ଏହି ମାସରେ କେତେ ଆସିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା; ଜାଣନ୍ତୁ ପୂରା ହିସାବ

କର୍ମଚାରୀ ଓ ପେନସନଭୋଗୀ ଡିଏ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ମାସ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କେତେ ଆସିବ ଜାଣନ୍ତୁ ।

ସପ୍ତମ ବେତନ କମିଶନ (ପ୍ରତୀକାତ୍ମକ ଛବି)

ସପ୍ତମ ବେତନ କମିଶନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସମ୍ପ୍ରତି କର୍ମଚାରୀ ଓ ପେନସନଭୋଗୀ ଡିଏ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଟଙ୍କା ଆକାଉଣ୍ଟରେ ଆସିବାକୁ ଯାଉଛି। ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ଏହି ଟଙ୍କା ୪୫ ଲକ୍ଷ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ପ୍ରତ୍ୟେକ ମାସର ଶେଷ ତାରିଖ ସୁଦ୍ଧା ଆସିଥାଏ।

 ତିନି ମାସର ବକେୟା ଦେବାକୁ ନିଷ୍ପତ୍ତି

ଗତ ମାସରେ, କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ କର୍ମଚାରୀଙ୍କ ମହଙ୍ଗା ରିଲିଫ୍ (DR) ସରକାରଙ୍କ ଦ୍ୱାରା ୩ ପ୍ରତିଶତ ବୃଦ୍ଧି କରାଯାଇଛି।  ଏହା ପରେ ଏହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ଜାନୁଆରୀ ୧ ରୁ ଡିଏ ବୃଦ୍ଧିକୁ କାର୍ଯ୍ୟକାରୀ କରିବା ଏବଂ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଏପ୍ରିଲ ମାସର ଦରମା ମେ ୨ରେ ଆସିବ ବୋଲି ଆଶା କରାଯାଉଛି।

 ୪୫ ଲକ୍ଷ କର୍ମଚାରୀ ଲାଭ ପାଇବେ

ଏପ୍ରିଲ୍ ଦରମା ବର୍ଦ୍ଧିତ DA ଏବଂ ତିନି ମାସର ବକେୟା (ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ) ସହିତ ଆସିବ । ଏଥିରେ ୪୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଏହି ସୁବିଧା ପାଇବାକୁ ଯାଉଛନ୍ତି।

ବର୍ଦ୍ଧିତ DA ର ଗଣିତ କ’ଣ?

ମହଙ୍ଗା ଭତ୍ତା ୩୪ ପ୍ରତିଶତ ହୋଇଥିବାରୁ ୧୮ ହଜାର ମୌଳିକ ବେତନ ଥିବା କର୍ମଚାରୀମାନେ ୬୧୨୦ ଟଙ୍କା DA ପାଇବେ। ବର୍ତ୍ତମାନ, ସେମାନେ ୩୧% ହାରରେ ୫,୫୮୦ ଟଙ୍କା ପାଉଥିଲେ। ଅର୍ଥାତ୍ ପ୍ରତି ମାସରେ ଦରମା ୫୪୦ ଟଙ୍କା ବୃଦ୍ଧି ପାଇଲା। ଏପ୍ରିଲ୍ ର ଦରମା ସହିତ, ୩ ମାସର ଡିଏ ବକେୟା ଆସିବ। ଏଭଳି ପରିସ୍ଥିତିରେ ମାର୍ଚ୍ଚ ମାସ ପାଇଁ ଦରମା ୨,୧୬୦ ଟଙ୍କା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

୬,୮୨୮ଟଙ୍କା ବୃଦ୍ଧି ପାଇବ

ଯେଉଁମାନଙ୍କର ମୌଳିକ ଦରମା ୫୬,୯୦୦ଟଙ୍କା, ସେମାନଙ୍କର ଡିଏ ୧୯,୩୪୬ ଟଙ୍କା ହେବ।ଏହା ପୂର୍ବରୁ ଏହା ୩୧ ପ୍ରତିଶତ ତୁଳନାରେ ୧୭,୬୩୯ଟଙ୍କା ଥିଲା।  ଅର୍ଥାତ୍ ପ୍ରତି ମାସରେ ଦରମା ୧,୭୦୭ ଟଙ୍କା ବୃଦ୍ଧି ପାଇଲା। ଏଭଳି ପରିସ୍ଥିତିରେ ମାର୍ଚ୍ଚ ତୁଳନାରେ ଏଥର ୬,୮୨୮ ଟଙ୍କା ଅଧିକ ଆସିବ ବୋଲି ଆଶା କରାଯାଉଛି।

ଡିଏ ବୃଦ୍ଧି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ ଜାନୁଆରୀ 2020 ରୁ ଜୁନ୍ 2021 ମଧ୍ୟରେ ବକେୟା ପାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ଡିଏ ବକେୟା ସରକାର ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ଯାହା ପରେ କର୍ମଚାରୀମାନେ ବହୁତ ନିରାଶ ହୁଅନ୍ତି।
Published by:Soumya Das
First published: