ମହିଳାଙ୍କ ବିରୋଧରେ ଅପରାଧ ୭% ବୃଦ୍ଧି; ପ୍ରତିଦିନ ଦାଖଲ ହେଉଛି ୮୭ଟି ବଳାତ୍କାର ମାମଲା- NCRB

NCRB ଅନୁଯାୟୀ ୨୦୧୯ ମସିହାରେ ଭାରତର ପ୍ରତ୍ୟକ ଦିନରେ ହାରାହାରି ୮୭ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା ଓ ବର୍ଷକ ମଧ୍ୟରେ ମହିଳାଙ୍କ ବିରୋଧରେ ମୋଟ ୪,୦୫,୮୬୧ ଅପରାଧ ମାମଲା ରୁଜୁ ହୋଇଥିଲା ।

ମହିଳାଙ୍କ ବିରୋଧରେ ଅପରାଧ ୭% ବୃଦ୍ଧି; ପ୍ରତିଦିନ ଦାଖଲ ହେଉଛି ୮୭ଟି ବଳାତ୍କାର ମାମଲା- NCRB
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 30, 2020, 11:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ୨୦୧୯ ମସିହାରେ ଦୈନିକ ହାରାହାରି ବଳାତ୍କାର ମାମଲା ୮୭ଟି ଲେଖାଏଁ ରିପୋର୍ଟ ହୋଇଛି ଓ ବର୍ଷସାରା ମହିଳାଙ୍କ ବିରୋଧରେ ମୋଟ ଅପରାଧ ମାମଲା ୪,୦୫,୮୬୧ଟି ପଞ୍ଜିକୃତ ହୋଇଛି, ଯାହା ୨୦୧୮ ତୁଳନାରେ ସାତ ପ୍ରତିଶତ ଅଧିକ । ସରକାରଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟରେ ଏହା ପ୍ରକାଶ ପାଇଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ଦେଶରେ ୩,୭୮,୨୩୬ ମହିଳାଙ୍କ ବିରୋଧରେ ଅପରାଧିକVମାମଲା ରୁଜୁ ହୋଇଥିଲା । ତଥ୍ୟ ଅନୁଯାୟୀ ୨୦୧୯ ମସିହାରେ ସମୁଦାୟ ୩୨,୦୩୩ ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି ଯାହାକି ବର୍ଷକ ମଧ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ୭.୩ ପ୍ରତିଶତ ଥିଲା ।

ସର୍ବଶେଷ ସରକାରୀ ତଥ୍ୟ ଅନୁଯାୟୀ ୨୦୧୯ ମସିହାରେ ଭାରତରେ ଦିନକୁ ହାରାହାରି ୭୯ଟି ହତ୍ୟା ମାମଲା ରୁଜୁ ହୋଇଥିଲା । ୨୦୧୯ ମସିହାରେ ମୋଟ ୨୮,୯୧୮ ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା ଯାହା ୨୦୧୮ (୨୯,୦୧୭ ମାମଲା) ତୁଳନାରେ ୦.୩ ପ୍ରତିଶତ କମ୍ ।

ପଶ୍ଚିମବଙ୍ଗ ସେୟାର କରିଲାନି ତଥ୍ୟ
ଗୃହ ମନ୍ତ୍ରଣାଳୟ କହିଛି ଯେ ସର୍ବଶେଷ ତଥ୍ୟରେ ପଶ୍ଚିମବଙ୍ଗ ତଥ୍ୟରେ ଅଂଶୀଦାର ହୋଇନାହିଁ । ଯେଉଁଥିପାଇଁ ୨୦୧୮ର ତଥ୍ୟ ଜାତୀୟ ଓ ସହର ହୋଇଥିବା ତଥ୍ୟରେ ବ୍ୟବହୃତ କରାଯାଇଛି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ କରୋନା ଭାଇରସ ପ୍ରକୋପ ମଧ୍ୟରେ ଡାଟା ସଂଗ୍ରହ କରିବାରେ କାର୍ଯ୍ୟ କରିଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା NCRB ସମଗ୍ର ଦେଶରେ ଅପରାଧ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରିଥାଏ । ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ଓ ୫୩ଟି ମହାନଗରର ତଥ୍ୟକୁ ସଂଗ୍ରହ କରି ଏକାଠି କରିବା ପରେ ଏଜେନ୍ସି ଏହି ରିପୋର୍ଟକୁ ତିନି ଭାଗରେ ପ୍ରସ୍ତୁତ କରିଛି ।
Published by: Jagdish Barik
First published: September 30, 2020, 11:45 AM IST
corona virus btn
corona virus btn
Loading