ଆଉ ଚୀନରୁ ଭାରତକୁ ଆମଦାନୀ ହେବ ନାହିଁ ନିମ୍ନ ମାନର ଏହି ୭ଟି ଇଲେକ୍ଟ୍ରୋନିକ୍ ସାମଗ୍ରୀ

ଭାରତ ସରକାର ଏବେ ଚୀନରୁ ଆମଦାନୀ ହେଉଥିବା ସାତଟି ଇଲେକ୍ଟ୍ରୋନିକ ସାମଗ୍ରୀକୁ ବାଧ୍ୟତାମୂଳକ ପଞ୍ଜୀକରଣ ଅର୍ଡ଼ରରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେହି ସାମଗ୍ରୀଗୁଡ଼ିକ ପାଇଁ ଏଣିକି BISରେ ମାନ ପରୀକ୍ଷା ଓ ପ୍ରମାଣପତ୍ର ଜରୁରୀ ହେବ ।

ଆଉ ଚୀନରୁ ଭାରତକୁ ଆମଦାନୀ ହେବ ନାହିଁ ନିମ୍ନ ମାନର ଏହି ୭ଟି ଇଲେକ୍ଟ୍ରୋନିକ୍ ସାମଗ୍ରୀ
୨୦୧୨ ମସିହାରେ ଭାରତ ସରକାର ବାଧ୍ୟତାମୂଳକ ପଞ୍ଜୀକରଣ ଆଦେଶ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।
  • News18 Odia
  • Last Updated: November 20, 2020, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚୀନରୁ (China) ଆସୁଥିବା ନିମ୍ନ ମାନର ବୈଦ୍ୟୁତିକ ସାମଗ୍ରୀର (Electronic Items) ଆମଦାନୀକୁ ବନ୍ଦ କରିବାକୁ ଭାରତ ସରକାର ସାତଟି ଉତ୍ପାଦକୁ ବାଧ୍ୟତାମୂଳକ ପଞ୍ଜୀକରଣ ଅର୍ଡରରେ (Compulsory Registration Order) ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଆଦେଶ କାର୍ଯ୍ୟକାରୀ ହେବା ପରେ ଚୀନରୁ ଆସୁଥିବା ନିମ୍ନ ମାନର ଡିଜିଟାଲ୍ କ୍ୟାମେରା, ଭିଡିଓ କ୍ୟାମେରା, ୱେବ୍‌ କ୍ୟାମ, ବ୍ଲୁଟୁଥ୍ ସ୍ପିକର, ସ୍ମାର୍ଟ ସ୍ପିକର ଓ ୱାୟରଲେସ୍‌ ହେଡସେଟ୍ ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିଯିବ ।

ଏହି ଆଦେଶ ପରେ କେବଳ ଭାରତ ସରକାରଙ୍କ ସଂସ୍ଥା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର (BIS – Bureau of Indian Standards) ସାର୍ଟିଫିକେଟ୍ ମିଳିବା ପରେ ଚୀନରୁ ବୈଦୁତିକ ସାମଗ୍ରୀଗୁଡ଼ିକର ଆମଦାନୀ ସମ୍ଭବ ହେବ । ଆଉ ପ୍ରମାଣପତ୍ର ବିନା କୌଣସି ସାମଗ୍ରୀ ଆମଦାନି କରିବା ସମ୍ଭବ ହେବ ନାହିଁ ।



ଭାରତ ସରକାର ଏହି ଉତ୍ପାଦଗୁଡ଼ିକର ଏକ ତାଲିକା ବିଶ୍ୱ ବାଣିଜ୍ୟ ସଂସ୍ଥାକୁ (World Trade Organisation – WTO) ପଠେଇଛନ୍ତି । ଏହି କମ୍ପାନୀଗୁଡ଼ିକୁ BIS ଠାରୁ ଉପଯୁକ୍ତ ପ୍ରମାଣପତ୍ର ପାଇବାକୁ ତିନି ମାସ ସମୟ ଦିଆଯିବ । ଏହି ତାଲିକାରେ ଡିଜିଟାଲ କ୍ୟାମେରା, ଭିଡିଓ କ୍ୟାମେରା, ୱେବ୍‌ କ୍ୟାମ, ବ୍ଲୁଟୁଥ ସ୍ପିକର, ସ୍ମାର୍ଟ ସ୍ପିକର, ଏଲଇଡି ଡିମର୍ ଓ ୱାୟରଲେସ୍‌ହେଡସେଟ୍ ଅନ୍ତର୍ଭୁକ୍ତ ଅଛି ।

ଏହା ବି ପଢ଼ନ୍ତୁ | ପୁରୀର ପରିଚିତି: ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କୌଣସି ମନ୍ଦିରରେ ପୂରେଇ ଦେବନି ବୋଲି କହିଲା ସେବାୟତ ସଙ୍ଘ

୨୦୧୨ ମସିହାରେ ଭାରତ ସରକାର ବାଧ୍ୟତାମୂଳକ ପଞ୍ଜୀକରଣ ଆଦେଶ (Compulsory Registration Order) ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାର କେବଳ ମାନଦଣ୍ଡ ପୂରଣ କରୁଥିବା ସାମଗ୍ରୀଗୁଡ଼ିକର ଆମଦାନୀକୁ ଅନୁମତି ଦିଅନ୍ତି ।



ଏ ପର୍ଯ୍ୟନ୍ତ ଏହି ଉତ୍ପାଦଗୁଡ଼ିକର ଉତ୍ପାଦନ ପାଇଁ କମ୍ପାନୀଗୁଡ଼ିକୁ ସୁରକ୍ଷା ମାନଦଣ୍ଡ ପୂରଣ କରିବାକୁ ପଡ଼ୁ ନ ଥିଲା । BISରେ ପରୀକ୍ଷା ପରେ ଓ ପ୍ରମାଣପତ୍ର ପାଇବା ପରେ ଏହି ଉତ୍ପାଦଗୁଡ଼ିକର ଲାଇସେନ୍ସ ନେବାକୁ ପଡ଼ିବ । ତା’ ପରେ ଯେଇ ଏହି ଉତ୍ପାଦଗୁଡ଼ିକୁ ଭାରତ ଆମଦାନୀ କରିବ । ଭାରତରେ ନିମ୍ନ ମାନର ବିଦେଶୀ ଉତ୍ପାଦଗୁଡ଼ିକର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଘରୋଇ ଶିଳ୍ପ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
Published by: Anand Shankar Thankur Das
First published: November 20, 2020, 5:30 PM IST
corona virus btn
corona virus btn
Loading