ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କାବୁଲ ଏୟାରପୋର୍ଟରେ ଦଳଚକଟାରେ ୭ ଆଫଗାନ୍ ମଲେ; ଆଫଗାନିସ୍ତାନରୁ ଫେରିଲେ ୪୦୦ ଭାରତୀୟ

କାବୁଲ ଏୟାରପୋର୍ଟରେ ଦଳଚକଟାରେ ୭ ଆଫଗାନ୍ ମଲେ; ଆଫଗାନିସ୍ତାନରୁ ଫେରିଲେ ୪୦୦ ଭାରତୀୟ

7 Afghans killed in Kabul airport stampede, 400 Indians return home | ଆଫଗାନିସ୍ତାନରୁ ଭାରତ ଆସିଥିବା ସାଂସଦ ନରେନ୍ଦର ସିଂହ ଖାଲସା ଭାବବିହ୍ବଳ ହୋଇ ସାଠାକାର ଦୁସ୍ଥିତି ବର୍ଣ୍ଣନା କରିଛନ୍ତି । ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ଯାହା କିଛି ଉନ୍ନତି ହୋଇଥିଲା ସେ ସବୁ ତାଲିବାନ୍ ନଷ୍ଟ କରି ଦେଇଛି ବୋଲି ସେ କହିଛନ୍ତି ।

କାବୁଲ ଏୟାରପୋର୍ଟରେ ଦଳଚକଟାରେ ୭ ଆଫଗାନ୍ ମଲେ; ଆଫଗାନିସ୍ତାନରୁ ଫେରିଲେ ୪୦୦ ଭାରତୀୟ
କାବୁଲ ଏୟାରପୋର୍ଟରେ ଭିଡ଼କୁ ରୋକୁଛନ୍ତି ଜଣେ ଆମେରିକାନ୍ ସୈନିକ । (ଗେଟି ଫଟୋ)
  • News18 Odia
  • Last Updated: August 22, 2021, 10:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ତାଲିବାନ୍‌ (Taliban) କବଜାକୁ ଆସିଥିବା ଆଫଗାନିସ୍ତାନର ରାଜଧାନୀ କାବୁଲର ବିମାନ ବନ୍ଦରରେ (Kabul airport) ପୁଣି ଦଳଚକଟା ହୋଇଛି ଓ ଏଥିରେ ସାତ ଜଣ ଆଫଗାନ୍ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହି ସଙ୍ଗୀନ ସ୍ଥିତି ମଧ୍ୟରେ ରବିବାର ଦିନ ଆଫଗାନିସ୍ତାନରୁ ଫେରିଛନ୍ତି ପାଖାପାଖି ୪୦୦ ଭାରତୀୟ । ସେମାନଙ୍କ ମଧ୍ୟରେ ଅଛନ୍ତି ୨୪ ଜଣ ଆଫଗାନ୍ ଶିଖ୍ ଓ ଦୁଇ ଜଣ ଆଫଗାନ୍ ସାଂସଦ ।

ଭାରତୀୟ ବାୟୁ ସେନାର ଗୋଟିଏ ସ୍ବତନ୍ତ୍ର ବିମାନରେ ଓ ଗୋଟିଏ ଏୟାର୍‌ ଇଣ୍ଡିଆ ବିମାନରେ ସେମାନଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ଭାରତ ଫେରିଥିବା ଲୋକଙ୍କର କରୋନା ପରୀକ୍ଷା କରାଯିବା ସହ ସେମାନଙ୍କୁ ପୋଲିଓ ଟିକା ଦିଆଯାଉଛି । ତାଲିବାନ୍ ଭୟରେ ଦେଶ ଛାଡ଼ିବାକୁ କାବୁଲ ବିମାନ ବନ୍ଦରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ସେତିକି ବେଳେ ଦଳାଚକଟାରେ ସାତ ଜଣ ଆଫଗାନ୍ ନାଗରିକଙ୍କର ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ

ବାୟୁସେନାର C-17 ସ୍ବତନ୍ତ୍ର ବିମାନ ଗାଜିଆବାଦର (Ghaziabad) ହିଣ୍ଡନ୍ ଏୟାରବେସରେ ଲ୍ୟାଣ୍ଡ କରିଥିଲା । ସେଥିରେ ଆସିଥିବା ୧୬୮  ଜଣଙ୍କ ମଧ୍ୟରେ ଥିଲେ ୧୦୭ ଜଣ ଭାରତୀୟ, ୨୪ ଜଣ ଆଫଗାନ୍ ଶିଖ୍ ଓ ଦୁଇ ଜଣ ଆଫଗାନ୍ ସାଂସଦ । ଭାବବିହ୍ବଳ ହୋଇ ଆଫଗାନ୍ ଦୁସ୍ଥିତି ବର୍ଣ୍ଣନା କଲେ ସିଖ୍‌ ସାଂସଦ ନରେନ୍ଦର ସିଂହ ଖାଲସା (Afghan Sikh MP Narender Singh Khalsa) । ସେ କହିଥିଲେ ଯେ ତାଲିବାନ୍ ଦେଶକୁ କବଜା କରିବା ପରେ ସବୁ କିଛି ଧ୍ବସ୍ତବିଧ୍ବସ୍ତ ହୋଇଗଲାଣି ।

କୌଣସି ବିମାନ ଭିତରେ ପଶିବାକୁ ଦୌଡ଼ୁଛନ୍ତି କିଛି ଲୋକ । (ଗେଟି ଫଟୋ)


‘‘ଗତ ୨୦ ବର୍ଷ ମଧ୍ୟରେ ଦେଶର ଯାହା କିଛି ଉନ୍ନତି ହୋଇଥିଲା, ସେସବୁ ତାଲିବାନ୍ ନଷ୍ଟ କରି ଦେଇଛି । ଭାରତ ଆମକୁ ସୁରକ୍ଷାରେ ସହଯୋଗ କରିଥିବାରୁ ଆମେ ଭାରତ ସରକାର ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛୁ,’’ କହିଛନ୍ତି ଆଫଗାନ୍ ସାଂସଦ ନରେନ୍ଦର ସିଂହ ଖାଲସା ।

ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନା

ପୂର୍ବରୁ ରବିବାର ସକାଳେ ଆଫଗାନିସ୍ତାନରୁ ୮୭ ଜଣ ଭାରତୀୟ ନୂଆ ଦିଲ୍ଲୀରେ ପହଞ୍ଚିଥିଲେ । ତାଜିକିସ୍ତାନ ଦେଇ ଏୟାର୍‌ ଇଣ୍ଡିଆର AI ୧୯୫୬ ବିମାନରେ ନୂଆ ଦିଲ୍ଲୀ ଫେରିଥିଲେ ଏହି ୮୭ ଜଣ । ଶନିବାର ଏମାନଙ୍କୁ କାବୁଲରୁ ନିଆଯାଇ ତାଜିକିସ୍ଥାନରେ ରଖାଯାଇଥିଲା । ଆଫଗାନିସ୍ତାନରୁ ଭାରତୀୟଙ୍କୁ ନେଇ ବାୟୁ ସେନାର ଆଉ ଏକ ବିମାନ ମଧ୍ୟ ନୂଆ ଦିଲ୍ଲୀ ଆସୁଛି । ଏଥିରେ ୧୩୫ ଜଣ ଭାରତୀୟ ଆସୁଥିବା ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । କାବୁଲରୁ ଦୈନିକ ଦୁଇଟି ଭାରତୀୟ ବିମାନକୁ ଉଡ଼ାଣ ଅନୁମତି ମିଳିଛି ।

ଏହା ବି ପଢ଼ନ୍ତୁ | ସାବଧାନ! ଆଗକୁ ସମୁଦ୍ରରେ ବୁଡ଼ିଯାଇପାରେ ପାରାଦୀପ ସମେତ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର

କେବଳ ଭାରତୀୟ ନୁହଁନ୍ତି, ଅନ୍ୟ ଦେଶର ସରକାରମାନେ ମଧ୍ୟ ସେମାନଙ୍କ ନାଗରିକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିବାରେ ଲାଗିଛନ୍ତି । ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ଲୋକଙ୍କୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମାଗଣାରେ ପୋଲିଓ ଟିକା ଦେବାର ବ୍ୟବସ୍ଥା ହୋଇଛି । ୱାର୍ଲ୍ଡ ପୋଲିଓ ଭାଇରସରୁ ବଞ୍ଚାଇବାକୁ ନିଆଯାଇଥିବା ସୁରକ୍ଷାମୂଳକ ପଦକ୍ଷେପ ଭାବେ ପୋଲିଓ ଟିକା-OPB ଓ FIPB ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି ।



ଆଫଗାନିସ୍ତାନରୁ ଯେଉଁ ଲୋକେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରଫୋର୍ସ ଷ୍ଟେସନ୍‌ରେ ପହଞ୍ଚିଛନ୍ତି, ସେମାନଙ୍କର କରୋନା ପରୀକ୍ଷା କରାଯାଉଛି । ତାଲିବାନ୍ ଭୟରେ ଅନେକ ଆଫଗାନୀ ମଧ୍ୟ ଦେଶ ଛାଡ଼ିବାକୁ ବିକଳ ହେଉଛନ୍ତି । କାବୁଲ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ରବିବାର ଦିନ ଦଳାଚକଟାରେ ସାତ ଜଣ ଆଫଗାନ୍ ନାଗରିକଙ୍କର ମୃତ୍ୟୁ ହୋଇଛି ।
Published by: Anand S.T. Das
First published: August 22, 2021, 10:41 PM IST