Moose Wala murder case: ପଶ୍ଚିମବଙ୍ଗ-ନେପାଳ ସୀମାରୁ ୬ ନମ୍ୱର ସୁଟର୍‌ ଗିରଫ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୬ ନମ୍ୱର ସୁଟରଙ୍କଆଜି ଗିରଫ କରିଛି ପଞ୍ଜାବ ପୋଲିସ। ପୂର୍ବରୁ ତିନି ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିବାବେଳେ ଅମୃତସର ନିକଟରେ ହୋଇଥିବା ଏନକାଉଣ୍ଟରରେ ପଞ୍ଜାବ ପୋଲିସ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରିଥିଲା।

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା

  • News18 Odia
  • Last Updated :
  • Share this:
News 18 Odia Digital

ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ୬ ନମ୍ୱର ସୁଟରଙ୍କଆଜି ଗିରଫ କରିଛି ପଞ୍ଜାବ ପୋଲିସ। ପୂର୍ବରୁ ତିନି ଜଣ ସୁଟରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିବାବେଳେ ଅମୃତସର ନିକଟରେ ହୋଇଥିବା ଏନକାଉଣ୍ଟରରେ ପଞ୍ଜାବ ପୋଲିସ ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରିଥିଲା। ବର୍ତ୍ତମାନ ଗିରଫ ହେବାକୁ ଥିବା ଦୀପକ ତାଙ୍କର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜନ୍ଦିର ସହ ପଶ୍ଚିମବଙ୍ଗ-ନେପାଳ ସୀମାରୁ କେନ୍ଦ୍ରୀୟ ଏଜେନ୍ସି ସହ ମିଳିତ ଅପରେସନରେ ଧରାପଡିଛନ୍ତି।

ଗତ ମେ ମାସ ୨୯ ତାରିଖରେ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହାପରେ ପଞ୍ଜାବରେ ରାଜନୀତି ଜୋର ହୋଇଥିଲା। ମୁସେୱାଲାଙ୍କୁ ଲଗାତାର ମିଳୁଥିବା ଧମକ ମଧ୍ୟରେ ତାଙ୍କର ସୁରକ୍ଷା ପ୍ରତ୍ୟାହାର କରିବାକୁ ନେଇ ମାନ ସରକାରଙ୍କୁ କଡା ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ସିଦ୍ଧୁ ମୁସେୱାଲାଙ୍କ ପରିବାର ଲୋକେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ।
Published by:Soumyashree Mishra
First published: