  • Share this:
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ଜଣେ କେନ୍ଦ୍ରୀୟ କର୍ମଚାରୀ, ତେବେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ରୀୟ କର୍ମଚାରୀଙ୍କୁ ଝଟକା ଦେବା ମୁଡରେ ଅଛନ୍ତି ମୋଦି ସରକାର। କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବୃଦ୍ଧି ହାରକୁ ସରକାର ସଂଶୋଧନ କରିବାକୁ ମନା କରିଦେଇଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧରୀ କହିଛନ୍ତି ଯେ ଡିଏକୁ ତିନି ପ୍ରତିଶତରୁ ଅଧିକ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ। ଡିଏ ବୃଦ୍ଧି ପାଇଁ କର୍ମଚାରୀମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ସରକାରଙ୍କ ତରଫରୁ ସେମାନେ ନିରାଶ ହୋଇଛନ୍ତି।

ରାଜ୍ୟସଭାରେ ସରକାର ଉତ୍ତର ଦେଇଛନ୍ତି

ଡିଏ ଓ ଡିଆର ରିଲିଫ ବୃଦ୍ଧି ଉପରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ରାଜ୍ୟସଭାରେ କହିଛନ୍ତି ଯେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI-IW) ଅନୁଯାୟୀ ଡିଏ ମୁଦ୍ରାସ୍ଫୀତି ଉପରେ ଆଧାରିତ ହେବ। ହାର ଓ DRକୁ ବୃଦ୍ଧି କରାଯିବ। ସରକାର ମଧ୍ୟ ସଂସଦକୁ କହିଛନ୍ତି ଯେ ଗତ ଦୁଇ ତ୍ର୍ୟୈମାସରେ ମୁଦ୍ରାସ୍ଫୀତି ହାର ପାଞ୍ଚ ପ୍ରତିଶତରୁ ଅଧିକ ହୋଇଛି।

ମହଙ୍ଗା ଭତ୍ତାକୁ ତିନି ପ୍ରତିଶତରୁ ଅଧିକ ବୃଦ୍ଧି କରିବାର କୌଣସି ଯୋଜନା ନାହିଁ

ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ନାରଣ ଭାଇ ଜେ ରାଠୱା ଅର୍ଥମନ୍ତ୍ରୀଙ୍କୁ ପଚାରିଥିଲେ ଯେ ମୁଦ୍ରାସ୍ଫୀତି ହାର ଅଧିକ ଥିବାବେଳେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା କାହିଁକି ୩ ପ୍ରତିଶତ ସ୍ଥିର ରହିଛି? ତେବେ ଏହାର ଜବାବରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଏକୁ ୩ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସରକାର ଯୋଜନା କରୁନାହାଁନ୍ତି। କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ହାରରେ ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

କର୍ମଚାରୀମାନେ DA ବୃଦ୍ଧି କରିବେ ବୋଲି ଆଶା କରାଯାଉଥିଲା

ପ୍ରକାଶ ଥାଉକି କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଇଛି। ଯଦି ଏହା ହୋଲି ପୂର୍ବରୁ ତିନି ପ୍ରତିଶତ ବୃଦ୍ଧି ହୋଇଥାନ୍ତା, ତେବେ ମୋଟ ମହଙ୍ଗା ଭତ୍ତା ୩୪ ପ୍ରତିଶତକୁ ଯାଇଥାନ୍ତା। ସରକାରଙ୍କ ଏହି ନିଷ୍ପତ୍ତିରେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହୋଇଥାନ୍ତେ। ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିଛନ୍ତି। ସାରା ଦେଶରେ ଲକ୍ଷ ଲକ୍ଷ କର୍ମଚାରୀ DA ବୃଦ୍ଧି ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସେମାନେ ପୁଣି ନିରାଶ ହୋଇଛନ୍ତି।
Published by:Lipina Das
First published: