News18 Odia Digital
ନୂଆ ଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପରେ ଅମୃତ ମହୋତ୍ସବ ଭାବରେ ଭାରତ ସ୍ୱାଧୀନତା ଦିବସ ପାଳନ କରୁଛି ଓ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।
ଲାଲ କିଲା ଦୁର୍ଗରେ କ୍ରମାଗତ ୯ଥର 'ତ୍ରିରଙ୍ଗା' ଉତ୍ତୋଳନ କରିବା ପରେ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି ମୋଦି। ଏହାସହ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତରେ ୫ଜି ଖୁବ ଶୀଘ୍ର ଲଞ୍ଚ ହେବ।
'ମେଡ୍-ଇନ୍-ଇଣ୍ଡିଆ' ଟେକ୍ନୋଲୋଜିକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତର ଟେକ୍ନୋଲୋଜିର ସମୟ ଆସିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭାରତ ମଧ୍ୟରେ ଡିଜିଟାଲ ବିଭେଦକୁ ଦୂର କରିବାକୁ ଭାରତ ସରକାର ମଧ୍ୟ ଧ୍ୟାନ ଦେଉଛନ୍ତି।
ପିଟିଆଇ ରିପୋର୍ଟ ଅନୁଯାୟୀ ମୋଦି କହିଛନ୍ତି ଯେ 5G, OFC (ଅପ୍ଟିକାଲ ଫାଇବର କେବୁଲ) ଓ ସେମିକଣ୍ଡକ୍ଟର ଉତ୍ପାଦନ ସହିତ ତୃଣମୂଳ ସ୍ତରରେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଏକ ବିପ୍ଳବ ଆସୁଛି।
5G ନେଟୱାର୍କକୁ ନେଇ ଏମିତି କହିଲେ ପିଏମ ମୋଦିପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି ଯେ 5G ନେଟୱାର୍କ ଓ OFC ଗୁଡିକ ତିନୋଟି ବିଭାଗରେ ଭାରତକୁ ସକରାତ୍ମକ ଭାବରେ ପ୍ରଭାବିତ କରିବ - ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା।
ଏଥିସହ ପିଏମ ମୋଦି କହିଛନ୍ତି ଯେ ଭାରତରେ ଡିଜିଟାଲ ଇଣ୍ଡିଆର ପଦକ୍ଷେପ ଓ ଷ୍ଟାର୍ଟଅପ୍ ବଢୁଥିବାରୁ ଭାରତରେ ଅନେକ ପ୍ରତିଭା ଟାୟାର-୨ ଓ ଟାୟାର- ୩ ସହରରୁ ଆସୁଛନ୍ତି। ସମସ୍ତ ଟେଲିକମ୍ କମ୍ପାନୀଗୁଡିକ 5G ନେଟୱାର୍କ ଲଞ୍ଚ କରିବା ପାଇଁ ଆବଶ୍ୟକ ଟେକ୍ନୋଲୋଜି ଓ ସ୍ପେକ୍ଟ୍ରମକୁ ପାଇପାରିବେ। ଆଜି ହେଉ କିମ୍ବା ଗୋଟିଏ ମାସ ପରେ ଏହା କିଛି ହେବାକୁ ଯାଉଛି, ଯାହାକୁ ଅପେକ୍ଷା କରିବାକୁ ପଡ଼ିବ।
'ଜୟ ଜୱାନ' 'ଜୟ ଯବାନରେ ଜୟ ଅନୁସନ୍ଧାନ ଯୋଡ଼ିରେ ମୋଦିସୋମବାର ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘‘ଲାଲ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିସାନ ନାରା ଦେଇଥିବା ବେଳେ ଏଥରେ ଅଟଳ ବିହାରୀ ବାଜପେୟୀ ଜୟ ବିଜ୍ଞାନ ଯୋଗ କରିଥିଲେ। ବର୍ତ୍ତମାନ ମୁଁ ଏଥିରେ ଜୟ ଅନୁସନ୍ଧାନ ଯୋଗ କରୁଛି। ଅମୃତକାଳ ପାଇଁ ଉଦ୍ଭାବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।