ସ୍ୱାଧୀନତା ଦିବସ ଅବସରରେ ଏକା ସାଙ୍ଗରେ ଦେଶପ୍ରେମ ଗୀତ ଗାଇଲେ ୭୫ ଜଣ କଳାକାର

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ "ଜୟା ହେ ୨.୦" ଦେଶପ୍ରେମ ଗୀତକୁ ଏକା ସାଙ୍ଗରେ ଗାଇଛନ୍ତି ୭୫ ଜଣ କଳାକର ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ "ଜୟା ହେ ୨.୦" ଦେଶପ୍ରେମ ଗୀତକୁ ଏକା ସାଙ୍ଗରେ ଗାଇଛନ୍ତି ୭୫ ଜଣ କଳାକର ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ "ଜୟା ହେ ୨.୦" ଦେଶପ୍ରେମ ଗୀତକୁ ଏକା ସାଙ୍ଗରେ ଗାଇଛନ୍ତି ୭୫ ଜଣ କଳାକର ।

  • Share this:
News 18 Odia Digital

ନୂଆଦିଲ୍ଲୀ :ସ୍ୱାଧୀନତାର  ୭୫ ବର୍ଷ ପୂର୍ତ୍ତି ଅବସରରେ ଆଶା ଭୋସଲେ, କୁମାର ସାନୁ ଓ ହରିହରନଙ୍କ ସମେତ ୭୫ ଜଣ କଳାକାର ଦେଶପ୍ରେମ ଗୀତ "ଜୟା ହେ ୨.୦" ଏକା ସାଙ୍ଗରେ ଗାଇଛନ୍ତି ।

ସୌରେନ୍ଦ୍ର - ସୈାମ୍ୟଜିତ୍ ଏହି ଯୋଡି ସଂଗୀତ ରଚନା ଓ ନିର୍ଦ୍ଦେଶନା ଦବାରେ  ବେଶ୍ ଜଣାଶୁଣା, ଏହି ଯୋଡି ସଂଗୀତ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି   "ଜୟା ହେ ୨.୦" ରେ । ଏହା ହେଉଛି 'ଜନ ଗଣ ମନ ' ର ୧୯୧୧ ମସିହାରେ ଲିଖିତ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵିତୀୟ ଭାଗ ।

ଜୟା ହେ ୨.୦ ର ଗୀତ ଉନ୍ମୋଚନ ସମୟରେ ହର୍ଷବର୍ଦ୍ଧନ ନିଓଟିଆ, ଅମ୍ବୁଜା ନିଓଟିଆ, ଅନୁପମ ରୟ, ସୋମଲାଟା ଆଚାର୍ଯ୍ୟ ଚୌଧୁରୀ, ରୂପାମ ଇସଲାମ, ସୌରେନ୍ଦ୍ର - ସୈାମ୍ୟଜିତ୍ ଉପସ୍ଥିତ ଥିଲେ ।

ଆଶା ଭୋସଲେ, କୁମାର ସାନୁ ଓ ହରିହରନଙ୍କ ବ୍ୟତୀତ ଜୟା ହେ ୨.୦ ରେ କାମ କରିଥିବା ଅନ୍ୟ କଳାକାରମାନଙ୍କ ମଧ୍ୟରେ ଅମଜାଦ ଅଲି ଖାନ, ହରିପ୍ରସାଦ ଚୌରାଶିଆ, ରସିଦ ଖାନ, ଅଜୟ ଚକ୍ରବର୍ତ୍ତୀ, ଶୁଭା ମୁଦଗାଲ, ଅରୁଣା ସାଇରାମ, ଏଲ ସୁବ୍ରମଣ୍ୟମ, ବିଶ୍ୱ ମୋହନ ଭଟ, ଭିକୁ ବିନୟକ୍ରମ, ଲୁ ମଜୱା, ଅନୁପ ଜଲୋଟ, ପରଭେନ ସୁଲତାନା, ସିଭାମଣି, ବମ୍ବେ ଜୟଶ୍ରୀ, ଉଦିତ ନାରାୟଣ, ଅଲକା ୟାଗନିକ, ମୋହିତ ଚୌହାନ, ପାପନ୍, ଶାନ୍, କୌଲାଶ ଖେର, ସାଧନା ସରଗାମ, ଶାନ୍ତନୁ ମୋଇଟ୍ରା ଏବଂ ଭି ସେଲଭାଗନେଶ ଅଛନ୍ତି ।

କୌଶିକି ଚକ୍ରବର୍ତ୍ତୀ, ଶ୍ରେୟା ଘୋଷାଲ, ମହେଶ କାଲେ, ଅମାନ ଅଲି ବଙ୍ଗାଶ, ଆୟାନ ଅଲି ବଙ୍ଗାଶ, ଟେଟେସୋ ଭଉଣୀ, ଅମୃତ ରାମନାଥ, ଓମକର ଧୁମଲ, ଅମ୍ବି ସୁବ୍ରମଣ୍ୟମ୍ ଏବଂ ରିମ୍ ଖାଁ ମଧ୍ୟ ସ୍ୱର ଦେଇଛନ୍ତି ।
Published by:Sujit Swain
First published: