National Film Awards: ସୁଶାନ୍ତ ସିଂ ରାଜପୁତଙ୍କ 'ଛିଛୋରେ' ଫିଲ୍ମକୁ ମିଳିଲା ନେସନାଲ ଆୱାର୍ଡ

୬୭ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର (67th National Film Awards) ଘୋଷଣା କରାଯାଇଛି । ଚଳିତ ବର୍ଷ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ (ହିନ୍ଦୀ) ପୁରସ୍କାର ସିନେମା ହଲରେ ରିଲିଜ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ 'ଛିଛୋରେ'କୁ ପ୍ରଦାନ କରାଯାଇଛି ।

National Film Awards: ସୁଶାନ୍ତ ସିଂ ରାଜପୁତଙ୍କ 'ଛିଛୋରେ' ଫିଲ୍ମକୁ ମିଳିଲା ନେସନାଲ ଆୱାର୍ଡ
ସୁଶାନ୍ତ ସିଂ ରାଜପୁତଙ୍କ 'ଛିଛୋରେ' ଫିଲ୍ମକୁ ମିଳିଲା ନେସନାଲ ଆୱାର୍ଡ
  • News18 Odia
  • Last Updated: March 22, 2021, 6:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ୬୭ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର (67th National Film Awards) ଘୋଷଣା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆଜି କରାଯାଇଛି । ଚଳିତ ବର୍ଷ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ (ହିନ୍ଦୀ) ପୁରସ୍କାର ସିନେମା ହଲରେ ରିଲିଜ ହୋଇଥିବା ସୁଶାନ୍ତ ସିଂ (Sushant Singh Rajput) ରାଜପୁତଙ୍କ ଶେଷ ଫିଲ୍ମ 'ଛିଛୋରେ'କୁ ପ୍ରଦାନ କରାଯାଇଛି । ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା । ନନ-ଫିଚର ଫିଲ୍ମ କେଟେଗୋରୀରେ ସର୍ବୋତ୍ତମ ଫିଲ୍ମର ପୁରସ୍କାର ହିନ୍ଦୀ ଫିଲ୍ମ 'ଏକ ଇଞ୍ଜିନିୟର୍ଡ ଡ୍ରିମ୍' ପୁରସ୍କୃତ ଦିଆଯାଇଛି । ଏହାର ନିର୍ଦ୍ଦେଶନା ହେମନ୍ତ ଗବା ଦେଇଛନ୍ତି । 'ବିରିୟାନି', 'ଜୋନା କି ପୋରବା' (ଆସାମୀୟ), 'ଲତା ଭଗବାନ୍ କର' (ମରାଠୀ), 'ପିକାସୋ' (ମରାଠୀ) ଚାରୋଟି ଚଳଚ୍ଚିତ୍ରକୁ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପ୍ରଦାନ କରାଯାଇଛି ।

ସୁଶାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ 'ଛିଛୋରେ'ର କାହାଣୀ କଲେଜରେ ପଢ଼ୁଥିବା ଛାତ୍ର ଓ ସର୍ବଦା ଜିତିବା ଚାପରେ ସଂଘର୍ଷ କରୁଥିବା ଛାତ୍ରମାନଙ୍କ ବିଷୟରେ ଥିଲା । ଏହା ସୁଶାନ୍ତଙ୍କ ଶେଷ ଫିଲ୍ମ ଥିଲା । ଯାହା ସିନେମା ହଲରେ ରିଲିଜ କରିଥିଲା ​। ଏହା ପରେ ତାଙ୍କ ଫିଲ୍ମ 'ଡ୍ରାଇଭ୍' ଆସିଥିଲା ​​ଯାହା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା ​​। ୧୪ ଜୁନ୍ ରେ ମୁମ୍ବାଇରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ତାଙ୍କ ଘରର ପଙ୍ଖାରେ ଝୁଲୁଥିବାର ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ଜାତୀୟ ପୁରସ୍କାର ଦାବିରେ ମୋଟ ୪୬୧ ଟି ଫିଚର ଫିଲ୍ମ ସାମିଲ ଥିଲା । ୨୦୧୯ ର 'ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ୍' ବର୍ଗରେ ୧୩ ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ । ଏହି ପୁରସ୍କାର ସିକ୍କିମକୁ ଦିଆଯାଇଛି ।

୨୦୨୦ ବର୍ଷ ସମ୍ପୂର୍ଣ୍ଣ ରୂପେ କରୋନା ଅଧୀନରେ ଥିଲା ଓ ଏହି କାରଣରୁ କେବଳ ୨୦୧୯ ରେ ନିର୍ମିତ ଫିଲ୍ମ ପାଇଁ ପୁରସ୍କାର ଘୋଷଣା କରାଯିବ । ୩ ମଇ ୨୦୨୦ ରେ ଅନୁଷ୍ଠିତ ହେବାକୁ ଥିବା କରୋନା ମହାମାରୀ ଯୋଗୁଁ ଗତ ବର୍ଷ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇ ନଥିଲା । ସେଥିପାଇଁ ୨୦୧୯ ପୁରସ୍କାର ଏଥର ଘୋଷଣା କରାଯିବ ।
Published by: Jagdish Barik
First published: March 22, 2021, 6:38 PM IST