ହଠାତ୍ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୬ କୋଟି ଟଙ୍କା; ଟଙ୍କା ଖର୍ଚ୍ଚ କରି ଗଲେ ଜେଲ୍

ହଠାତ୍ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ କୋଟିରୁ ଅଧିକ ଟଙ୍କା ଆସିଥିଲା। ବିପୁଳ ପରିମାଣର ଅର୍ଥ ପାଇବା ପରେ ସେ ଆନନ୍ଦରେ ଡେଇଁ ପଡ଼ିଥିଲେ ଏବଂ ଶୀଘ୍ର ଟଙ୍କା ଖର୍ଚ୍ଚ କରିବାକୁ ମନ କରିଥିଲେ।

ଟଙ୍କା ଖର୍ଚ୍ଚ କରି ଫସିଲେ ଛାତ୍ର

ଟଙ୍କା ଖର୍ଚ୍ଚ କରି ଫସିଲେ ଛାତ୍ର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଏମିତି କିଛି ଘଟଣା ସାମ୍ନାକୁ ଆସେ ଯାହା ଶୁଣି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ହଠାତ୍ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬ କୋଟିରୁ ଅଧିକ ଟଙ୍କା ଆସିଥିଲା। ବିପୁଳ ପରିମାଣର ଅର୍ଥ ପାଇବା ପରେ ସେ ଆନନ୍ଦରେ ଡେଇଁପଡ଼ିଥିଲେ ଏବଂ ଶୀଘ୍ର ଟଙ୍କା ଖର୍ଚ୍ଚ କରିବାକୁ ମନ କରିଥିଲେ। ଏହି ଟଙ୍କା ଏକ ଦମ୍ପତି ଭୁଲ୍ ଭାବରେ ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। କିନ୍ତୁ ସେ ବ୍ୟାଙ୍କର୍ସଙ୍କୁ ଏ ବିଷୟରେ ଜଣାଇ ନଥିଲେ। ତେବେ ପରେ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ କୋର୍ଟ ଏହି ବ୍ୟକ୍ତିଙ୍କୁ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଡିସେମ୍ବରରେ ଦଣ୍ଡିତ କରାଯିବ ।

ବାସ୍ତବରେ, ଏକ ଦମ୍ପତି ଏକ ନୂତନ ଘର କିଣିଥିଲେ କିନ୍ତୁ ବ୍ୟାଙ୍କ ବିବରଣୀ ଗୁଡିକର ଭୁଲ ଏଣ୍ଟ୍ରି ହେତୁ ଟଙ୍କା ଅନ୍ୟର ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିଲା।ଯାହାର ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚିଥିଲା, ସେ ଏହି ଜିନିଷ ଲୁଚାଇ ରଖିଥିଲା। ସେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରିବା ଆରମ୍ଭ କରି ଟଙ୍କା ଖର୍ଚ୍ଚ କରିବା ଆରମ୍ଭ କରିଥିଲା। ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମ ଅବଦେଲ ଗାଡିଆ।୨୪ ବର୍ଷୀୟ ଅବଦେଲ ଅଷ୍ଟ୍ରେଲିଆର ସିଡନୀରେ ରୁହନ୍ତି। ବୁଧବାର ତାଙ୍କୁ ସିଡନୀ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

କୋର୍ଟରେ ଶୁଣାଣି ସମୟରେ କୁହାଯାଇଥିଲା ଯେ ଏକ ଦମ୍ପତି ଘର କିଣିବାର ଶେଷ ପ୍ରକ୍ରିୟାରେ ଥିଲେ। ସେମାନଙ୍କୁ କମନୱେଲଥ ବ୍ୟାଙ୍କକୁ ଟଙ୍କା ସ୍ଥାନାନ୍ତର କରିବାକୁ ପଡିଥିଲା। କିନ୍ତୁ ଭୁଲରେ ସେ ଅବଦେଲ ଗାଡିଆଙ୍କ ଆକାଉଣ୍ଟକୁ ୬ କୋଟି ୧୪ ଲକ୍ଷ ଟଙ୍କା ପଠାଇଥିଲେ। ଅବଦେଲ କାହାକୁ ନ ଜଣାଇ ଏହି ଟଙ୍କା ଉଡ଼ାଇବା ଆରମ୍ଭ କରିଥିଲେ। ସେ ସୁନା, ଦାମୀ ପୋଷାକ, ମେକଅପ୍ ଇତ୍ୟାଦି ଜିନିଷ କିଣିଥିଲେ। ସେ ପାର୍ଟୀକୁ ଯାଇ ବାରରେ ମଜା କରିଥିଲେ ଏବଂ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ।

ଅବଦେଲ ପୋଲିସକୁ କହିଛନ୍ତି ଯେ ଯେତେବେଳେ ସେ ସକାଳୁ ଉଠିଥିଲେ ସେତେବେଳେ ସେ ଦେଖିଲେ ଯେ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି। ଏହା ପରେ ସେ ବିଳମ୍ବ ନକରି ବିଭିନ୍ନ ସ୍ଥାନରୁ ପ୍ରାୟ ୫ କୋଟି ମୂଲ୍ୟର ସୁନା କିଣିଥିଲେ। ତା’ପରେ ୯୦ ହଜାର ଟଙ୍କାର ସପିଂ ମଧ୍ୟ କରିଥଲେ। ମୋଟ ଉପରେ, ଅବଦେଲ ସମସ୍ତ ଟଙ୍କା ଉଡ଼ାଇ ଦେଇଛନ୍ତି। ତେବେ ବର୍ତ୍ତମାନ ତାଙ୍କୁ ଧରାଯାଇଛି ଏବଂ ଡିସେମ୍ବରରେ ତାଙ୍କ ଦଣ୍ଡ ଘୋଷଣା କରାଯିବ।
Published by:Soumyashree Mishra
First published: