News 18 Odia Digital
ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ଡାକ୍ତର ଟ୍ୱିଟର ମାଧ୍ୟମରେ ଏକ ଫଟୋ ସେୟାର କରିଥିଲେ। ନିକଟରେ ସେ ଡକ୍ଟର ଜଣଙ୍କ ଟ୍ୱିଟର ରେ କହିଥିଲେ ଯେ କିପରି ସେ ୬-ବର୍ଷର ଶିଶୁ ତାଙ୍କୁ ଏକ ଅନୁରୋଧ କରିଥିଲେ।
ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଡକ୍ଟର ସୁଧୀର କୁମାର ଟ୍ୱିଟ୍ କରି ଜଣାଇଛନ୍ତି ଯେ ମନୁ ନାମକ ଜଣେ ୬ ବର୍ଷର ବାଳକ ତାଙ୍କୁ ପିତାମାତାଙ୍କୁ ନ କହିବା ପାଇଁ ଅନୁରୋଧ କରିଥିଲେ ଯେ ସେ କର୍କଟ ରୋଗରେ ପୀଡିତ। ଡକ୍ଟର କୁମାର ଲେଖିଛନ୍ତି, "ଏକ ବ୍ୟସ୍ତବହୁଳ ଓପିଡି ଥିଲା, ଯେତେବେଳେ ଜଣେ ଦମ୍ପତି ଭିତରକୁ ଯାଇଥିଲେ। ସେମାନଙ୍କର ଏକ ଅନୁରୋଧ ଥିଲା, ' ତାଙ୍କ ପୁଅ ମନୁ ବାହାରେ ଅପେକ୍ଷା କରିଛି। ସେ କର୍କଟ ରୋଗରେ ପୀଡିତ କିନ୍ତୁ ଆମେ ତାଙ୍କୁ ତାହା ପ୍ରକାଶ କରି ନାହୁଁ।
ଡାକ୍ତର ପିତାମାତାଙ୍କ ଅନୁରୋଧ ଗ୍ରହଣ କଲା ପରେ ସେ ହ୍ୱିଲ ଚେୟାରରେ ଥିବା ମନୁଙ୍କୁ ଭେଟିଥିଲେ। ତାଙ୍କୁ ତାଙ୍କର କନକୋଲୋଜିଷ୍ଟଙ୍କ ଦ୍ଵାରା ରେଫର୍ କରାଯାଇଥିଲା। ସେ କହିଥିଲେ ଯେ ମନୁଙ୍କ ମୁହଁରେ ହସ ଏବଂ ଆତ୍ମବିଶ୍ୱାସ ଥିଲା। ଚିକିତ୍ସା ରେକର୍ଡଗୁଡିକ ସମୀକ୍ଷା କରିବା ସମୟରେ ଜଣାପଡିଥିଲା ଯେ - ମନୁ ମସ୍ତିଷ୍କର ଗ୍ଲୋବ୍ଲାଷ୍ଟୋମା ମଲ୍ଟିଫର୍ମ ଗ୍ରେଡ୍ ୪ ରୋଗରେ ଆକ୍ରାନ୍ତ , ଯେଉଁଥିପାଇଁ ତାଙ୍କର ଡାହାଣ ହାତ ଏବଂ ଗୋଡର ପକ୍ଷାଘାତ ହୋଇଥିଲା। ସେ ଅପରେସନ୍ ହୋଇଥିଲେ ଏବଂ କେମୋଥେରାପିରେ ଥିଲେ।
ପିତାମାତା ରୁମରୁ ବାହାରିବା ପରେ ମନୁ କହିଥିଲେ ଯେ - ଡକ୍ଟର, ମୁଁ ଆଇପ୍ୟାଡରେ ଏହି ରୋଗ ବିଷୟରେ ପଢ଼ିଛି ଏବଂ ମୁଁ ଜାଣେ ଯେ ମୁଁ ଆଉ କିଛି ମାସ ବଞ୍ଚିବି କିନ୍ତୁ ମୁଁ ମୋର ପିତାମାତାଙ୍କୁ ଏହି କଥା କହିପାରୁନାହିଁ। ସେମାନେ ମୋତେ ବହୁତ ଭଲ ପାଆନ୍ତି।ଦୟାକରି ସେମାନଙ୍କୁ ଏହା କୁହନ୍ତୁ ନାହିଁ। ଡକ୍ଟର କୁମାର "ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କିଛି କ୍ଷଣ ପାଇଁ କଥା ହୋଇପାରିନଥିଲେ"।ଏହା ସତ୍ତ୍ୱେ ଭି ସେହି କୁନି ଶିଶୁ ନିଜ ଜୀବନ ସହ ସଙ୍ଘର୍ଷ କରି ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି। ଗତକାଲି ତାଙ୍କ ପିତାମାତା ଡକ୍ଟରଙ୍କ ପାଖକୁ ଆସି ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।