ସ୍ଵାଧୀନତା@୭୬: ହର ଘର ତ୍ରିରଙ୍ଗା ସହ ଦେଶରେ ଉତ୍ସବ ଓ ଉତ୍ସାହର ମାହୋଲ

ଆଜି ଦେଶ ପାଳୁଛି ୭୬ ତମ ସ୍ଵାଧୀନତା ଦିବସ। ହର ଘର ତ୍ରିରଙ୍ଗା ସହ ଦେଶରେ ଲାଗିିଛି ଉତ୍ସାହ ଓ ଉତ୍ସବର ମାହୋଲ । ସ୍ୱାଧୀନତାର ବୀର ଗାଥାକୁ ମନେ ପକାଉଛନ୍ତି ଦେଶବାସୀ ।

ସ୍ଵାଧୀନତା ଦିବସ (ପ୍ରତୀକାତ୍ମକ ଛବି)

ସ୍ଵାଧୀନତା ଦିବସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜି ଦେଶ ପାଳୁଛି ୭୬ ତମ ସ୍ଵାଧୀନତା ଦିବସ। ସ୍ୱାଧୀନତା ଦିବସକୁ ସମଗ୍ର ଦେଶରେ ଉତ୍ସାହ ଓ ଉତ୍ସବର ପରିବେଶ ରହିଛିମ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପର୍ଯ୍ୟାୟରେ ରବିବାର ଦିନ ସାରା ଦେଶରେ ତ୍ରିରଙ୍ଗା ରାଲି ମଧ୍ୟ ନିଆଯାଇଥିଲା। ବିଭିନ୍ନ ସ୍ମାରକୀ ମଧ୍ୟ ତ୍ରିରଙ୍ଗା ଆଲୋକରେ ସଜାଯାଇଛି। ଦେଶର ପ୍ରତ୍ୟେକ ରାଜ୍ୟରେ ସହରଠାରୁ ଗାଁ ପର୍ଯ୍ୟନ୍ତ ଲୋକମାନେ ସ୍ୱାଧୀନତାର ଉତ୍ସବ ପାଳନ କରୁଛନ୍ତି।

ସ୍ୱାଧୀନତା ଦିବସ ଅବସରରେ ଭାରତ ସରକାର 'ଅମୃତ ମହୋତ୍ସବ' ପାଳନ କରୁଛନ୍ତି, ଯାହାକି ବିଦେଶୀ ଶାସନରୁ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନକୁ ସଙ୍କେତ ଦେଉଛି।  ହର ଘର ତ୍ରିରଙ୍ଗା ଅଭିଯାନ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରିବାର ଏକ ଅଂଶ। ଏହି ପଦକ୍ଷେପ ସମଗ୍ର ଦେଶରେ ଲୋକଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରିଛି। ପ୍ରଧାନମନ୍ତ୍ରୀ ଆଜି ସକାଳ ୭.୩୦ରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ଓ ଦେଶକୁ ସମ୍ବୋଧିତ କରିବେ।

୧୫ ଅଗଷ୍ଟ ୧୯୪୭ ରେ ଉପନିବେଶ ଶାସନର ଶିକୁଳି ଛିନ୍ନ କରି ସ୍ୱାଧୀନତା ଆକାଶରେ ମୁକ୍ତ ପକ୍ଷୀ ପରି ଉଡ଼ି ବୁଲିଥିଲେ ଦେଶବାସୀ। ସେହି ଶୁଭ ଦିନର ବାର୍ଷିକୀ ପାଳନ କରୁଥିବାବେଳେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଉଛନ୍ତି ଦେଶବାସୀ।

ସ୍ୱାଧୀନତା ଦିବସ ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୧୪କୁ ବିଭାଜନ-ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଏ । ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସୌହାର୍ଦ୍ଦ୍ୟ, ମାନବ ସଶକ୍ତିକରଣ ଓ ଏକତାକୁ ପ୍ରୋତ୍ସାହିତ କରିବା

ଗୃହ ମନ୍ତ୍ରଣାଳୟ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ କରିବାର ସମୟ ଘୋଷଣା କରାଯାଇଛି। ସକାଳ ୭.୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ପୂର୍ବରୁ ପତାକା ଉତ୍ତୋଳନ ସମାରୋହ ହେବ। ଆପଣ ଏହି କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନ ଚ୍ୟାନେଲ ଓ ପ୍ରେସ୍ ସୂଚନା ବ୍ୟୁରୋର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲାଇଭ୍ ଦେଖିପାରିବେ।
Published by:Soumya Das
First published: