ଜଲପାଇଗୁଡ଼ିରେ ମୂର୍ତ୍ତି ବିସର୍ଜନ ସମୟରେ ଦୁର୍ଘଟଣା; ୭ ଜଣଙ୍କ ମୃତ୍ୟୁ ୪୦ ନିଖୋଜ

ପଶ୍ଚିମବଙ୍ଗର ଜଲପାଇଗୁ଼ଡ଼ିରୁ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଥିବା କୁହାଯାଉଛି।

ଜଲପାଇଗୁଡ଼ିରେ ମୂର୍ତ୍ତି ବିସର୍ଜନ ସମୟରେ ଦୁର୍ଘଟଣା

ଜଲପାଇଗୁଡ଼ିରେ ମୂର୍ତ୍ତି ବିସର୍ଜନ ସମୟରେ ଦୁର୍ଘଟଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରୁ ବଡ ଖବର ଆସିଛି। ଏଠାରେ ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ନିଖୋଜ ଥିବା କୁହାଯାଉଛି।

ସୂଚନାନୁସାରେ, ମାଲ ନଦୀରେ ଜଳ ପ୍ରବାହ ବୃଦ୍ଧି ହେତୁ ଏହି ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିର ଏସପି ଦେବର୍ଷି ଦତ୍ତ କହିଛନ୍ତି ଯେ ପ୍ରବଳ ପ୍ରବାହ ଯୋଗୁଁ ଅନେକ ଲୋକ ନଦୀରେ ଭାସିଯାଇଥିଲେ। ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନଡିଆରଏଫ ଓ ନାଗରିକ ପ୍ରତିରକ୍ଷା ନିୟୋଜିତ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଦୁର୍ଗା ପୂଜା ଉତ୍ସବରେ ଏହି ଦୁର୍ଘଟଣାରେ ମୁଁ ଦୁଃଖିତ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି।’’



ସେପଟେ ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ଦିଲୀପ ଘୋଷ ଏକ ଭିଡିଓ ଟ୍ୱିଟ କରିଛନ୍ତି। ଯେଉଁଥିରେ ଲୋକ ପ୍ରବାହରୁ ନିଜ ଜୀବନ ରକ୍ଷା କରୁଥିବା ନଜର ଆସୁଛନ୍ତି। ଏହି ପୋଷ୍ଟରେ ସେ କହିଛନ୍ତି, ‘‘ଭୟଙ୍କର ଘଟଣା। ଜଲପାଇଗୁଡ଼ିର ମାଲବାଜର ମାଲ ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ପ୍ରାୟ ୩୦ ରୁ ୪୦ ଜଣ ନିଖୋଜ ହୋଇଯାଇଥିଲେ।’’
Published by:Lipina Das
First published: