ଛତିଶଗଡ ସରକାରଙ୍କ ବଡ଼ ଘୋଷଣା; ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

DA Hike: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ପୁଣି ଥରେ ଏକ ବଡ଼ ବୃଦ୍ଧି ଘଟିଛି। ଏଥର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୬% ବୃଦ୍ଧି କରିଛନ୍ତି।

ଛତିଶଗଡ ସରକାରଙ୍କ ବଡ଼ ଘୋଷଣା

ଛତିଶଗଡ ସରକାରଙ୍କ ବଡ଼ ଘୋଷଣା

  • Share this:
News18 Odia Digital

DA Hike: ଅଗଷ୍ଟ ମାସ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଖୁସି ଆଣିଦେଇଛି। ଏଥର କର୍ମଚାରୀଙ୍କ ଡିଏରେ ବମ୍ପର ବୃଦ୍ଧି ଘଟିଛି। ମଧ୍ୟପ୍ରଦେଶ, ଗୁଜୁରାଟ ପରେ ଛତିଶଗଡ ସରକାର ମଧ୍ୟ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି।

ଛତିଶଗଡର ଭୁପେଶ ବାଗେଲ ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୬% ବୃଦ୍ଧି ଘଟିବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ଏଠାରେ ଥିବା ସରକାରୀ କର୍ମଚାରୀମାନେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏହି ନିଷ୍ପତ୍ତିରେ ୩.୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।

ସରକାର ବଡ଼ ଘୋଷଣା କରିଛନ୍ତି

ସୂଚନାଯୋଗ୍ୟ ଯେ ସରକାରୀ କର୍ମଚାରୀମାନେ ସପ୍ତମ ବେତନ ଆୟୋଗ ଅଧୀନରେ ୨୨ ପ୍ରତିଶତ ମହଙ୍ଗା ଭତ୍ତା ଓ ଷଷ୍ଠ ବେତନ ଆୟୋଗ ଅଧୀନରେ ୧୭୪ ପ୍ରତିଶତ ଲାଭ ନେଉଥିଲେ। କିନ୍ତୁ ବର୍ତ୍ତମାନ ମହଙ୍ଗା ଭତ୍ତା ସପ୍ତମ ବେତନ ଆୟୋଗ ଅଧୀନରେ ୬ ପ୍ରତିଶତ ଓ ଷଷ୍ଠ ବେତନ କମିଶନ ଅଧୀନରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଚଳିତ ବର୍ଷ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ ୨,୧୬୦ କୋଟି ଟଙ୍କା ଭାର ବହନ ହେବ।

ସୂଚନାଯୋଗ୍ୟ ଯେ ସ୍ବାଧୀନତା ଦିବସରେ ଗୁଜୁରାଟ ସରକାର ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ଗୁଜୁରାଟ ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି, ଯାହା ୨୦୨୨ ଜାନୁୟାରୀ ୧ରୁ କାର୍ଯ୍ୟକାରୀ ହୋଇଛି। ଏହାପୂର୍ବରୁ ତ୍ରିପୁରା ଓ ମଧ୍ୟପ୍ରଦେଶର ରାଜ୍ୟ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବ!

ତ୍ରିପୁରାର ବିଜେପି ସରକାର ଯେଉଁଠାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଥିଲେ। ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରି ଏହାକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରିଥିଲେ।

ଏହା କୁହାଯାଉଛି ଯେ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ୩୮ ରୁ ୩୯ ପ୍ରତିଶତକୁ ବୃଦ୍ଧି କରାଯାଇପାରିବ। AICPIର ତଥ୍ୟକୁ ଆଧାର କରି ମୋଦି ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି।
Published by:Lipina Das
First published: