ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ୫-ଜି ସେବା
- News18 Odia
- Last Updated :
- Odisha (Orissa), India
News 18 Odia Digital
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ୫-ଜି ସେବା ଖୁବ୍ ଶୀଘ୍ର ଓଡିଶାରେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ହିଁ ମିଳିବ ସେବା । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ସୂଚନା ଦେଇଛନ୍ତି।
ଅକ୍ଟୋବର ମାସରେ ଦେଶରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩ ଟି ସହରରେ ୫-ଜି ସେବା ଆରମ୍ଭ ହେବା ନେଇ ପ୍ରକାଶ ପାଇଥିଗଲା । ଯେଉଁଥିରେ ଓଡ଼ିଶାର କୌଣସି ସହର ସାମିଲ ନଥିଲା । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଭଳି ମେଟ୍ରୋସହର ସହ ତାଲିକାରେ ରହିଥିବା ବେଳେ ଗୁଜରାଟର ୩ଟି ସହର ଅହମ୍ମଦାବାଦ, ଗାନ୍ଧୀନଗର, ଜାମନଗର ଆଦି ସହର ସ୍ଥାନ ପାଇଥିଲା । ତାଲିକାରେ ଓଡ଼ିଶାର କୌଣସି ସହର, ଏପରିକି ସ୍ମାର୍ଟ ସିଟି ଭୁବନେଶ୍ୱରର ନାଁ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ତେବେ ଏହାକୁ ଖଣ୍ତନ କରି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ହିଁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା ।
୫ଜିର ବିକିରଣ ପ୍ରଭାବ ରହିଛି ବୋଲି ଚର୍ଚ୍ଚା ହେଉଛି। ହେଲେ ଏହାର କୌଣସି ବିକିରଣ ପ୍ରଭାବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିକିରଣ ପାଇଁ ଯେଉଁ ମାନକ ସ୍ଥିର କରିଛି। ସେହିମାନ ଅନୁଯାୟୀ ୫ଜି ସେବା ମିଳିବ। ଯାହାକି ଧାର୍ଯ୍ୟ ବିକିରଣଠୁ ୧୦ ଗୁଣା କମ ରହିଛି। ଲୋକମାନେ ଏହାକୁ ନେଇ ବିଭିନ୍ନ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଏହି ୫ଜି ସେବା ଲଞ୍ଚ ହେଲେ ଉପଭୋକ୍ତାମାନେ ୪ଜି ତୁଳନାରେ ୧୦ ଗୁଣ ଅଧିକ ଏବଂ ୩ଜି ତୁଳନାରେ ୩୦ ଗୁଣ ଅଧିକ ବେଗରେ ସେବା ପାଇବେ। ଏହି ସେବା ଡିଜିଟାଲ୍ ଦୁନିଆରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।