ଟ୍ରକ ସହ ପିଟି ହେଲା ଵସ (ପ୍ରତୀକାତ୍ମକ ଛବି)
News18 Odia Digital
କର୍ଣ୍ଣାଟକର ହୁବଲି ସହର ଉପକଣ୍ଠରେ ଏକ ଯାତ୍ରୀବାହୀ ବସ୍ ଓ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ହବଲିର କିମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ପୋଲିସର ସୂଚନାନୁସାରେ, ଯାତ୍ରୀବାହୀ ବସ୍ କୋଲହାପୁରରୁ ବାଙ୍ଗାଲୋର ଯାଉଥିଲା।ରାତି ପ୍ରାୟ ୧୨:୩୦ ରୁ ୧ଟା ମଧ୍ୟରେ ଧରୱାଡ଼ ଆଡ଼କୁ ଯାଉଥିବା ଏକ ଟ୍ରକ ସହିତ ବସ୍ ଧକ୍କା ହୋଇଥିଲା। ବସ୍ ଡ୍ରାଇଭର ଟ୍ରକକୁ ଓଭର ଟେକ କରିବାକୁ ଚେଷ୍ଟା କରୁଥିଲା ବୋଲି ସୂଚନା ମିଳିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତକଙ୍କ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି। ଏଥିସହ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୋଲିସ ପକ୍ଷରୁ ଏକ ଏଫଆଇଆର ପଞ୍ଜିକୃତ ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।