୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ୫ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

ଚାକିରିରୁ ଅବସର ନେବା ପରେ ବି ଶିକ୍ଷକ ଜଣକ ଯୁବତୀଙ୍କୁ ଭୟଭୀତ କରି ତାଙ୍କର ଶାରୀରିକ ଶୋଷଣ କରିବା ଜାରି ରଖିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅବସରପ୍ରାପ୍ତ ଶିକ୍ଷକ ଯୁବତୀଙ୍କୁ ଅପହରଣ କରିନେଇଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ହିସାର: ଜଣେ ବୟସ୍କ ବ୍ୟକ୍ତି ଗୁରୁ-ଶିଷ୍ୟର ସମ୍ପର୍କକୁ କଳଙ୍ଗିତ କରିଛନ୍ତି । ଏହି ୬୦ ବର୍ଷୀୟ ବ୍ୟକ୍ତି ଜଣେ ୧୯ ବର୍ଷୀୟା ଛାତ୍ରୀକୁ ପାଞ୍ଚ ବର୍ଷ ଧରି ରେପ୍‌ କରିଆସୁଥିଲେ ବୋଲି ଜଣାପଡ଼ିଛି । ଏକ ସରକାରୀ ବିଦ୍ୟାଳୟର ଚିତ୍ରାଙ୍କନ ଶିକ୍ଷକ (drawing teacher) ପଦରୁ ଅବସର ନେଇଥିବା ଏହି ବ୍ୟକ୍ତି ଅନୁସୂଚିତ ଜାତିର ନାବାଳିକା ଛାତ୍ରୀଙ୍କୁ ପାଞ୍ଚ ବର୍ଷ ଧରି ବଳାତ୍କାର କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଏହି ନିନ୍ଦନୀୟ ଘଟଣା ଘଟିଛି ହରିୟାଣାର ହିସାର ଜିଲ୍ଲାରେ । ପୋଲିସ ଅଭିଯୋଗର ତଦନ୍ତ କରି ଏହାକୁ ସତ୍ୟ ବୋଲି ଜାଣିବା ପରେ ଅଭିଯୁକ୍ତ ଶିକ୍ଷକ ରାଜବୀରଙ୍କୁ ଗିରଫ କରି ବୁଧବାର ଦିନ କୋର୍ଟରେ ହାଜର କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

ମିଳିଥିବା ସୂଚନା ଅନୁଯାୟୀ ହାନସି ଗାଁର ଏକ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୧୯ ବର୍ଷୀୟ ଯୁବତୀ ନିଜ ଚିତ୍ରାଙ୍କନ ଶିକ୍ଷକ ତାଙ୍କୁ ଅପହରଣ କରିଥିବା ଓ ବଳାତ୍କାର କରିଥିବା ଅଭିଯୋଗ କରି ପୋଲିସ ନିକଟରେ ଏକ ଏତାଲା ଦେଇଥିଲେ । ୬୦ ବର୍ଷୀୟ ଅଭିଯୁକ୍ତ ସ୍କୁଲ ଶିକ୍ଷକ ଦୁଇ ବର୍ଷ ପୂର୍ବେ ଅବସର ନେଇଛନ୍ତି । ୨୦୧୫ ମସିହାରୁ ସେ ଯେଉଁ ବିଦ୍ୟାଳୟରେ କାମ କରୁଥିଲେ ସେହି ବିଦ୍ୟାଳୟରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀ ତାଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇଆସୁଥିଲା ବୋଲି ଅଭିଯୋଗରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର ଯୁବକ ଅନ୍ଲାଇନ୍ରେ ଗାଈ ବିକୁଥିଲେ; ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍ଅପରାଧୀ

ପ୍ରାୟ ପାଞ୍ଚ ବର୍ଷ ଧରି ଏହି ଶିକ୍ଷକ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ବର୍ତ୍ତମାନ ଚାକିରିରୁ ଅବସର ନେବା ପରେ ମଧ୍ୟ ସେ ସେହି ଯୁବତୀଙ୍କୁ ଭୟଭୀତ କରି ତାଙ୍କର ଶାରୀରିକ ଶୋଷଣ କରିବା ଜାରି ରଖିଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ସେହି ଅବସରପ୍ରାପ୍ତ ଶିକ୍ଷକ ଝିଅଟିକୁ ଅପହରଣ କରିନେଇଥିଲେ ଓ ତା’ ସହ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ | ପୁରୀରେ ବଟି ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ

ନିଜ ଏତାଲାରେ ଯୁବତୀ କହିଛି ଯେ ସେ କୌଣସି ପ୍ରକାରେ ନିଜକୁ ଶିକ୍ଷକଙ୍କ କବଳରୁ ଉଦ୍ଧାର କରି ନିଜ ଘରେ ଆସି ପହଞ୍ଚିଥିଲା । ସେ ନିଜ ପରିବାର ଲୋକଙ୍କ ସାମ୍ନାରେ ବର୍ଷ ବର୍ଷ ଧରି ତା’ ସହ ହୋଇଆସିଥିବା ଯୌନ ଶୋଷଣର ପୁରା କାହାଣୀ କହିଥିଲା ।

ଏହା ବି ପଢ଼ନ୍ତୁ PHOTO ଦେଖନ୍ତୁ | ବାଲି ଖୋଳୁ ଖୋଳୁ ମହାଦେବ: ଯାଜପୁରରେ ବୈତରଣୀ ନଦୀ ଗର୍ଭରୁ ଉଭା ହେଲେ ସ୍ବୟଂ ଶିବଶମ୍ଭୁ

ଏହା ପରେ ପରିବାର ଓ ପଡ଼ୋଶୀମାନଙ୍କ ପରାମର୍ଶ ଅନୁସାରେ ଯୁବତୀ ପୋଲିସ ପାଖରେ ପହଞ୍ଚିଥିଲା । ତାଙ୍କ ଅଭିଯୋଗ ଅନୁସାରେ ସଦର ପୋଲିସ ଷ୍ଟେସନରେ ପୋକ୍ସୋ, ଏସ୍‌.ସି.-ଏସ୍‌.ଟି. ଆଇନ ଓ ଅନ୍ୟାନ୍ୟ ଆଇନ ଅଧୀନରେ ଏକ ମାମଲା ଦାୟର ହୋଇଥିଲା ।



ଅଭିଯୁକ୍ତ ଚିତ୍ରାଙ୍କନ ଶିକ୍ଷକ ରାଜବୀରଙ୍କୁ ପୋଲିସ ଗିରଫ କରିବା ପରେ ସେ ନିଜ ବିରୁଦ୍ଧରେ ହୋଇଥିବା ଅବିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ ପୋଲିସ ଏବେ ବି ଅଭିଯୋଗର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ ତାଙ୍କୁ ରିମାଣ୍ଡରେ ନେବାକୁ ଚେଷ୍ଟା କରିବ ।
Published by:Anand S.T. Das
First published: