୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଲକଡାଉନ୍ ଆରମ୍ଭ ହେବା ପର ଠାରୁ ସରସ୍ୱତୀଙ୍କ କ୍ଲିନିକ ବନ୍ଦ ହୋଇଯାଇଥିଲା । ତା’ପରେ ସେ ଓ ତାଙ୍କ ପୁଅ ଲଗାତର ଭୋକରେ ରହିଆସୁଥିଲେ ।

୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା
ମୃତ ବାଳକର ମା’ ସରସ୍ୱତୀ
  • News18 Odia
  • Last Updated: September 2, 2020, 3:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚେନ୍ନାଇ: ତାମିଲ ନାଡୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ସାତ ବର୍ଷର ବାଳକ ସାମୁଏଲ୍‌ ଅନାହାରରେ ମୃତ୍ୟୁ ବରଣ କରିଛି (starvation death near Chennai)। ତିନି ଦିନ ଧରି ପିଲାଟିର ମା’ ସରସ୍ୱତୀ ତା’ ମୃତ ଦେହ ପାଖରେ ବସି ରହିଥିବା ଦେଖିବାକୁ ମିଳିଥିଲା । ସରସ୍ୱତୀ ଲଗାତର ମୃତ ଦେହକୁ ପୋଛୁଥିଲେ ଓ ପିମ୍ପୁଡ଼ିମାନଙ୍କୁ ବସାଇ ଦେଉ ନ ଥିଲେ । ଏହି ଘଟଣା ତାମିଲ ନାଡ଼ୁର ରାଜଧାନୀ ଚେନ୍ନାଇ ଠାରୁ ଅଳ୍ପ ଦୂରରେ ଘଟିଛି ।

ପଡ଼ୋଶୀମାନେ ସେହି ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘର ଭିତରକୁ ଯିବା ପରେ ସରସ୍ୱତୀକୁ ନିଜ ପୁଅର ମୃତ ଦେହ ପାଖରେ ବସିଥିବାର ଦେଖିଥିଲା । ପୋଲିସ ତୁରନ୍ତ ପିଲାଟିର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଇନ୍ସପେକ୍ଟର ଗୁଣସେକରନ୍ କହିଛନ୍ତି ଯେ ଏହି ଘଟଣା ଦେଖି ତାଙ୍କ ଟିମ୍‌ ଚକିତ ହୋଇଯାଇଥିଲା ।

ତିନି ଦିନ ପୂର୍ବରୁ ବାଳକଟିର ମୃତ୍ୟୁ ହୋଇଥିଲା । ପୋଲିସ୍‌ ଟିମ୍‌ ଘରର କବାଟ ବାଡ଼େଇବାରୁ ସରସ୍ୱତୀ କବାଟ ଖୋଲିଥିଲେ ଓ ପୋଲିସକୁ ମୃତ ବାଳକ ପାଖକୁ ନେଇଯାଇଥିଲେ ।

‘‘ମୁଁ କ୍ଷଣିକ ପାଇଁ ବି ପୁଅର ଶରୀରକୁ ଛାଡ଼ି କୁଆଡ଼େ ଯାଇ ନ ଥିଲି । ନଚେତ୍ ତା’ ଦେହରେ ପୋକ ଓ ପିମ୍ପୁଡ଼ି ଲାଗିଥାନ୍ତା,’’ ପୋଲିସକୁ କହିଥିଲେ ସରସ୍ୱତୀ । ଅନାହାରରେ ମୃତ ବାଳକଟିର ଦେହର ହାଡ଼ ସବୁ ଦିଶୁଥିଲା ବୋଲି ପୋଲିସ କହିଛି । ଏ ସମ୍ପର୍କରେ ନବଭାରତ ଟାଇମ୍ସ ଏକ ଖବର ପ୍ରକାଶ କରିଛି।

ମା’ର ମାନସିକ ସ୍ୱାସ୍ଥ୍ୟ ଖରାପ ଥିଲା

ପୋଲିସ ସରସ୍ୱତୀଙ୍କ ପରିବାର ସହ କଥା ହୋଇଥିଲା। ସେମାନେ କହିଛନ୍ତି ଯେ ସରସ୍ୱତୀ ଜଣେ ମାନସିକ ରୋଗୀ । ସାତ ବର୍ଷ ପୂର୍ବେ ସେ ତାଙ୍କ ସ୍ୱାମୀ ଜୋସେଙ୍କ ଠାରୁ ଅଲଗା ହୋଇଯାଇଥିଲେ । ସେ CTH ରୋଡ଼ର ଗୋଟିଏ କୋଠାର ଦ୍ୱିତୀୟ ମହଲାରେ ରହୁଥିଲେ । ତାଙ୍କ ସମ୍ପର୍କୀୟମାନେ ପ୍ରଥମ ମହଲା ଓ ତଳ ମହଲାରେ ରହୁଥିଲେ । ସରସ୍ୱତୀଙ୍କର କାହା ସହିତ ସମ୍ପର୍କ ନ ଥିଲା ।

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

କ୍ଲିନିକ୍ ବନ୍ଦ ହେବା ଠାରୁ ଭୋକରେ ଥିଲେ

ସରସ୍ୱତୀ ଜଣେ ହୋମିଓପାଥିକ ଡାକ୍ତର ଥିଲେ । ତାଙ୍କର ଏକ କ୍ଲିନିକ୍ ଥିଲା ଓ ସେ ଲୋକଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ତାଙ୍କ ସମ୍ପର୍କୀୟଙ୍କ ସହ ସମ୍ପତ୍ତିକୁ ନେଇ ବି ବିବାଦ ହୋଇଥିଲା ।



ସେ ବେଙ୍ଗାଲୁରୁରେ ରହୁଥିବା ତାଙ୍କ ଭାଇଙ୍କ ସହ ଏକ ସମ୍ପତ୍ତି ମାମଲାରେ ଲଢ଼ୁଛନ୍ତି । ଏ ସବୁ ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା । ଲକଡାଉନ୍‌ ଆରମ୍ଭ ହେବା ପର ଠାରୁ ସରସ୍ୱତୀଙ୍କ କ୍ଲିନିକ ବନ୍ଦ ହୋଇଯାଇଥିଲା । ତା’ପରେ ସେ ଓ ତାଙ୍କ ପୁଅ ଭୋକରେ ରହିବାକୁ ଲାଗିଥିଲେ ।
Published by: Anand Shankar Thankur Das
First published: September 2, 2020, 3:23 PM IST
corona virus btn
corona virus btn
Loading