ଦେଶର ମାତ୍ର ୬୩ଜଣ ଧନ କୁବେରଙ୍କ ପାଖରେ ରହିଛି ଦେଶର ପୁରା ବଜେଟର ପଇସା: ଅକ୍ସଫାମ ରିପୋର୍ଟ

ସୁଇଜରଲାଣ୍ଡର ଦାବୋସସ୍ଥିତ ଓ୍ବାର୍ଲ୍ଡ ଇକନୋମିକ୍ ଫୋରମ(WEF)ର ୫୦ତମ ବାର୍ଷିକ ବୈଠକରେ ଦିଆଯାଇଥିବା ‘ଟାଇମ ଟୁ କେୟାର’ ନାମକ ରିପୋର୍ଟରେ ଅକ୍ସଫାମ କନଫେଡେରେସନ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସମ୍ପର୍କରେ ସୂଚନା ଦେଇଛି ।

ଦେଶର ମାତ୍ର ୬୩ଜଣ ଧନ କୁବେରଙ୍କ ପାଖରେ ରହିଛି ଦେଶର ପୁରା ବଜେଟର ପଇସା: ଅକ୍ସଫାମ ରିପୋର୍ଟ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 20, 2020, 11:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦାବୋସ: ଦେଶର ଏକ ପ୍ରତିଶତ ଧନ କୁବେରଙ୍କ ପାଖରେ ଦେଶର ୯୫.୩ କୋଟି ଲୋକଙ୍କଠାରୁ ପାଖାପାଖି ୪ଗୁଣା ଅଧିକ ଧନ ସମ୍ପତ୍ତି ରହିଛି । ଏହି ଧନକୁବେରଙ୍କ ପାଖରେ ଏତେ ଧନସମ୍ପତ୍ତି ରହିଛି ଯେ ଦେଶର ଏକ ବର୍ଷର ସମ୍ପୁର୍ଣ୍ଣ ବଜେଟ ପ୍ରସ୍ତୁତ ହୋଇଯିବ ବୋଲି ବିଶ୍ବ ଅର୍ଥନୈତିକ ବାର୍ଷିକ ବୈଠକ ପକ୍ଷରୁ ଜାରି ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ସୁଇଜରଲାଣ୍ଡର ଏକ ଦାବୋସରେ ଅନୁଷ୍ଠିତ ଏହି ୫୦ତମ ସମ୍ମିଳନୀରେ ଅକ୍ସଫାମ କନଫେଡେରେସନ ‘ଟାଇମ ଟୁ କେୟାର’ ନାମକ ରିପୋର୍ଟ ପ୍ରସ୍ତୁତ କରିଛି । ରିପୋର୍ଟରେ ବିଶ୍ବର ପାଖାପାଖି ୨,୧୫୩ ଆରବପତିଙ୍କ ପାଖରେ ବିଶ୍ବର ସମ୍ପୂର୍ଣ୍ଣ ଜନସଂଖ୍ୟାର ୬୦ ପ୍ରତିଶତ ଧନ ରଖିଥିବା ୪.୬ ଆରବ ଲୋକଙ୍କ ସମ୍ପତ୍ତିଠାରୁ ମଧ୍ୟ ଅଧିକ ରିହିଛି ।

ଏହି ରିପୋର୍ଟରେ ଅକ୍ସଫାମ ଭାରତକୁ ନେଇ କହିଛି କି ଦେଶର ମାତ୍ର ୬୩ ଆରବପତି ଦେଶର ସମ୍ପୂର୍ଣ୍ଣ ବଜେଟଠାରୁ ମଧ୍ୟ ଅଧିକ ସମ୍ପତ୍ତି ରଖିଛନ୍ତି । ଏଥିରେ ବର୍ଷ ୨୦୧୮-୧୯ର ରିପୋର୍ଟ ଦିଆଯାଇଛି ଯେଉଁଥିରେ ୨୪ ଲକ୍ଷ ୪୨ହଜାର ଦୁଇଶହ କୋଟି ଥିଲା ।

ରିପୋର୍ଟ ଅନୁସାରେ ବିଶ୍ବରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ଦୂରତା ବଢ଼ିବାରେ ଲାଗିଛି । ଅଧିକାଂଶ ଧନୀଙ୍କ ସମ୍ପତ୍ତି ଏକ ଦଶନ୍ଧି ମଧ୍ୟରେ ଦୁଇଗୁଣା ହୋଇଯାଇଥିବାବେଳେ ସାମୁହିକ ଭାବେ ଦେଖାଗଲେ ସେମାନଙ୍କର ସମ୍ପତ୍ତି ଗତ ଏକ ବର୍ଷ ମଧ୍ୟରେ କିଛିଟା କମିଛି । ‘ଟାଇମ ଟୁ କେୟାର’ ରିପୋର୍ଟ ପ୍ରସ୍ତୁତ କରିବା ଅବସରରେ ଅକ୍ସଫାମ ଇଣ୍ଡିଆର ସିଇଓ ଅମିତାଭ ବେହର କହିଛନ୍ତି କି ‘‘ଧନୀ ଏବଂ ଗରିବଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି ଯାହାକୁ ଅସମାନତା କମ୍ କରୁଥିବା ନୀତି ନଆଣି ଶେଷ କରାଯାଇ ପାରିବ ନାହିଁ । ବହୁତ କମ୍ ସରକାର ଏପରି କରିପାରୁଛନ୍ତି’’ ।

ଏହି ରିପୋର୍ଟରେ ୧୬୩ ଇଣ୍ଡଷ୍ଟ୍ରିଆଲ ଏରିଆ ଏବଂ ସପ୍ଲାଏ ସରିଜ ଉପରେ ମଧ୍ୟ ଗବେଷଣା କରାଯାଇଛି । ଏଥିରୁ ଜଣା ପଡ଼ିଛି କି ବିଶ୍ବରେ ପାଖା ପାଖି ଅଧା ଜିଡିପି ପ୍ରକୃତି ତଥା ଏଥିରୁ ମିଳୁଥିବା ସେବା ଉପରେ ନିର୍ଭର କରିଥାଏ । ଉଦାହରଣ ଅନୁସାରେ ଜଳର ଗୁଣବତ୍ତା ଏବଂ ରୋଗରୁ ରକ୍ଷା ପାଇବା ଭଳି ଏମିତି ଏକ ସେବା ଅଟେ । ରିପୋର୍ଟ ଅନୁସାରେ ପୁରା ବିଶ୍ବରେ ୪୪,୦୦୦ ଆରବ ଡଲାର ଅର୍ଥବ୍ୟବସ୍ଥା ନିର୍ଭର କରିଥାଏ ଏହା ବିଶ୍ବର ସମସ୍ତ ସଫଳ ଘରୋଇ ଉତ୍ପାଦ ଜିଡିପିର ପାଖାପାଖି ଅଧା ଅଟେ ।
First published: January 20, 2020, 11:46 AM IST
corona virus btn
corona virus btn
Loading