ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର; ପୋଲିସର ତଦନ୍ତ ଜାରି

ବୁଧବାର ଜାମ୍ମୁର ସିଡ୍ରା ଅଞ୍ଚଳରେ ଥିବା ଏକ ପରିବାରର ମୋଟ ୬ଜଣ ସଦସ୍ୟଙ୍କ ମୃତଦେହ ମିଳିଥିବା ପୋଲିସ କହିଛି ।

୬ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର

୬ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର

  • Share this:
News 18 Odia Digital

ଜାମ୍ମୁ: ବୁଧବାର ଜାମ୍ମୁର ସିଡ୍ରା ଅଞ୍ଚଳରେ ଥିବା ଏକ ପରିବାରର ମୋଟ ୬ଜଣ ସଦସ୍ୟଙ୍କ ମୃତଦେହ ମିଳିଥିବା ପୋଲିସ କହିଛି । ମୃତଦେହ ଗୁଡ଼ିକ ଜମ୍ମୁ ସ୍ଥିତ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୁଚନା ଅନୁଯାୟୀ, ଗୋଟିଏ ଘରେ ଦୁଇଟି ମୃତଦେହ ମିଳିଥିବା ବେଳେ ଚାରିଟି ଦ୍ୱିତୀୟ ଘରେ ମିଳିଥିଲା । ପୋଲିସ କହିବା ଅନୁଯାୟୀ ଶରୀର ଉପରେ କୌଣସି ବୁଲେଟ୍ ଚିହ୍ନ ନାହିଁ ।

ମୃତକଙ୍କ ନାମ ସାକିନା ବେଗମ୍, ତାଙ୍କର ଦୁଇ ଝିଅ ନାସିମା ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଦୁଇ ସମ୍ପର୍କୀୟ ନୁର ଉଲ ହବିବ ଏବଂ ସାଜାଦ ଅହମ୍ମଦ ବୋଲି ପୋଲିସ କର୍ମଚାରୀମାନେ କହିଛନ୍ତି । ପୋଲିସ ଟିମ୍ ଯାଞ୍ଚ ପାଇଁ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ଏହି ଘଟଣା ବାବଦରେ ତଦନ୍ତ କରୁଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଛୋଟିପୋରା ଅଞ୍ଚଳରେ ଥିବା ଏକ ସେଓ ବଗିଚାରେ ଆତଙ୍କବାଦୀମାନେ ଗୁଳି ଚଳାଇବା ପରେ କାଶ୍ମୀର ପଣ୍ଡିତଙ୍କ ଗୁଳିରେ ତାଙ୍କ ଭାଇ ଆହତ ହୋଇଥିଲେ । ମୃତକଙ୍କ ନାମ ସୁନୀଲ କୁମାର ଭଟ୍ଟ ବୋଲି ଜଣାପଡିଛି । ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବଳ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
Published by:Soumyashree Mishra
First published: