ହଜାରେ ଗାଡ଼ି ନେଇ ଭଉଣୀ ଘରେ ପହଞ୍ଚିଲେ ୬ ଭାଇ: ଭାରରେ ଥିଲା କୋଟି କୋଟି ଟଙ୍କା.. ୧୪ କିଲୋ ରୂପା !

ବିବାହ ପରେ ମାୟିରା (ଭାର ) ଦେବାର ପରମ୍ପରା ଆପଣ ଦେଖିଥିବେ । ମାମୁଁ ନିଜ ଭଣଜା ଓ ଭାଣଜୀଙ୍କ ବିବାହ ପାଇଁ ପୋଷାକ, ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ନେଇ ପହଞ୍ଚିଥାନ୍ତି । ଏହା ସହିତ ଭଉଣୀର ଶାଶୁଘରକୁ ଦେଖି ଉପହାର ମଧ୍ୟ ନିଆଯାଏ । କିନ୍ତୁ ରାଜସ୍ଥାନର ନାଗୌର ଜିଲ୍ଲାରେ ଭାଇ ନିଜ ଭଉଣୀ ପାଇଁ କୋଟି କୋଟି ନଗଦ ଟଙ୍କା ଓ ସୁନା ଗହଣା ଭାରରେ ଆଣିଛନ୍ତି ।

ହଜାରେ ଗାଡ଼ି ନେଇ ଭଉଣୀ ଘରେ ପହଞ୍ଚିଲେ ୬ ଭାଇ: ଭାରରେ ଥିଲା କୋଟି କୋଟି ଟଙ୍କା..

ହଜାରେ ଗାଡ଼ି ନେଇ ଭଉଣୀ ଘରେ ପହଞ୍ଚିଲେ ୬ ଭାଇ: ଭାରରେ ଥିଲା କୋଟି କୋଟି ଟଙ୍କା..

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ରାଜସ୍ଥାନ: ନାଗୌରରେ ମାୟିରା ପରମ୍ପରା ମୋଗଲମାନଙ୍କ ସମୟରୁ ପ୍ରସିଦ୍ଧ ରହିଆସିଛି । ଆଜି ପୁଣି ନାଗୌରରେ ମାୟିରା ଇତିହାସର ପୃଷ୍ଠାରେ ସୁବର୍ଣ୍ଣ ଅକ୍ଷରରେ ଲେଖି ହୋଇଯାଇଛି । ନାଗୌରର ଭାଇମାନେ ପୁଣି ଥରେ ମାୟିରାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଭାଇ (brother)ମାନେ ବୃତ୍ତିରେ ଦୁଗ୍ଧ ବ୍ୟବସାୟୀ, ଯିଏକି ନିଜ ସାନ ଭଉଣୀ (younger sister) ପାଇଁ ୮ କୋଟି ଟଙ୍କାର ଭାର ନେଇ ପହଞ୍ଚିଥିଲେ । ଯେତେବେଳେ ଏକ ବଳଦ ଗାଡ଼ିରେ ୬ ଭାଇ ଭଉଣୀର ଦ୍ୱାରରେ ପହଞ୍ଚିଥିଲେ, ଲୋକମାନେ ହସିବାକୁ ଲାଗିଲେ । କିନ୍ତୁ ପଛରେ ଲାଗିଥିଲା ୧ହଜାର ଗାଡ଼ିର ଏକ ଲମ୍ବାଲାଇନ୍ । ଏହା ମଧ୍ୟରେ ଦେଶୀ ଘିଅ ଓ ଚିନିରେ ଭର୍ତ୍ତି ଏକ ଟ୍ରାକ୍ଟର ଟ୍ରଲି, ଯାହାକୁ ଦେଖି ସମଗ୍ର ଗାଁ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲା ।

ବାସ୍ତବରେ ଭାଗିରଥ ରାମ ମାହାରିୟା (ବିଜେପି ନେତା), ଅର୍ଜୁନ ରାମ ମାହାରିୟା, ପ୍ରହ୍ଲାଦ, ମେହେରାମ, ଉମ୍ମେଦରାମ ମାହାରିୟା ନାଗୌର ଜିଲ୍ଲାର ଢ଼ିଗସରା ଜିଲ୍ଲାର ବାସିନ୍ଦା ନିଜ ଭଉଣୀ ଭାନୱାରୀ ଦେବୀଙ୍କ ପାଇଁ ଭାର ନେ଼ଇ ପହଞ୍ଚିଥିଲେ । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋରଦାର ଚାଲିଛି।

ମାୟିରା ବା ଭାର କାହିଁକି ଆଲୋଚନାର ବିଷୟ ପାଲଟିଛି ?

ଯେତେବେଳେ ଢ଼ିଗସରାର ମାହାରିଆ ପରିବାର ମାୟିରା ସହ ରାଇଡନୁଙ୍କ ଗୋଡାରା ପରିବାରରେ ପହଞ୍ଚିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର କାରଣ ସେମାନେ ବଳଦ ଗାଡ଼ିରେ ସେଠାରେ ପହଞ୍ଚିଥିଲେ ।

କିନ୍ତୁ ତା’ପରେ ବଳଦ ଗାଡି ପଛରେ ୧ ହଜାର ଗାଡିର ଏକ ଲମ୍ବା ଲାଇନ୍ ଥିଲା, ଗାଡିଗୁଡିକ ଆଗରେ ଏକ ନୂଆ ଟ୍ରାକ୍ଟର ଟ୍ରଲି ଥିଲା । ଦୁଇ କିଲୋମିଟର ଲମ୍ବା ଲାଇନରେ ଅନ୍ୟ ସବୁ ଗାଡିକୁ ନେଇ ଆଗକୁ ଚାଲୁଥିବା ଟ୍ରାକ୍ଟର ଟ୍ରଲି ଧାନ, ଚିନି ଓ ଅନ୍ୟାନ୍ୟ ଶସ୍ୟରେ ଭରି ରହିଥିଲା ​​।

ଶାଶୁଘରେ ପହଞ୍ଚିବା ପରେ ଭାଇମାନେ ନିଜ ଭଉଣୀ ଭମ୍ୱରିଙ୍କୁ ଏକ ଓଢଣୀ ଘୋଡାଇ ମାୟିରା ଦେବା ଆରମ୍ଭ କରିଥିଲେ। ଏହି ଭାରରେ ଥିଲା ୧୦୦ ବିଧା ଜମି, ଜାତୀୟ ରାଜପଥରେ ୧ ବିଧା ପ୍ଲଟ୍, ଟ୍ରାକ୍ଟର ଟ୍ରଲି, ଗୁଡ଼ ଭରା ହାଣ୍ଡି, ଘିଅ ଭର୍ତ୍ତି ପାତ୍ର, ୧ କିଲୋ ୧୨୫ ଗ୍ରାମ ସୁନା, ୧୪ କିଲୋ ୨୫୦ ଗ୍ରାମ ରୂପା, ୨ କୋଟି ୨ ଲକ୍ଷ ୩୧ ହଜାର ୧୦୧ ଟଙ୍କା ନଗଦ କ୍ୟାସ୍, ଶାଶୁଘର ଘର ଗାଁରେ ଥିବା ମୋଟ ୮୦୦ ଘର ପାଇଁ ଉପହାର ଭାବରେ - ଗୋଟିଏ ଲେଖାଏଁ କମ୍ବଳ ଓ ରୂପା ମୁଦ୍ରା ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ନାଗୌରର ଡେହ ତହସିଲର ବୁରଡି ଗ୍ରାମରେ ୩ କୋଟି ଟଙ୍କା କ୍ୟାସ ସହ ଭାର ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ବର୍ତ୍ତମାନ ଢିଗସରା ଗାଁର ଏହି ଭାର ସମସ୍ତ ରେକର୍ଡ ଭାଙ୍ଗିଛି । ଏବେ ଏହା କହିବା ଉଚିତ୍ ହେବ ଯେ, ରାଜସ୍ଥାନର ନାଗୌର ଜିଲ୍ଲାରେ ମାୟିରାକୁ ନେଇ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି, କାରଣ ଗତ ଏକ ବର୍ଷ ମଧ୍ୟରେ ନାଗୌର ଜିଲ୍ଲାର ୧୦ ରୁ ଅଧିକ ମାୟରା ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଏହି ଖବର ପଢ଼ନ୍ତୁ -  ନିଶା କହିଲେ... ମୁଁ ଫୁଲ୍ ଡ୍ରେସ୍ ପିନ୍ଧି ନାଚୁଛି, ସମ୍ପୂର୍ଣ୍ଣ ଭଦ୍ରାମୀର ସହ ଡ୍ୟାନ୍ସ କରେ- ରାନୀ
Published by:Soubhagya Mishra
First published: